ପ୍ରମୁଖ ଖବର
  • ଭୁବନେଶ୍ଵର : ରାଜଧାନୀରେ ଲୁଟ୍ ରୋକିବାକୁ ପୋଲିସର ନୂଆ ଷ୍ଟ୍ରାଟେଜି, ଆପାର୍ଟମେଣ୍ଟକୁ ଯାଇ ଲୋକଙ୍କୁ କରିବ ସଚେତନ
  • ||
  • ଆଇଜଲ : ମିଜୋରାମ ବିଧାନସଭା ନିର୍ବାଚନ: ୮ରେ ଶପଥ ନେବେ ଲାଲଦୁହୋମା
  • ||
  • ନୀଳଗିରି : ଘରେ ପଶି ମହିଳାଙ୍କୁ ଗୁଳି ମାରିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ଭୁବନେଶ୍ଵର : ମିଗଜାଉଁ ବଳ କମିଲା, ଦକ୍ଷିଣ ଓ ପଶ୍ଚିମରେ ଅଳ୍ପ ବର୍ଷା ସମ୍ଭାବନା
  • ||
  • କଟକ : ସରିଲା ବାଲିଯାତ୍ରା, ୯ ଦିନରେ ମେଳା ବୁଲିଲେ ୬୦ ଲକ୍ଷରୁ ଅଧିକ
  • ||

ତାମିଲନାଡୁ ବିଜେପି ମୁଖ୍ୟଙ୍କ ବିବାଦୀୟ ମନ୍ତବ୍ୟ ପଡ଼ିଲା ମହଙ୍ଗା, ଏନଡିଏରୁ ଓହରିଲା ‘AIADMK’

ନୂଆଦିଲ୍ଲୀ, ୨୫/୦୯: ବିଜେପି ସହ ସଂପର୍କ ଛିନ୍ନ କଲା ଏଆଇଏଡିଏମକେ । ତାମିଲନାଡୁର ପାର୍ଟି ମୁଖ୍ୟାଳୟରେ ବୈଠକ ପରେ ଏଆଇଏଡିଏମକେ ଏନଡିଏ ମେଣ୍ଟରୁ ନିଜକୁ ଦୂରେଇ ନେଇଛି । ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଦ୍ରାବିଡ୍‌ ଆଇକନ୍ ସିଏନ ଆନ୍ନାଦୁରାଇଙ୍କ ଉଦ୍ଦେଶ୍ୟରେ ପ୍ରଦେଶ ବିଜେପି ମୁଖ୍ୟ କେ. ଆନାମଲାଇଙ୍କ ବିବାଦୀୟ ମନ୍ତବ୍ୟକୁ ବିରୋଧ କରି ଏଆଇଡିଏମକେ ଏଭଳି ନିଷ୍ପତ୍ତି ନେଇଛି । 

ବିଜେପି ଲଗାତର ଦଳର ବରିଷ୍ଠ ନେତାମାନଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଉଥିବାରୁ ଆଜି ପାଖରୁ (ସୋମବାର) ବିଜେପି ଏବଂ ଏନଡିଏ ମେଣ୍ଟ ସହ ସଂପର୍କ ଛିନ୍ନ କରିଛୁ ବୋଲି ଏଆଇଏଡିଏମକେ ନେତା କେପି ମୁନୁସାମୀ କହିଛନ୍ତି । ଏନଡିଏରୁ ଦୂରେଇ ଯିବା ପରେ ବାଣ ଫୁଟାଇ ଉତ୍ସବ ମନାଇଛନ୍ତି ଦଳର ନେତା । ତେବେ ଆନ୍ନାଦୁରାଇ ହିନ୍ଦୁମାନଙ୍କୁ ୧୯୫୬ରେ ମଦୁରାଇରେ ଅପମାନ କରିଥିବା ନେଇ ମନ୍ତବ୍ୟ ଦେଇଥିଲେ ତାମିଲନାଡୁ ବିଜେପି ମୁଖ୍ୟ  କେ. ଆନାମଲାଇ । ଏପରିକି ଆନ୍ନାଦୁରାଇଙ୍କୁ ମଦୁରାଇରେ ବନ୍ଦୀ କରାଯାଇଥିଲା ଏବଂ ସେ ଭୁଲ ମାଗି ବାହାରକୁ ଆସିଥିଲେ ବୋଲି ଆନାମଲାଇ ଦାବି କରିଥିଲେ ।

 ସେପେଟେ ଏହାକୁ ନେଇ ବିରୋଧ ତେଜିବାରୁ ଆନାମଲାଇ ଭୁଲ ମାଗିବାକୁ ମନା କରିଦେଇଥିଲେ । ସେ କହିଥିଲେ, ଏହି ମନ୍ତବ୍ୟ ୧୯୫୬ ମସିହାରେ ଏକ ଘଟଣା ଉପରେ ଆଧାରିତ । ତେଣୁ ଏନେଇ ବିଜେପି ଏବଂ ଏଆଇଏଡିଏମକେ ସଂପର୍କରେ କୌଣସି ପ୍ରଭାବ ପଡ଼ିବ ନାହିଁ । ତେବେ ଏଆଇଡିଏମକେ ୨୦୧୮ ଲୋକସଭା ନିର୍ବାଚନରେ ବିଜେପି ସହ ହାତ ମିଳାଇଥିଲା । ଏବଂ ୨୦୨୧ ବିଧାନସଭା ନିର୍ବାଚନରେ ବିଜେପିର ସହଯୋଗୀ ଦଳ ଭାବେ ନିର୍ବାଚନ ଲଢ଼ିଥିଲା ଏଆଇଡିଏମକେ ।   

You can also read: ଯବାନଙ୍କ ହୁଇ ହାତକୁ ବାନ୍ଧି ପିଠିରେ ‘PFI’ ଲେଖିଲେ ଦୁର୍ବୃତ୍ତ, ତଦନ୍ତ ଆରମ୍ଭ କଲା ପୋଲିସ

  • BJP
  • Tamilnadu
  • Copyright © 2022 - Summa Real Media Private Limited. All Rights Reserved.