ପ୍ରମୂଖ ଖବର
  • ସିଙ୍ଗାପୁର ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ୱାଗତ କଲେ ମୁଖ୍ୟମନ୍ତ୍ରୀ: କହିଲେ ଓଡ଼ିଶା ସହ ବଢିବ ସମ୍ପର୍କ, ବଢିବ ପୁଞ୍ଜି ନିବେଶ
  • ||
  • ଶ୍ରୀମନ୍ଦିରରେ ଲାଗୁ ହେଲା ୫ ସୂତ୍ରୀ ମାର୍ଗଦର୍ଶିକା, ଡିଜିଟାଇଜେସନ୍‌ ହେବ ସମସ୍ତ ଫାଇଲ୍‌ ଏବଂ ରେକର୍ଡ
  • ||
  • ଅଲକାଦିର ଟ୍ରଷ୍ଟ ଭ୍ରଷ୍ଟାଚାର ମାମଲା : ଇମରାନଙ୍କୁ ୧୪ ଏବଂ ପତ୍ନୀଙ୍କୁ ୭ ବର୍ଷ ଜେଲ୍‌ଦଣ୍ଡ
  • ||
  • ଶିମିଳିପାଳ ଜଗିବେ ୧ ପ୍ଳାଟୁନ୍‌ ପୁଲିସ, ଶିକାରୀ ପ୍ରବଣ ଗ୍ରାମରେ ହେବ ପାଟ୍ରୋଲିଂ
  • ||
  • କଟକ : ନବ ଦାସ ହତ୍ୟା ମାମଲା: ସିବିଆଇ ତଦନ୍ତ ପାଇଁ ହାଇକୋର୍ଟରେ ମାମଲା ରୁଜୁ
  • ||
  • ଭୁବନେଶ୍ୱର : ଭଙ୍ଗାହେଲା ବୈକୁଣ୍ଠ ଧାମ, ଆଶ୍ରମ ପରିସରରେ କଡ଼ା ସୁରକ୍ଷା ବ୍ୟବସ୍ଥା
  • ||
  • ରାୟଗଡ଼ା : ଧୁମାଗୁଡ଼ା ଗାଁରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ
  • ||
  • ଶନିବାର ଦିନିକିଆ ରାୟଗଡ଼ା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ସମ୍ୱଲପୁର : ନବଦାସଙ୍କ ଭାଇଙ୍କ ଘରେ ବଡ଼ ଧରଣର ରେଡ୍‌, ତନାଘନା କରୁଛି ଆୟକର ଟିମ୍‌
  • ||
  • ଗଞ୍ଜାମ : କେନାଲରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ସ୍କିମାଟିକ୍ କନିଷ୍ଠ ଶିକ୍ଷକଙ୍କ ବଢିଲା ପାରିଶ୍ରମିକ, ଏବେ ମିଳିବ ୧୬ ହଜାର
  • ||
  • ଚାନ୍ଦବାଲି : ଗ୍ରାହକଙ୍କ ଆକାଉଣ୍ଟରୁ ଆପେ ଆପେ ଗୋଲ୍ ହେଉଛି ଟଙ୍କା, ଚିନ୍ତାରେ ଗ୍ରାହକ
  • ||
  • ଦିଗପହଣ୍ଡି : ଦ୍ରୁତଗତିରେ ଆସି ଓଲଟିଲା କଣ୍ଟେନର: ଅଳ୍ପକେ ବର୍ତ୍ତିଲେ ଲୋକେ, ଡ୍ରାଇଭର ଗିରଫ
  • ||
  • ଜମ୍ମୁ-କାଶ୍ମୀରରେ ରହସ୍ୟମୟ ରୋଗରେ ୧୫ ଶିଶୁ ମୃତ, ତଦନ୍ତ ଲାଗି ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ ଗଠନ
  • ||
  • ରାଜଧାନୀରେ ପହଞ୍ଚିଲେ ସିଙ୍ଗାପୁର ରାଷ୍ଟ୍ରପତି,ଏୟାରପୋର୍ଟରେ ଭବ୍ୟ ସ୍ବାଗତ କଲେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ
  • ||

ଆଦାନୀଙ୍କ ହାତକୁ ଆସିଲା ଏହି ପାୱାର କମ୍ପାନୀ , ଗ୍ରୁପ୍‌ର ଏହି ସେୟାର ୭୦୦ଟଙ୍କା ଅତିକ୍ରମ କରିପାରେ !

Published By : Prameya | February 9, 2024 4:35 PM

ନୂଆଦିଲ୍ଲୀ : ଗୌତମ ଆଦାନୀ ଗ୍ରୁପର ହାତକୁ ଆସିଛି ଆଉ ଏକ ଦେବାଳିଆ କମ୍ପାନୀ। କରଜରେ ଡୁବି ଥିବା ଲେଙ୍କୋ ଅମରକଣ୍ଟକ ପାୱାରକୁ ଆଦାନୀ ପାୱାର ନିଲାମୀ ମାଧ୍ୟମରେ କରିଛି ଅଧିଗ୍ରହଣ। ଇକୋନୋମିକ୍‌ ଟାଇମ୍ସର ରିପୋର୍ଟ ମୁତାବିକ, ବୁଧବାର ହୋଇଥିବା ନିଲାମୀରେ ଆଦାନୀ ପାୱରକୁ ଲେଙ୍କୋ ଅମରକଣ୍ଟକ ପାୱର ପାଇଁ ବିଜେତା ଘୋଷଣା କରାଯାଇଛି। 

