ପ୍ରମୁଖ ଖବର
  • ଟାଙ୍ଗୀ: ୨୪ ଘଣ୍ଟା ପରେ ନିଖୋଜ ପ୍ରଫୁଲଙ୍କ ମୃତଦେହ କଲବଲିଆ ପୋଖରୀରୁ ଉଦ୍ଧାର| ହାତୀ ଆକ୍ରମଣରେ ମୃତ୍ୟୁ ଅଭିଯୋଗ
  • ||
  • କଟକ: ଆସିଲା ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ରାୟ, ହାଇ ପାୱାର କମିଟି ଗଠନ ପାଇଁ ସରକାରଙ୍କୁ ନିର୍ଦ୍ଦେଶ
  • ||
  • ଭୁବନେଶ୍ୱର: ଆଗ ପଛ ହୋଇ ଆସୁଛି ଲଘୁଚାପ, ପହିଲାରୁ ସପ୍ତାହେ ବର୍ଷିବ
  • ||
  • ଗଞ୍ଜାମ: ପୂ୍ର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ, ୨୪ ଘଣ୍ଟାରେ ଗଡିଲା ଦୁଇ ମଣ୍ଡ
  • ||
  • ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ, ମାତିଛନ୍ତି ମୁଖା ପିନ୍ଧା ଲୁଟେରା
  • ||
  • ରାୟଗଡ଼ା: ଭିଜିଲାନ୍ସ ଜାଲରେ ପିଏଚଡି କାର୍ଯ୍ୟାଳୟ ଏଷ୍ଟିମେଟର, ଲାଞ୍ଚ ନେବା ବେଳେ ଧରା ପଡ଼ିଲେ
  • ||
  • ଆନନ୍ଦପୁର: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୩ ମୃତ
  • ||
  • ନୂଆଦିଲ୍ଲୀ: ପାକିସ୍ତାନରେ ବିସ୍ଫୋରଣ, ୧୩ ମୃତ, ୭୦ ଆହତ
  • ||
  • କାଲିମେଳା: ଓଲଟିଲା ପାଣି ପାଇପ୍ ବୋଝେଇ ଟ୍ରେଲର, ଡ୍ରାଇଭର୍ ଆହତ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ଅଷ୍ଟମ ସ୍ବର୍ଣ୍ଣ, ମହିଳା ୧୦ ମିଟର ଏୟାର ରାୟଫଲ ଟିମ୍ ଇଭେଣ୍ଟରେ ଗୋଲ୍ଡ ମେଡାଲ
  • ||
  • ପୁରୀ: ଆଜି ବଡ଼ଦେଉଳରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି
  • ||
  • ବିଶ୍ୱକପ୍‌ ପାଇଁ ଉତ୍ସବମୁଖର ଭାରତ: ଗୋଟିଏ ସପ୍ତାହ ଅପେକ୍ଷା, ଆଜିଠୁ ଅଭ୍ୟାସ ମ୍ୟାଚ୍
  • ||
  • କଟକ: ଚୌଧୁରୀବଜାରରେ ଭୟାବହ ଅଗ୍ନିକାଣ୍ଡ, ଲୁଗା ଦୋକାନରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି
  • ||
  • ଭୁବନେଶ୍ୱର:ଡେଙ୍ଗୁ ନେଲା ଆଉ ଏକ ମୁଣ୍ଡ, କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ସପ୍ତମ ସ୍ବର୍ଣ୍ଣ, ୫୦ ମିଟର ଏୟାର ରାଫଲ ଟିମ ଇଭେଣ୍ଟ ଗୋଲ୍ଡ ମେଡାଲ
  • ||
  • କାବେରୀ ନଦୀଜଳ ବିବାଦ: ତାମିଲନାଡୁକୁ ଅଧିକ ପାଣି ଛାଡିବା ନିଷ୍ପତ୍ତି ବିରୋଧ, ଆଜି କର୍ଣ୍ଣାଟକ ବନ୍ଦ
  • ||
  • ଭୁବନେଶ୍ୱର: ବିଶ୍ୱ ହୃତ୍‌ପିଣ୍ଡ ଦିବସ, ଏ ବର୍ଷର ଥିମ ‘ହୃତ୍‌ପିଣ୍ଡର ଉପଯୋଗ କର, ହୃତ୍‌ପିଣ୍ଡକୁ ଜାଣ ’
  • ||
  • ଯାଜପୁର: ଅଢ଼େଇ ବର୍ଷର ଝିଅ ସହ ବୈତରଣୀ ନଦୀକୁ ଡ଼େଇଁଲେ ବାପା, ୩୦ ଘଣ୍ଟା ପରେ ଉଦ୍ଧାର ଚନ୍ଦନଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ଶୁକ୍ରବାର ଲଘୁଚାପ ରୂପ ନେବ ଘୂର୍ଣ୍ଣିବଳୟ, ୨୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ: ୧୩ରୁ ଫେରିଯିବ ମୌସୁମୀ
  • ||

