ପ୍ରମୁଖ ଖବର
  • ଟାଙ୍ଗୀ: ୨୪ ଘଣ୍ଟା ପରେ ନିଖୋଜ ପ୍ରଫୁଲଙ୍କ ମୃତଦେହ କଲବଲିଆ ପୋଖରୀରୁ ଉଦ୍ଧାର| ହାତୀ ଆକ୍ରମଣରେ ମୃତ୍ୟୁ ଅଭିଯୋଗ
  • ||
  • କଟକ: ଆସିଲା ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ରାୟ, ହାଇ ପାୱାର କମିଟି ଗଠନ ପାଇଁ ସରକାରଙ୍କୁ ନିର୍ଦ୍ଦେଶ
  • ||
  • ଭୁବନେଶ୍ୱର: ଆଗ ପଛ ହୋଇ ଆସୁଛି ଲଘୁଚାପ, ପହିଲାରୁ ସପ୍ତାହେ ବର୍ଷିବ
  • ||
  • ଗଞ୍ଜାମ: ପୂ୍ର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ, ୨୪ ଘଣ୍ଟାରେ ଗଡିଲା ଦୁଇ ମଣ୍ଡ
  • ||
  • ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ, ମାତିଛନ୍ତି ମୁଖା ପିନ୍ଧା ଲୁଟେରା
  • ||
  • ରାୟଗଡ଼ା: ଭିଜିଲାନ୍ସ ଜାଲରେ ପିଏଚଡି କାର୍ଯ୍ୟାଳୟ ଏଷ୍ଟିମେଟର, ଲାଞ୍ଚ ନେବା ବେଳେ ଧରା ପଡ଼ିଲେ
  • ||
  • ଆନନ୍ଦପୁର: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୩ ମୃତ
  • ||
  • ନୂଆଦିଲ୍ଲୀ: ପାକିସ୍ତାନରେ ବିସ୍ଫୋରଣ, ୧୩ ମୃତ, ୭୦ ଆହତ
  • ||
  • କାଲିମେଳା: ଓଲଟିଲା ପାଣି ପାଇପ୍ ବୋଝେଇ ଟ୍ରେଲର, ଡ୍ରାଇଭର୍ ଆହତ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ଅଷ୍ଟମ ସ୍ବର୍ଣ୍ଣ, ମହିଳା ୧୦ ମିଟର ଏୟାର ରାୟଫଲ ଟିମ୍ ଇଭେଣ୍ଟରେ ଗୋଲ୍ଡ ମେଡାଲ
  • ||
  • ପୁରୀ: ଆଜି ବଡ଼ଦେଉଳରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି
  • ||
  • ବିଶ୍ୱକପ୍‌ ପାଇଁ ଉତ୍ସବମୁଖର ଭାରତ: ଗୋଟିଏ ସପ୍ତାହ ଅପେକ୍ଷା, ଆଜିଠୁ ଅଭ୍ୟାସ ମ୍ୟାଚ୍
  • ||
  • କଟକ: ଚୌଧୁରୀବଜାରରେ ଭୟାବହ ଅଗ୍ନିକାଣ୍ଡ, ଲୁଗା ଦୋକାନରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି
  • ||
  • ଭୁବନେଶ୍ୱର:ଡେଙ୍ଗୁ ନେଲା ଆଉ ଏକ ମୁଣ୍ଡ, କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ସପ୍ତମ ସ୍ବର୍ଣ୍ଣ, ୫୦ ମିଟର ଏୟାର ରାଫଲ ଟିମ ଇଭେଣ୍ଟ ଗୋଲ୍ଡ ମେଡାଲ
  • ||
  • କାବେରୀ ନଦୀଜଳ ବିବାଦ: ତାମିଲନାଡୁକୁ ଅଧିକ ପାଣି ଛାଡିବା ନିଷ୍ପତ୍ତି ବିରୋଧ, ଆଜି କର୍ଣ୍ଣାଟକ ବନ୍ଦ
  • ||
  • ଭୁବନେଶ୍ୱର: ବିଶ୍ୱ ହୃତ୍‌ପିଣ୍ଡ ଦିବସ, ଏ ବର୍ଷର ଥିମ ‘ହୃତ୍‌ପିଣ୍ଡର ଉପଯୋଗ କର, ହୃତ୍‌ପିଣ୍ଡକୁ ଜାଣ ’
  • ||
  • ଯାଜପୁର: ଅଢ଼େଇ ବର୍ଷର ଝିଅ ସହ ବୈତରଣୀ ନଦୀକୁ ଡ଼େଇଁଲେ ବାପା, ୩୦ ଘଣ୍ଟା ପରେ ଉଦ୍ଧାର ଚନ୍ଦନଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ଶୁକ୍ରବାର ଲଘୁଚାପ ରୂପ ନେବ ଘୂର୍ଣ୍ଣିବଳୟ, ୨୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ: ୧୩ରୁ ଫେରିଯିବ ମୌସୁମୀ
  • ||

