ଜୟପୁର, ୧୬/୧୧: ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ମାନିଫେଷ୍ଟୋ ପ୍ରକାଶ କରିଛନ୍ତି । ନିର୍ବାଚନୀ ଇସ୍ତାହାରକୁ ବିଜେପି ବିକାଶର ରୋଡମ୍ୟାପ୍ କହିଛି । ଜେପି ନଡ୍ଡା କହିଛନ୍ତି, ବିଜେପି ରାଜ୍ୟ ବିକାଶ ଓ ସମସ୍ତଙ୍କ ବିକାଶ କରିବ ।
ଗାଁ, ଗରିବ, ମହିଳା, ଯୁବକ, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତିକୁ ଆହୁରି ମଜଭୁତ୍ କରାଯିବ । ବିଜେପିର ନିର୍ବାଚନୀ ଇସ୍ତାହାରକୁ ଏକ ଭିଜନ ବୋଲି କହିଛନ୍ତି ନଡ୍ଡା । ସେ ଆହୁରି କହିଛନ୍ତି, ଗତ ୯ ବର୍ଷରେ ରାଜସ୍ଥାନରେ ୨୩ଟି ମେଡିକାଲ୍ କଲେଜ୍ ହୋଇଛି ।
ତେଲଙ୍ଗାନା ଭୋଟ୍ ପୂର୍ବରୁ ବିଆରଏସ୍ ପ୍ରାର୍ଥୀଙ୍କ ଘରେ ଆୟକର ଚଢ଼ାଉ
ନିର୍ବାଚନୀ ଇସ୍ତାହାରରେ ବିଜେପି କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷା ଦେବାକୁ ପ୍ରତିଶ୍ରୁତି ଦେଇଛି । ସେହିଭଳି ମାତୃ ବନ୍ଦନ ରାଶି ୪ରୁ ୮ ହଜାରକୁ ବୃଦ୍ଧି, ଏମ୍ସ ଓ ଆଇଆଇଟିର ପ୍ରତି ଡିଭିଜନରେ ରାଜସ୍ଥାନ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଓ ମେଡିକାଲ୍ କଲେଜ ପ୍ରତିଷ୍ଠା କରାଯିବ । ପେପର୍ ଲିକର ତଦନ୍ତ କରିବ ଏସ୍ଆଇଟି ।
ଗହମ ପ୍ରତି କ୍ୱିଣ୍ଟାଲ୍ ୨୭୦୦ ଟଙ୍କାରେ କିଣାଯିବ ଏବଂ ବୋନସ୍ ଦିଆଯିବ । ଝିଅ ଜନ୍ମ କଲେ ୨ ଲକ୍ଷର ସେଭିଂ ବଣ୍ଡ ମିଳିବ । କଂଗ୍ରେସ ସରକାରରେ ନିଲାମ ହୋଇଥିବା କୃଷକଙ୍କ ଜମିକୁ ଉଚିତ୍ ମୂଲ୍ୟ ମିଳିବା ପାଇଁ ନୀତି ଅଣାଯିବ । ପ୍ରତି ଜିଲ୍ଲାରେ ମହିଳା ପୋଲିସ ଥାନା ସହ ପୋଲିସ ଷ୍ଟେସନରେ ରହିବ ମହିଳା ଡେସ୍କ । ବଡ଼ ସହରରେ ଗଠନ ହେବ ଆଣ୍ଟି ରୋମିଓ ସ୍କ୍ୱାଡ୍ ।
୫ ମାସ ପରେ ପ୍ରଶାନ୍ତ ମହାସାଗରରେ ଖସିଲା ‘ଚନ୍ଦ୍ରଯାନ-୩’ ରକେଟର ଅଂଶ
ରାଜସ୍ଥାନରେ ବିଜେପି କ୍ଷମତାକୁ ଆସିଲେ, ଲକ୍ଷପତି ଦିଦି ଯୋଜନାରେ ୬ ଲକ୍ଷରୁ ଅଧିକ ଗ୍ରାମୀଣ ମହିଳାଙ୍କୁ କୌଶଳ ପ୍ରଶିକ୍ଷଣ ଦିଆଯିବ । ପିଏମ୍ ଉଜ୍ଜ୍ୱଳା ଯୋଜନାରେ ସମସ୍ତ ଗରିବ ପରିବାରର ମହିଳାଙ୍କୁ ୪୫୦ ଟଙ୍କାରେ ଗ୍ୟାସ୍ ସିଲିଣ୍ଡର ମିଳିବ । ଆଗାମୀ ୫ ବର୍ଷ ଯାଏ ଅଢ଼େଇ ଲକ୍ଷ ବେରୋଜଗାରଙ୍କୁ ଚାକିରି ଦିଆଯିବ ।
ବିଜେପିର ନିର୍ବାଚନୀ ଇସ୍ତାହାର ଜାରି ଅବସରରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ସମାଲୋଚନା କରିଥିଲେ । ନଡ୍ଡା କହିଥିଲେ, ଗେହଲଟ୍ ସରକାର ମହିଳାଙ୍କୁ ଅପମାନ କରିବା ସହ କୃଷକଙ୍କୁ ଉପେକ୍ଷା କରିଛନ୍ତି ।
ଚୀନର କୋଇଲା କମ୍ପାନୀ କୋଠାରେ ଭୟଙ୍କର ଅଗ୍ନିକାଣ୍ଡ, ୨୬ ମୃତ, ୫୧ରୁ ଅଧିକ ଆହତ