ପାକିସ୍ତାନ ବିପକ୍ଷ ମ୍ୟାଚରେ ଚୂଡ଼ାନ୍ତ ଏକାଦଶରେ ଭାରତ କରିପାରେ ପରିବର୍ତ୍ତନ, ସ୍ଥାନ ପାଇ ପାରନ୍ତି ଏହି ୨ ଖେଳାଳି

କଲୋମ୍ବୋ, ୦/୦୯: ଏସିଆ କପର ସୁପର୍-୪ରେ ଆସନ୍ତାକାଲି ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ । ଉଭୟ ଦେଶ ମଧ୍ୟରେ କଲୋମ୍ବୋରେ ଖେଳାଯିବାକୁ ଥିବା ମ୍ୟାଚ୍ ଭାରତୀୟ ସମୟ ଅପରାହ୍ଣ ୩ଟାରେ ଖେଳାଯିବ । ବାବର ଆଜାମ ପାକିସ୍ତାନ ଟିମର ନେତୃତ୍ୱ ନେଉଥିବା ବେଳେ ରୋହିତ ଶର୍ମାଙ୍କ ନେତୃତ୍ୱରେ ଖେଳୁଛି ଭାରତ । ଏହା ପୂର୍ବରୁ ଗ୍ରୁପ୍ ପର୍ଯ୍ୟାୟରେ ଦୁଇ ପଡ଼ୋଶୀଙ୍କ ମଧ୍ୟରେ ଖେଳା ଯାଇଥିବା ବେଳେ ବର୍ଷା ପାଇଁ ମ୍ୟାଚ୍ ରଦ୍ଦ ହୋଇଥିଲା ।

ସୁପର୍-୪ ମୁକାବିଲା ପୂର୍ବରୁ ଭାରତୀୟ ଦଳ ପାଇଁ ଭଲ ଖବର ଆସିଛି । ଦଳର ଷ୍ଟାର୍ ବୋଲର ଯଶପ୍ରୀତ ବୁମରା ଟିମ୍ ସହ ଯୋଡ଼ି ହୋଇଛନ୍ତି । ବ୍ୟକ୍ତିଗତ କାରଣ ପାଇଁ ବୁମରା ନେପାଳ ବିପକ୍ଷ ମ୍ୟାଚ୍ ନ ଖେଳି ଭାରତ ଆସିଥିଲେ । ବୁମରାଙ୍କ ଅନୁପସ୍ଥିତିରେ ପେସ୍ ବୋଲର ମୋହମ୍ମଦ ଶାମିଙ୍କୁ ନେପାଳ ବିପକ୍ଷ ମ୍ୟାଚରେ ଚୂଡ଼ାନ୍ତ ଏକାଦେଶରେ ସାମିଲ୍ କରାଯାଇଥିଲା । ନେପାଳ ବିପକ୍ଷ ମ୍ୟାଚରେ ମୋହମ୍ମଦ ଶାମି ୭ ଓଭରରେ ୨୯ ରନ୍ ଦେଇ ଗୋଟିଏ ୱିକେଟ୍ ନେଇଥିଲେ । ଏବେ ବୁମରା ଦଳକୁ ଫେରିଥିବାରୁ ଶାମିଙ୍କୁ ଚୂଡ଼ାନ୍ତ ଏକାଦେଶରେ ସ୍ଥାନ ମିଳି ନପାରେ ।

ଯୌତୁକ ମାମଲାରେ ମନମୁଖି ଗିରଫ ମନା, ପୁଲିସ୍‌ ଉପରେ ଲାଗିଲା ଅଙ୍କୁଶ: ହାଇକୋର୍ଟ ଜାରି କଲେ ବିଜ୍ଞପ୍ତି

