ପ୍ରମୁଖ ଖବର
  • ଡିସେମ୍ବର ୯ରେ ଡବ୍ଲ୍ୟୁପିଏଲ୍‌-୨ ଅକ୍ସନ୍: ନିଲାମ ତାଲିକାରେ ୧୬୫ ଖେଳାଳି, ଡଟିନ, ୱାଟ୍‌ ଓ ଆଟାପଟୁଙ୍କ ଉପରେ ନଜର
  • ||
  • ଭୁବନେଶ୍ୱର: ସୋମବାରଠାରୁ ସଂସଦର ଶୀତ ଅଧିବେଶନ: ବିଜେଡି ଉଠାଇବ ବିଧାନ ପରିଷଦ, ପିଏମ୍‌ଏୱାଇ ପ୍ରସଙ୍ଗ
  • ||
  • ନିଶ୍ଚିନ୍ତକୋଇଲି: ଦୁର୍ଦ୍ଦାନ୍ତ ଅପରାଧୀକୁ ପୋଲିସର ଏନକାଉଣ୍ଟର, ଅଭିଯୁକ୍ତ ନାଁରେ ରହିଛି ୫୩ଟି ମାମଲା
  • ||
  • ମଧ୍ୟପ୍ରଦେଶ ଟ୍ରେଣ୍ଡିଂରେ ବିଜେପିକୁ ବହୁମତ, ମୁଖ୍ୟମନ୍ତ୍ରୀ ଶିବରାଜଙ୍କୁ ଭେଟିବାକୁ ପହଞ୍ଚିଲେ ସିନ୍ଧିଆ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉତ୍ପାତିଆ ଦନ୍ତା ହାତୀ ହେବେ ସାବାଡ୍‌, ଖୁବ୍‌ଶୀଘ୍ର ହାତୀଙ୍କ ‘ପାଠଶାଳା’ରେ ହେବ କୁମ୍‌କୀ ପ୍ରଶିକ୍ଷଣ ଟ୍ରେନିଂ
  • ||
  • ଭୁବନେଶ୍ୱର: ବାତ୍ୟା ‘ମିଗଜାଉମ୍’ର ରୂପ ନେଲା ଗଭୀର ଅବପାତ, ଓଡ଼ିଶାରେ ପ୍ରବଳ ବର୍ଷା ସହ ପବନ ଆଶଙ୍କା
  • ||
  • ଭୁବନେଶ୍ୱର: OAS ସ୍ତରରେ ଛୋଟ ଧରଣର ଅଦଳବଦଳ: ୧୧ ଓଏଏସ୍ ଅଧିକାରୀଙ୍କ ବଦଳି
  • ||
  • ଫୁଲବାଣୀ: ସାଙ୍ଗମାନଙ୍କ ସହ ଭଉଣୀକୁ ଗଣଦୁଷ୍କର୍ମ ମାମଲା: ହତ୍ୟା ଅଭିଯୋଗରେ ଭାଇ ସମେତ ୪ ଗିରଫ
  • ||
  • ଆଜି ପଞ୍ଚମ ଟି-ଟ୍ୱେଣ୍ଟି: ଚିନ୍ନାସ୍ୱାମୀରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମୁକାବିଲା, ବଳକାଙ୍କୁ ମିଳିବ ସୁଯୋଗ
  • ||
  • ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା: ବର୍ଷା ଧରି ଓଡ଼ିଶାରେ ପଶିବ, ଉଜାଡ଼ି ଦେବ ଅମଳ ମୁହାଁ ଫସଲ, ୧୩ ଜିଲ୍ଲାକୁ ବର୍ଷା ଆଲର୍ଟ
  • ||

କୁନି କରାଟେ ପ୍ରତିଯୋଗୀଙ୍କ କୃତିତ୍ବ, ଜାତୀୟ ସ୍ତରରେ ଜିତିଲେ କାଂସ୍ୟ ପଦକ

ଟିକାବାଲି, ୨୦/୧୧ : କନ୍ଧମାଳର କୁନି କରାଟେ ପ୍ରତିଯୋଗୀ ସାନଭୀ ସାଧନା ଜାତୀୟ ସ୍ତରରେ ସଫଳତା ହାସଲ କରି ଜିତିଛନ୍ତି କାଂସ୍ୟ ପଦକ। ଦିଲ୍ଲୀରେ ଚାଲିଥିବା  ଜାତୀୟ ସବ ଜୁନିୟର କରାଟେ ଚାମ୍ପିୟନସିପରେ ତାଙ୍କୁ ମିଳିଛି ଏହି ସଫଳତା। ଏହି ପ୍ରତିଯୋଗୀତାରେ ଓଡ଼ିଶା ଟିମକୁ ୭ଟି ସ୍ଵର୍ଣ୍ଣ, ୬ଟି ରୌପ୍ୟ ଏବଂ ୧୨ଟି କାଂସ୍ୟ ପଦକ ସହ ସମୁଦାୟ ୨୫ଟି ପଦକ ମିଳିଛି। 

ବିଜୟୀମାନଙ୍କ ଭିତରେ ଅଛନ୍ତି କନ୍ଧମାଳ ଜିଲ୍ଲା ଟିକାବାଲି ଅଞ୍ଚଳର ସାନଭୀ ସାଧନା। ସେ ୭ ବର୍ଷ ବୟସରେ ୨୦ କି.ଗ୍ରା ବର୍ଗରେ କାଂସ୍ୟ ପଦକ ହାତେଇଛନ୍ତି। ଉତ୍କଳ କରାଟେ ସ୍କୁଲର ପ୍ରଶିକ୍ଷାର୍ଥୀ ସାନଭୀ ଶଙ୍କରାଖୋଲ ବାସିନ୍ଦା ଏବଂ ବର୍ତ୍ତମାନ ବସ୍ତିଙ୍ଗିଆ ଠାରେ ରହୁଛନ୍ତି। ଆଶୀଷ କୁମାର ଏବଂ ସୁପ୍ରଭାଙ୍କ ଝିଅ ସାନଭି ୫ ଵର୍ଷ ବୟସରୁ ଟିକାବାଲି ଉତ୍କଳ କରାଟେ ସ୍କୁଲରେ ପ୍ରଶିକ୍ଷଣ ନେଉଛନ୍ତି। 

ପ୍ରଥମ ଥର ପାଇଁ କନ୍ଧମାଳ ଜିଲ୍ଲାରୁ ଜାତୀୟ ସ୍ତରରେ ସଫଳତା ଆଣିଥିବାରୁ କରାଟେ ସ୍କୁଲର ପ୍ରତିଷ୍ଠାତା ଜୁନେସ ଦିଗାଲ ଏବଂ ପ୍ରଶିକ୍ଷକ ଗୋପାଳ ଚନ୍ଦ୍ର କହଁର ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

  • prameyanews
  • PrameyaOdia
  • prameya
  • Copyright © 2022 - Summa Real Media Private Limited. All Rights Reserved.