ପ୍ରମୁଖ ଖବର
  • ମିଜୋରାମରେ ମତଗଣନା ଆରମ୍ଭ, ୧୭୪ ପ୍ରାର୍ଥୀଙ୍କ ଖୋଲିବ ଭାଗ୍ୟ
  • ||
  • ସୋମବାରଠୁ ସଂସଦର ଶୀତ ଅଧିବେଶନ, ୨୨ ତାରିଖ ଯାଏଁ ଚାଲିବ: ୨୧ଟି ବିଧେୟକ ଉପରେ ହେବ ଆଲୋଚନା
  • ||
  • ଭୁବନେଶ୍ୱର: ୫ରେ ସ୍ଥଳଭାଗ ଅତିକ୍ରମ କରିବ ବାତ୍ୟା ‘ମିଗଜାଉଁ’: ରାଜ୍ୟରେ ଆଜି ପ୍ରବଳ, ୫ରେ ଅତି ପ୍ରବଳ ବର୍ଷା ସମ୍ଭାବନା
  • ||

ଦିଲ୍ଲୀ-NCRର ପବନରେ ବିଷ, ଶନିବାର ଯାଏଁ ପ୍ରାଥମିକ ବିଦ୍ୟାଳୟ ବନ୍ଦ, ଅନଲାଇନରେ ପାଠପଢ଼ା

ନୂଆଦିଲ୍ଲୀ, ୦/୧୧: ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ସ୍ଥିତି ଗମ୍ଭୀର ହେବାରେ ଲାଗିଛି । ସ୍ଥିତି ଏମିତି ହୋଇଛି ଯେ, ଧୂଆଁ ଧୂଆଁ ସକାଳରେ ଆଖି ଜଳୁଛି । ସ୍ଥିତିକୁ ଦେଖି ଦିଲ୍ଲୀ-ଏନସିଆରରେ ପ୍ରାଥମିକ ସ୍କୁଲ୍ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆ ଯାଇଛି । ଏହି ସମୟରେ ଅନଲାଇନରେ ପାଠପଢ଼ା ହେବ ।

ବାୟୁ ପ୍ରଦୂଷଣକୁ ଦେଖି ଦିଲ୍ଲୀ ସରକାର ନିର୍ଦ୍ଦେଶ ଦେଇଛନ୍ତି, ରାଜ୍ୟରେ ଆଗାମୀ ୨ ଦିନ ଯାଏଁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟ ବନ୍ଦ ରହିବ । ଏହି ନିର୍ଦ୍ଦେଶ ଦିଲ୍ଲୀର ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ପାଇଁ ଲାଗୁ ହେବ । ବଢ଼ୁଥିବା ପ୍ରଦୂଷଣକୁ ଦେଖି ଦିଲ୍ଲୀର କେଜ୍ରିୱାଲ୍ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । 

କୁହୁଡ଼ି ଚାଦର ତଳେ ପାଟଣା, ଗାଡି ମୋଟର ଚଳାଚଳ ବାଧାପ୍ରାପ୍ତ

ଏଥିସହ ଦିଲ୍ଲୀରେ ପ୍ରଦୂଷଣରୁ ମୁକ୍ତି ପାଇବା ଲାଗି ଜିଆର୍ଏପି-୩ ଲାଗୁ ହୋଇଛି । ଦିଲ୍ଲୀ ମେଟ୍ରୋ ତାର ନେଟୱର୍କରେ ଶୁକ୍ରବାର ଆହୁରି ୨୦ଟି ଅତିରିକ୍ତ ଟ୍ରେନ୍ ଯୋଡ଼ିବ । ଅକ୍ଟୋବର ୨୫ରେ ଜିଆର୍ଏପି-୨ ଲାଗୁ ପରେ ଦିଲ୍ଲୀ ମେଟ୍ରୋରେ ସୋମବାରରୁ ଶୁକ୍ରବାର ଯାଏଁ ଅତିରିକ୍ତ ୪୦ଟି ଟ୍ରେନ୍ ଚାଲିଥିଲା । ସାଧାରଣ ପରିବହନକୁ ଲୋକେ ବ୍ୟବହାର କରିବା ଲାଗି ପ୍ରୋତ୍ସାହିତ କରିବା ଲାଗି ଏହି ପଦକ୍ଷେପ ନିଆ ଯାଇଛି ।

ଦିଲ୍ଲୀରେ ବାୟୁ ଗୁଣବତ୍ତା ହ୍ରାସ୍ ପାଉଥିବା ବେଳେ ଦିଲ୍ଲୀ ରାଜ୍ୟ କ୍ୟାନସର ସଂସ୍ଥାର ମୁଖ୍ୟ କ୍ଲିନିକାଲ୍ ଅଙ୍କୋଲୋଜି ଡକ୍ଟର ପ୍ରଜ୍ଞା ଶୁକ୍ଳା କହିଛନ୍ତି, ବାୟୁ ପ୍ରଦୂଷଣ ପାଇଁ ଲୋକଙ୍କ ଆଖି ଜଳିବ । ଆଖିରୁ ପାଣି ବାହାରିବା ସହ ଗୋଡ଼ହାତ ବିନ୍ଧିବା ସହ କ୍ଲାନ୍ତ ଲାଗିବ । ଏହାର କୁପ୍ରଭାବ ଅଧିକ ଦିନ ଧରି ରହିବ ।

ଇସ୍ରାଏଲ-ହମାସ ଯୁଦ୍ଧକୁ ନେଇ ବିଦେଶୀଙ୍କୁ ଚେତାବନୀ ଦେଲା ସିଙ୍ଗାପୁର ପ୍ରଶାସନ, କହିଲା ଏଭଳି କିଛି କରନ୍ତୁ ନାହିଁ...ନଚେତ୍...

ପ୍ରଦୂଷଣ ମାତ୍ରା ବଢ଼ୁଥିବାରୁ ଗୁରୁଗ୍ରାମ ଜିଲ୍ଲାପାଳ ଆବର୍ଜନା ଜାଳିବା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଗୁରୁଗ୍ରାମରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ହ୍ରାସ୍ ପାଇଛି । ଦିଲ୍ଲୀ-ଏନସିଆରରେ ଜରୁରୀ ନଥିବା ନିର୍ମାଣ ଉପରେ ପ୍ରତିବନ୍ଧକ ଲଗାଯାଇଛି । ଏଥିସହ ବିଏସ୍-୩ ପେଟ୍ରୋଲ୍ ଓ ବିଏସ୍-୪ ଡିଜେଲ୍ ଗାଡ଼ି ଉପରେ ପ୍ରତିବନ୍ଧକ ଲଗାଯାଇଛି । ଏହି ନିୟମ ନ ମାନିଲେ ୨୦ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ । 

ସାମୀ-ସିରାଜଙ୍କ ଘାତକ ବୋଲିଂରେ ମାତ୍ର ୫୫ରନ୍‌ରେ ରହିଗଲା ଶ୍ରୀଲଙ୍କା : ରୋହିତ ବିଗ୍ରେଡଙ୍କ ସେମିଫାଇନାଲରେ ଏଣ୍ଟ୍ରି

Copyright © 2022 - Summa Real Media Private Limited. All Rights Reserved.