କାଲିମେଳା, ୦୭/୧୨ : ଗାଁ ଦାଣ୍ଡରେ ପଡ଼ିଛି ଅଜଣା ବ୍ୟକ୍ତିଙ୍କ ମୃତଦେହ। ଗାଁ ଦାଣ୍ଡରେ ଅଜଣା ମୃତଦେହଟି ପଡ଼ିରହିଛି l ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ବେଜାଙ୍ଗିୱାଡା ପଞ୍ଚାୟତର ବାପନପଲ୍ଲୀ ଗ୍ରାମରେ ଏଭଳି ଘଟଣା ଘଟିଛି। ଏହି ଘଟଣା ପରେ ଗାଁରେ ଚାଞ୍ଚଲ୍ୟ ଖେଳି ଯାଇଛି।
ସୂଚନାନୁଯାୟୀ, ଦୁଇ ଦିନ ତଳେ କାଲିମେଳା ଥାନା ବେଜାଙ୍ଗିୱାଡା ପଞ୍ଚାୟତର ବାପନପଲ୍ଲୀ ଗ୍ରାମକୁ ଜଣେ ଅଜଣା ବ୍ୟକ୍ତି ଆସିଥିବା ଗ୍ରାମବାସୀ ଦେଖିଥିଲେ। ଗତକାଲି ହଠାତ୍ ଅଜଣା ବ୍ୟକ୍ତିଙ୍କ ମୃତଦେହ ଗାଁ ଦାଣ୍ଡରେ ପଡ଼ିଥିବା ଗ୍ରାମବାସୀ ଦେଖିଥିଲେ। କାଲିମେଳା ଥାନାରେ ଏନେଇ ଥାନାରେ ଏତଲା ଦିଆଯାଇଛି। ଉକ୍ତ ବ୍ୟକ୍ତି ଜଣକ ଛତିଶଗଡ଼ର ବୋଲି ସୂଚନା ମିଳିଛି l ଗାଁରେ ବର୍ତ୍ତମାନ ଚାଞ୍ଚଲ୍ୟ ଖେଳିଯାଇଛି। ଉକ୍ତ ବ୍ୟକ୍ତିଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି।