ପ୍ରମୁଖ ଖବର
  • ରାଜ୍ୟରେ ବଦଳିବ ପାଣିପାଗ ମିଜାଜ: ଆଜିଠୁ କମିବ ତାତି, ୭ ଜିଲ୍ଲାରେ ବର୍ଷା ସମ୍ଭାବନା
  • ||

ଶିକ୍ଷୟିତ୍ରୀଙ୍କ ନାମରେ ଫେକ୍ ଆଇଡି ଖୋଲି ଅଶ୍ଲୀଳ ଫଟୋ ଅପଲୋଡ୍ ଅଭିଯୋଗ, ପୂର୍ବତନ ଛାତ୍ର ଗିରଫ

ମାଲକାନଗିରି, ୩୧/୦୧: ଅଶ୍ଲୀଳ ଫଟୋ ଅପଲୋଡ୍ କରି ଗିରଫ ହେଲେ ପୂର୍ବତନ ଛାତ୍ର । ମାଲକାନଗିରି ବ୍ଲକ ଅଞ୍ଚଳର ଏକ ବିଦ୍ୟାଳୟର ଶିକ୍ଷୟିତ୍ରୀଙ୍କ ନାଁରେ ଫେକ୍ ଆଇଡି ଖୋଲି ଅଶ୍ଲୀଲ ଫଟୋ ଅପଲୋଡ୍ କରିବା ଅଭିଯୋଗରେ ଜଣେ ପୂର୍ବତନ ଛାତ୍ର ଗିରଫ ହୋଇଛନ୍ତି ।

ମାଲକାନଗିରି ଆଦର୍ଶ ଥାନା ଅଞ୍ଚଳରେ ଥିବା ଏକ ବିଦ୍ୟାଳୟର ଶିକ୍ଷୟିତ୍ରୀଙ୍କ ନାମରେ ସୋସିଆଲ ମିଡିଆରେ ନକଲି ଆକାଉଣ୍ଟ ଖୋଲିଥିଲେ ପୂର୍ବତନ ଛାତ୍ର । ଫେକ୍ ଆକାଉଣ୍ଟରେ ଛାଡ଼ିଥିଲେ ଅଶ୍ଲୀଳ ଫଟୋ । ପୂର୍ବତନ ଛାତ୍ରକୁ ଗିରଫ କରିଛି ପୁଲିସ ।

ଅଭିଯୁକ୍ତ ଜଣଙ୍କ ହେଲେ ମାଲକାନଗିରି ସହରର ରିକ୍ଲାମେସନ କଲୋନୀର ରାହୁଲ ବିଶ୍ବାସ (୧୯)। ସୂଚନା ଅନୁଯାୟୀ, ମାଲକାନଗିରି ଅଞ୍ଚଳର ଏକ ବିଦ୍ୟାଳୟରେ ଅଭିଯୁକ୍ତ ଜଣକ ପୂର୍ବରୁ ପଢ଼ୁଥିବା ସମୟରେ ସେଠାରେ ଜଣେ ଝିଅକୁ ଭଲ ପାଉଥିଲେ । ସେତେବେଳେ ବିଦ୍ୟାଳୟର ଜଣେ ଶିକ୍ଷୟିତ୍ରୀ ଦୁଇ ଜଣଙ୍କୁ ବୁଝାସୁଝା କରିବା ସହ ପାଠ ପଢ଼ିବା ପାଇଁ ପରାମର୍ଶ ଦେଇଥିଲେ ।

ଯୁବକ ଜଣକ ଏବେ ବିଦ୍ୟାଳୟରେ ପଢ଼ୁ ନଥିବା ବେଳେ ଗତ କିଛି ଦିନ ତଳେ ସେହି ଶିକ୍ଷୟିତ୍ରୀଙ୍କ ଫଟୋକୁ ବ୍ୟବହାର କରି ଇନଷ୍ଟାଗ୍ରାମରେ ନକଲି ଆଇଡି ତିଆରି କରିଥିଲେ। ଶିକ୍ଷୟିତ୍ରୀଙ୍କ ଫଟୋକୁ ଏଡିଟ୍ କରି ଅଶ୍ଲୀଳ ଫଟୋ ସୋସିଆଲ୍ ମିଡିଆରେ ପୋଷ୍ଟ କରିଥିଲେ ।

ମାଡାମଙ୍କ ସହିତ ବିଦ୍ୟାଳୟର ଅନ୍ୟ କେତେ ଜଣ ଛାତ୍ରୀଙ୍କ ଫଟୋକୁ ଏଡିଟ୍ କରି ଆଇଡିରେ ପୋଷ୍ଟ କରିଥିଲେ । ନକଲି ଆଇଡିରେ ଅଶ୍ଲୀଳ ଫଟୋ ଦେଖିବା ପରେ ଶିକ୍ଷୟିତ୍ରୀ ଜଣଙ୍କ ମାଲକାନଗିରି ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ଏହାକୁ ଭିତ୍ତି କରି ମାଲକାନଗିରି ଥାନା ପୁଲିସ ୧୯/୨୪ରେ ମାମଲା ରୁଜୁ କରି ତଦନ୍ତ କରୁଥିଲା । ମାମଲାରେ ଅଭିଯୁକ୍ତ ରାହୁଲକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ରିଗାନ କିଣ୍ଡୋ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.