ଆଦାନୀ ପାୱର ଏହି ଡିଲ୍‌ ୪୧୦୧କୋଟି ଟଙ୍କାରେ କରିଛନ୍ତି। ଏହି ଦେବାଳିଆ କମ୍ପାନୀ ପାଇଁ ମୁକେଶ ଅମ୍ୱାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ୍ ଓ ସରକାରୀ କମ୍ପାନୀ ପାୱର ଫାଇନେନ୍ସ କର୍ପୋରେସନ (ପିଏଫସି)ର ନେତୃତ୍ୱର କନ୍ସୋର୍ଟିୟମ୍‌ ମଧ୍ୟ ଆଗ୍ରହ ପ୍ରକାଶ କରିଥିଲେ ,ହେଲେ ଶେଷ ସମୟରେ ନିଲାମୀରେ ଭାଗ ନେଇ ନଥିଲେ। 

ଅନିଲ୍‌ ଅଗ୍ରୱାଲଙ୍କ କମ୍ପାନୀ ମଧ୍ୟ ଥିଲା ଦୌଡ଼ରେ –

ଲେଙ୍କୋ ଅମରକଣ୍ଟକ ପାୱରକୁ ସେପ୍ଟେମ୍ୱର ୨୦୧୯ରେ କର୍ପୋରେଟ୍‌ ଦେବାଳିଆ କାର୍ଯ୍ୟବାହୀ ପାଇଁ ସ୍ୱୀକାର କରାଯାଇ ଥିଲା, କିନ୍ତୁ ଅଲଗା ଅଲଗା କାରଣରୁ ଏହାର ପ୍ରକ୍ରିୟାରେ ବିଳମ୍ୱ ହୋଇଛି। ଏହି କମ୍ପାନୀକୁ କିଣିବାରେ ଅନିଲ ଅଗ୍ରୱାଲଙ୍କ ମାଲିକାନାର କମ୍ପାନୀ ଟ୍ୱିନ୍‌ ଷ୍ଟାର ଟେକ୍ନୋଲଜିଜ୍‌ର ମଧ୍ୟ ଆଗ୍ରହ କରିଥିଲା। ଏହି କମ୍ପାନୀ ୩୦୦୦ କୋଟି ଟଙ୍କାର ପ୍ରପୋଜାଲ ଦେଇ ଥିଲା , କିନ୍ତୁ ଜାନୁୟାରୀ ୨୦୨୨ରେ ଲେଣ୍ଡର୍ସ ଏହାକୁ ଖାରଜ କରି ଦେଇଥିଲେ। 

ଆଦାନୀ ପାୱରକୁ ଗୁଡ ନ୍ୟୁଜ୍‌ –

ଏହି ସମୟରେ ଇଣ୍ଡିଆ ରେଟିଂସ ଆଣ୍ଡ ରିସର୍ଚ୍ଚ ଆଦାନୀ ପାୱରର ବ୍ୟାଙ୍କ ସୁବିଧାକୁ ଅପଗ୍ରେଡ୍‌ କରି IND AA- ଓ ,ଷ୍ଟେବଲ ଆଉଟଲୁକ୍‌ କରି ଦେଇଛି। ରେଟିଂ ଏଜେନ୍ସି ମୁତାବିକ , ଏହାକୁ ବଢାଇବା ପଛର କାରଣ ଲୋହାରା କୋଲ ବ୍ଲକ ସହ ଜଡ଼ିତ ରେଗୁଲେଟରୀ ମାମଲା। ଇଣ୍ଡିଆ ରେଟିଂସ କହିଛି କି ଚଳନ୍ତି ଆର୍ଥିକ ବର୍ଷ ପୂର୍ବେ ୯ମାସରେ ରେଗୁଲେଟରୀ କ୍ଲେମ୍‌ ମିଳିବାରେ କମ୍ପାନୀର କରଜରେ ବଡ଼ ହ୍ରାସ ଘଟିଛି। ସପ୍ତାହର ଶେଷ ବ୍ୟବସାୟ ଦିନ ଶୁକ୍ରବାର ଆଦାନୀ ପାୱରର ସେୟାରରେ ସାମାନ୍ୟ ବଢି ଥିଲା ଏବଂ ଏହା ୫୭୫ ଟଙ୍କା ଉପରେ କାରବାର କରୁଥିଲା। 

ହେଲେ ଏକ୍ସପର୍ଟ ଏହି ସେୟାରକୁ ନେଇ ବୁଲିସ୍‌ ନଜର ଆସିଛନ୍ତି। ଗତ ଦିନରେ ଭେଞ୍ଚୁରା ସିକ୍ୟୁରିଟିଜ୍ କହିଥିଲା କି ଆଦାନୀ ପାୱରରର ସେୟାର ୨୨ ଗୁଣା ଇଭି / ଏବିଟା ଆଧାରରେ ୭୦୭ ଟଙ୍କାର ମୂଲ୍ୟ ଯାଏ ଯାଇପାରେ। 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.