ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବାଲିଯାତ୍ରା ପଡିଆରେ ବିଜେପି ପ୍ରଚାର ମଞ୍ଚ; ଚା’, ପାଣି ଦେଇ ସଫଳତା ବଖାଣିଲେ

କଟକ,୦୪/୧୨: ପ୍ରତିଦିନ ଲକ୍ଷଲକ୍ଷ ଲୋକଙ୍କ ସମାଗମ ହେତୁ ବାଲିଯାତ୍ରାକୁ ରାଜନୈତିକ ପୃଷ୍ଠଭୂମି ଭାବେ ବ୍ୟବହାର କରିଛି ବିଜେପି । ଜିଲ୍ଲା ବିଜେପି ଓ ନଗର ବିଜେପି ମିଳିତ ଭାବେ ବାଲିଯାତ୍ରାରେ ‘ପ୍ରଚାର ମଞ୍ଚ’ ନାମରେ ଏକ ଷ୍ଟଲ୍‌ ଖୋଲି ଜନସମର୍ଥନ ଯୋଗାଡ଼ିବାକୁ ଉଦ୍ୟମ କରିଛନ୍ତି । ଲୋକଙ୍କୁ ଚା’ପାଣି ଓ ଖାଦ୍ୟପେୟ ଦେଇ, ରେଷ୍ଟ୍‌ ରୁମ୍‌ରେ ବସାଇ ମୋଦି ସରକାରର ଉନ୍ନତିମୂଳକ ଯୋଜନା ଗୁଡିକ ସମ୍ପର୍କରେ ବୁଝାଯାଉଛି । କେବଳ ସେତିକି ନୁହେଁ, ଆଜି ତିନି ରାଜ୍ୟର ନିର୍ବାଚନୀ ଫଳାଫଳକୁ ନେଇ ବାଲିଯାତ୍ରା ପଡ଼ିଆସ୍ଥିତ ବିଜେପି ଷ୍ଟଲ୍‌ ସାମ୍ନାରେ ବିଜୟ ଉତ୍ସବ ପାଳନ କରିଛି ବିଜେପି ।

କଟକ ଇନ୍‌ କଟକ ସମ୍ମୁଖରେ ଥିବା ଏହି ପ୍ରଚାର ମଞ୍ଚକୁ ବିଜେପି ଜିଲ୍ଲା ସଭାପତି ପ୍ରକାଶ ବେହେରା ଉଦ୍‌ଘାଟନ କରିଛନ୍ତି । ନଗର ସଭାପତି ଲଲାଟେନ୍ଦୁ ବଡୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାର ପ୍ରାୟ ନିର୍ବାଚନ ମଣ୍ଡଳୀରୁ ଛାମୁଆ ନେତାମାନେ ଯୋଗ ଦେଇଥିଲେ । ବାଲିଯାତ୍ରାରେ ପ୍ରଚାର ମଞ୍ଚ କରି ଜନସମର୍ଥନ ଯୋଗାଡ଼ କରିବା ଲକ୍ଷ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଯୋଜନା ମୁତାବକ, ଏହି ମଞ୍ଚରେ ଆଗକୁ ବାଲିଯାତ୍ରା ସରିବା ପର୍ଯ୍ୟନ୍ତ ବିଜେପି କର୍ମୀମାନେ ଉପସ୍ଥିତ ରହିବେ । ସାରା ରାଜ୍ୟରୁ ଯେଉଁ ଦର୍ଶକମାନେ ବାଲିଯାତ୍ରାକୁ ବୁଲି ଆସୁଛନ୍ତି ସେମାନଙ୍କ ଭଲମନ୍ଦ ବୁଝିବେ । ବୃଦ୍ଧବୃଦ୍ଧାଙ୍କୁ ମେଳା ବୁଲିବାରେ ସହାୟତା କରିବେ । ଥକିଗଲେ ଆଣି ବିଶ୍ରାମ ଗୃହରେ ବସାଇ ଚା’ ଓ ପାଣି ଯୋଗାଇ ଦେବେ । ବିଶ୍ରାମ ନେଉଥିବା ଲୋକଙ୍କୁ ବିଜେପିର ଆଭିମୁଖ୍ୟ ସମ୍ପର୍କରେ ବୁଝାଇବେ ।

ମଞ୍ଚ ବିଷୟରେ ଜିଲ୍ଲା ସଭାପତି ଶ୍ରୀ ବେହେରା କହିଛନ୍ତି ଯେ, ସାରା ରାଜ୍ୟରୁ ଆସିଥିବା ଅତିଥିମାନଙ୍କୁ ସେବା ଯୋଗାଇଦେବା ଉଦ୍ଦେଶ୍ୟରେ ଏହି ମଞ୍ଚ ସମର୍ପିତ । ଯେ କୌଣସି ସମସ୍ୟାରେ ସମ୍ମୁଖୀନ ହେଉଥିବା ଲୋକମାନଙ୍କୁ ଉପଯୁକ୍ତ ସେବା ଯୋଗାଇ ଦେବା ହେଉଛି ଆମର ପ୍ରାଥମିକତା । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନେତା ନୟନ କିଶାର ମହାନ୍ତି, ବ୍ରଜେନ୍ଦ୍ର ରାୟ, ଶୁଭ୍ରାଂଶୁ ମୋହନ ପାଢ଼ୀ, ହୃଷିକେଶ ଜେନା, ସିକନ୍ଦର ଅଲ୍ଲୀ, ରାମନାରାୟଣ ମହାନ୍ତି, ଆଲୋକ ଚନ୍ଦ୍ର ମହାନ୍ତି, ପ୍ରଭାସ ରାଉତ, ବିନୋଦ ଦାଶ, ପ୍ରଦୀପ ବେହେରା, ବୁଲୁ ସ୍ୱାଇଁ, ବାବୁ ସ୍ୱାଇଁ, ସୁଶାନ୍ତ ଜେନା, ନିର୍ମଳ ପତ୍ରୀ, ଅଶୋକ ସାହୁ, କର୍ପୋରେଟର ଗୋପାଳ ବେହେରା, ଲକ୍ଷ୍ମୀଧର ବେହେରା, ଦୀପକ ଦାସଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିଥିଲେ । ତିନି ରାଜ୍ୟରେ ଆଜି ବିଜେପିର ବିଜୟ ଲାଗି ବାଲିଯାତ୍ରାରେ ବାଣ ଫୁଟାଇ, ମିଠା ବଣ୍ଟାଯାଇ ଉତ୍ସବ ପାଳନ କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.