ପ୍ରମୁଖ ଖବର
  • ମିଶନ ଶକ୍ତି ବଜାର ଶୁଭାରମ୍ଭ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ
  • ||
  • ଆଜି ଓୟୁଟିଆର୍‌ରେ ପ୍ରଥମ ସମାବର୍ତ୍ତନ ଉତ୍ସବ, ସଭାପତିତ୍ୱ କରିବେ ରାଜ୍ୟପାଳ
  • ||
  • ମଙ୍ଗଳବାର ୟୁପି ରାଜ୍ୟସଭା ନିର୍ବାଚନ, ବିଜେପିକୁ ସମର୍ଥନ କରିବେ ରାଜା ଭୈୟା
  • ||
  • ବିନିକାରୁ ଅପହୃତ ବ୍ୟବସାୟୀ ବୁର୍ଲାରୁ ଉଦ୍ଧାର, ପୁଲିସର ବ୍ଲକିଂ ଦେଖି ଗୋଲଗୁଣ୍ଡା ପାଖରେ ଛାଡ଼ି ଅପହର୍ତ୍ତା ଫେରାର
  • ||
  • ୨୯ରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ, ଉପସ୍ଥାପିତ ହେବ ରତ୍ନଭଣ୍ଡାର ଲେଜର ସ୍କାନିଂ ରିପୋର୍ଟ
  • ||
  • WPL-2024: ଦିଲ୍ଲୀ କ୍ୟାପିଟାଲ୍ସ ୯ ଓ୍ବିକେଟ୍ ବିଜୟୀ, ୟୁପି ୱାରିୟର୍ସର ଦ୍ୱିତୀୟ ପରାଜୟ
  • ||
  • ବୁଧବାରଠୁ ୪ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି, ଆଜି କାର୍‌କେଡ୍‌ ରିହର୍ସାଲ କରିବ ଓଡ଼ିଶା ପୁଲିସ୍‌
  • ||
  • ଶନିବାର ବାରବାଟୀ ଷ୍ଟାଡିୟମ୍‌ ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ, ୪୧ଟି କ୍ରିକେଟ୍‌ ଏକାଡେମୀ ହେବ ଲୋକାର୍ପଣ
  • ||
  • ଆସନ୍ତା ୩ ତାରିଖ ଯାଏ ବର୍ଷା ସମ୍ଭାବନା, ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି
  • ||

ବାହାରେ ଅଳିଆ ଫିଙ୍ଗିବା ପଡିଲା ମହଙ୍ଗା, କଲ୍ୟାଣ ମଣ୍ଡପକୁ ୨୫ହଜାର ଜରିମାନା କଲା ବିଏମ୍‌ସି

ଭୁବନେଶ୍ୱର,୧୦/୧୨:  ଖୋଲାରେ ଅଳିଆ ଫିଙ୍ଗିବାରୁ ଏକ କଲ୍ୟାଣ ମଣ୍ଡପ ଉପରେ କାର୍ଯ୍ୟାନୁଷ୍ଠାନ  ନେଇଛି ବିଏମ୍‌ସି । ଭରତପୁରଠାରେ ଥିବା ଲକ୍ଷ୍ମୀ ନାରାୟଣ କଲ୍ୟାଣ ମଣ୍ଡପରୁ ୨୫ହଜାର ଟଙ୍କାର ଜରିମାନା ଆଦାୟ ହୋଇଛି । କଲ୍ୟାଣ ମଣ୍ଡପ ବାହାରେ ଓଦା ଓ  ଶୁଖିଲା ଅଳିଆ ବିକ୍ଷିପ୍ତ ଭାବେ ପଡ଼ିଥିଲା । କ୍ଷେତ୍ର ପରିଦର୍ଶନ ବେଳେ ବିଏମସିର  ଟିମ୍‌ ସାଇନ୍‌ ଏହାକୁ ଦେଖିଥିଲା । 

କଲ୍ୟାଣ  ମଣ୍ଡପ ଉପରେ ତତ୍କାଳ ଜରିମାନା କଷା ଯାଇଥିଲା । ଏହି କଲ୍ୟାଣ ମଣ୍ଡପରେ  ବିବାହ, ବ୍ରତ, ଜନ୍ମଦିନ ଭଳି କାର୍ଯ୍ୟକ୍ରମ  ନିୟମିତ ଆୟୋଜନ ହେଉଛି । କିନ୍ତୁ  ଏଠାରେ ବର୍ଜ୍ୟ ପରିଚାଳନା ନିୟମକୁ  ପାଳନ କରାଯାଉନି । ଏଥିପାଇଁ ସ୍ଥାନୀୟ  ଅଞ୍ଚଳର ପରିବେଶ ପ୍ରଦୂଷିତ ହେଉଛି । ଏଥିପାଇଁ ସଂପୃକ୍ତ କଲ୍ୟାଣ ମଣ୍ଡପ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା  ବିଏମ୍‌ସି ପକ୍ଷରୁ କୁହାଯାଇଛି । 

 

ଗଣମାଧ୍ୟମ, ସାମାଜିକ ଗଣମାଧ୍ୟମ  ଓ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ  ନାଗରିକଙ୍କୁ ବର୍ଜ୍ୟ ପରିଚାଳନା ଉପରେ  ସଚେତନ କରାଯାଉଛି । ବିଏମ୍‌ସି  ଅଞ୍ଚଳର ଅଧିକାଂଶ ନାଗରିକ ଓଦା ଓ  ଶୁଖିଲା ବର୍ଜ୍ୟକୁ ଅଲଗା କରି ଦେଉଛନ୍ତି ।  କିନ୍ତୁ କିଛି ଅମାନିଆ ହୋଟେଲ,  କଲ୍ୟାଣ ମଣ୍ଡପ, ବ୍ୟବସାୟିକ ପ୍ରତିଷ୍ଠାନ  ଏଣେତେଣେ ବର୍ଜ୍ୟ ପକାଉଥିବା  ଦେଖିବାକୁ ମିଳୁଛି । ସଫା ଭୁବନେଶ୍ୱର  ଆପସ୍‌ରେ ଅନୁରୋଧ କଲେ, ବିଏମ୍‌ସି  ଗାଡ଼ି ଆସି ଦୁଆର ମୁଁହରୁ ବର୍ଜ୍ୟ  ସଂଗ୍ରହ କରିନେଉଛି । ଉଭୟ ଦିନ ଓ  ରାତିରେ ଅଳିଆ ସଂଗ୍ରହ ହେଉଛି ।  

ଏତେ ସବୁ ସୁବିଧା ଥିବା ସତ୍ତେ୍ୱ କଲ୍ୟାଣ  ମଣ୍ଡପଗୁଡ଼ିକ ବେପରୁଆ ଆଚରଣ  କରୁଛନ୍ତି । ଏଣେତେଣେ ବର୍ଜ୍ୟ ଫିଙ୍ଗି  ପରିବେଶକୁ ନଷ୍ଟ କରୁଛନ୍ତି । ସେମାନଙ୍କୁ  ଠିକ୍‌ ବାଟକୁ ଆଣିବାକୁ ବିଏମ୍‌ସି ବାଧ୍ୟ  ହୋଇ ଜରିମାନା ଆଦାୟ କରୁଛି ବୋଲି  ବିଏମ୍‌ସି କମିଶନର କହିଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.