ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଏଏସଆଇ

ଉମରକୋଟ,୨।୩ : ଭିଜିଲାନ୍ସ ଜାଲରେ ଡାବୁଗାଁ ପୋଲିସ ଏଏସଆଇ ସୀମାଞ୍ଚଳ ମହାରଣା । ଗୋଟିଏ ଗଣ୍ଡଗୋଳ କେସ୍ କୁ ରଫାଦଫା କରିବା ପାଇଁ ପାଞ୍ଚ ହଜାର ଟଙ୍କା ଲାଂଚ ନେବା ବେଳେ ଭିଜିଲାନ୍ସ ମାଡି ବସିଥିଲା । 

ସୂଚନା ଅନୁସାରେ   ଡାବୁଗାଁ ଥାନା ଏଏସଆଇ ସୀମାଞ୍ଚଳ ମହାରଣା  ଗୋଟିଏ ଗଣ୍ଡଗୋଳ କେସକୁ ରଫାଦଫା କରିବା ପାଇଁ ରାଉଲିଗୁଡା ଗ୍ରାମର ମକରନ୍ଦ ଜାନୀଙ୍କୁ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ରାଉଲିଗୁଡା ଗ୍ରାମର ମକରନ୍ଦ ଜାନୀଙ୍କ ଠାରୁ ସୀମାଞ୍ଚଳ ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ  ପୂର୍ବରୁ ଛକି ରହିଥବା ଭିଜିଲାନ୍ସ ମାଡି ବସିଥିଲେ । ଏହି ସମୟରେ ଏଏସଆଇ ମହାରଣା ଟଙ୍କାକୁ ଥାନା ହାଜତ ଭିତରକୁ ଫିଙ୍ଗି ଦେଇଥିଲେ । ଭିଜିଲାନ୍ସ ହାଜତ ଭିତରୁ ଟଙ୍କା ଜବତ କରିବା ସହ ଏଏସଆଇ ମହାରଣା କୁ ଗିରଫ କରିଛି । ମାଲକାନଗିରି ଭିଜିଲାନ୍ସ ଡିଏସପି ସଦାନନ୍ଦ ପାଣି ଙ୍କ ନେତୃତ୍ବରେ ଜୟପୁର ଭିଜିଲାନ୍ସ ଟିମ୍ ନବରଙ୍ଗପୁର ଟିମ୍ ମିଳିତ ଚଢ଼ାଉ କରିଥିଲେ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.