ଅଡ଼ୁଆରେ ବଲିଉଡ ଅଭିନେତା ଗୋବିନ୍ଦା, ଜେରା କରିବ ଅର୍ଥନୈତିକ ଅପରାଧ ଶାଖା

ଭୁବନେଶ୍ୱର ୧୪/୦୯: ବଲିଉଡ୍ ଅଭିନେତା ଗୋବିନ୍ଦାଙ୍କ ପାଇ ଅଡୁଆ ବଢ଼ିପାରେ । ଏକ ଅନଲାଇନ୍ ପଞ୍ଜି ଦୁର୍ନୀତି ମାମଲାରେ ଖୁବ୍ ଶୀଘ୍ର ଜେରାର ସମ୍ମୁଖୀନ ହେବେ ଗୋବିନ୍ଦା । ଓଡ଼ିଶା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ ) ଗୋବିନ୍ଦାଙ୍କୁ ଜେରା କରିବାକୁ ଯାଉଛି । ଲକ୍ଷାଧିକ ଲୋକେ ଅନଲାଇନରେ ସୋଲାର ଟେକ୍ନୋ ଆଲାୟନ୍ସ(ଏସଟିଏ-ଟୋକେନ୍‌)ରେ ପ୍ରାୟ ୧୦୦୦ କୋଟି ଟଙ୍କା ବିନିଯୋଗ କରି ଠକାମୀର ଶିକାର ହୋଇଛନ୍ତି । କୋଟି କୋଟି ଟଙ୍କାର ଏହି କ୍ରିପ୍ଟୋ-ପଞ୍ଜି ଠକେଇ ମାମଲାରେ ଖୁବଶୀଘ୍ର ଓଡ଼ିଶା ଇଓଡବ୍ଲୁ ଗୋବିନ୍ଦାଙ୍କୁ ଜେରା କରିବ ବୋଲି ଜଣାପଡ଼ିଛି । 

ଗଣେଶ ମହୋତ୍ସବ ପାଇଁ ସମସ୍ତେ ଏକାଠି; ୬ ଦିନ ଝଲସିବ ବଡ଼ଗଡ଼, ଗଣେଶଙ୍କ ପଦଶ୍ରୀ ମଣ୍ଡନ କରିବ


ଇଓଡବ୍ଲୁ ଇନ୍ସପେକ୍ଟର ଜେ‌ନେରାଲ ଜେଏନ୍ ପଙ୍କଜ କହିଛନ୍ତି, ଜୁଲାଇରେ ଗୋଆଠାରେ ଆୟୋଜିତ ହୋଇଥିବା ସୋଲାର ଟେକ୍ନୋ ଆଲାୟନ୍ସ(ଏସଟିଏ-ଟୋକେନ୍‌)ର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଗୋବିନ୍ଦା ଯୋଗ ଦେଇଥିଲେ। ଏଥିସହ ଏହି ଠକ ସଂସ୍ଥାରେ ବିନିଯୋଗ ପାଇଁ ପ୍ରଚାର କରି ଗୋବିନ୍ଦା ଲୋକଙ୍କୁ ଉତ୍ସାହିତ କରିଥିଲେ। 

ତେବେ ଏହି ଠକେଇର ମୁଖ୍ୟ ଅଭିଯୁକ୍ତକୁ ଇଓଡବ୍ଲୁ ଗିରଫ କରିଛି । ଅଧିକାରୀଙ୍କ କହିବା ଅନୁସାରେ, ସୋଲାର ଟେକ୍ନୋ ଆଲାୟନ୍ସ ଏପର୍ଯ୍ୟନ୍ତ ଅନେକ ଦେଶରେ କ୍ରିପ୍ଟୋ ବିନିଯୋଗ ବାହାନାରେ ଏକ ଅନଲାଇନ୍ ପଞ୍ଜି ସ୍କିମ୍ ଚଳାଉଥିଲା । ଅଦ୍ୟାବଧି ୨ ଲକ୍ଷରୁ ଅଧିକ ଲୋକ ପ୍ରାୟ ୧୦୦୦ କୋଟି ଟଙ୍କା ଠକେଇର ଶିକାର ହୋଇଥିବା ଜଣାପଡ଼ିଛି। ତେବେ ବଲିଉଡ ଅଭିନେତା ଗୋବିନ୍ଦାଙ୍କୁ ଏ ସମ୍ପର୍କରେ ପଚରାଉଚରା କରାଯିବ।


odisha
Ponzi Scam

Copyright © 2022 - Summa Real Media Private Limited. All Rights Reserved.