ଆହତ ସମସ୍ୟାରୁ ମୁକ୍ତ ହୋଇ ୱିକେଟ୍ କିପର କେଏଲ୍ ରାହୁଲ ଦଳରେ ସାମିଲ୍ ହୋଇଛନ୍ତି । ଶୁକ୍ରବାର କଏଲ୍ ରାହୁଲ ଅଭ୍ୟାସ କରୁଥିବା ଦେଖିବାକୁ ମିଳିଛି । ଏବେ ପ୍ରଶ୍ନ ଚୂଡ଼ାନ୍ତ ଏକାଦେଶରେ ରାହୁଲଙ୍କୁ ସ୍ଥାନ ମିଳିଲେ କିଏ ବାଦ ପଡ଼ିବେ । କାରଣ ପାକିସ୍ତାନ ବିପକ୍ଷ ଗ୍ରୁପ୍ ମ୍ୟାଚରେ ଭଲ ବ୍ୟାଟିଂ କରି ଚୂଡ଼ାନ୍ତ ଏକାଦେଶରେ ପ୍ରାୟତଃ ସ୍ଥାନ ପକ୍କା କରି ନେଇଛନ୍ତି ଈଶାନ କିଷନ ।

ଚତୁର୍ଥ ସ୍ଥାନରେ ବ୍ୟାଟିଂ କରୁଥିବା ଶ୍ରେୟସ ଆୟରଙ୍କୁ ଚୂଡ଼ାନ୍ତ ଏକାଦେଶରେ ସ୍ଥାନ ମିଳି ନପାରେ । ପାକିସ୍ତାନ ବିପକ୍ଷ ମ୍ୟାଚରେ ଶ୍ରେୟସଙ୍କ ବ୍ୟାଟରୁ ସେଭଳି ବଡ଼ ସଟ୍ ଦେଖିବାକୁ ମିଳି ନଥିଲା । ତଥାପି ଚୟନ କମିଟି ଶ୍ରେୟସଙ୍କୁ ଆଉ ଏକ ସୁଯୋଗ ଦେବାକୁ ଚାହୁଁଛି । ଶ୍ରେୟସ ଆୟର ଖେଳିଲେ  କେଏଲ୍ ରାହୁଲଙ୍କୁ ଟିମରେ ସ୍ଥାନ ମିଳି ନପାରେ । 

୧୨୦ ବର୍ଷରେ ସବୁଠୁ ଶକ୍ତିଶାଳୀ ଭୂମିକମ୍ପ; ୬.୮ ତୀବ୍ରତାରେ ଥରିଲା ମୋରୋକ୍କୋ, ୨୯୬ ଜଣଙ୍କ ମୃତ୍ୟୁ

ପାକିସ୍ତାନ ବିପକ୍ଷ ମ୍ୟାଚରେ ଶାର୍ଦ୍ଦୁଲ ଠାକୁରଙ୍କ ପରିବର୍ତ୍ତେ ଆଉ ଜଣେ ସ୍ପିନରଙ୍କୁ ସ୍ଥାନ ମିଳିପାରେ । ସିରିଜରେ ବୁମରା ଫ୍ରଣ୍ଟଲାଇନ୍ ପେସର୍ ହୋଇଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ସିମର ଭାବେ ରହିବେ । ସ୍ପିନର୍ ଭାବେ କୁଲଦୀପ ଯାଦବ, ରବୀନ୍ଦ୍ର ଜାଡ଼େଜା ଓ ଅକ୍ଷର ପଟେଲ ଖେଳିବେ ।

ଆସନ୍ତାକାଲି ମ୍ୟାଚ୍ କଲୋମ୍ବୋରେ ଖେଳାଯିବ । ଯଦି ୧୦ ତାରିଖ ମ୍ୟାଚରେ ବର୍ଷା ବାଧକ ସାଜେ ତ ୧୧ ତାରିଖରେ ପୁଣି ମୁକାବିଲା ହେବ । କାରଣ ଏସିସି ରିଜର୍ଭ ଡେ ରଖିଛି । ଟୁର୍ଣ୍ଣାମେଣ୍ଟରେ ଅନ୍ୟ କୌଣସି ଦିନ ରିଜର୍ଭ ଡେ ନଥିଲା । 

ind vs pak
cricket
ASIA CUP

Copyright © 2022 - Summa Real Media Private Limited. All Rights Reserved.