ଭୁବନେଶ୍ୱର,୧୨/୧୧: ଫିଫା ବିଶ୍ୱକପ୍ ୨୦୨୬/ଏଏଫ୍ସି ଏସିଆ କପ୍ ୨୦୨୭ ଯୋଗ୍ୟତା ପର୍ଯ୍ୟାୟର ଭାରତ-କତାର ମ୍ୟାଚ୍ ଆସନ୍ତା ୨୧ ତାରିଖରେ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ । ଗତ ୧୦ ତାରିଖରୁ ଏହି ମ୍ୟାଚ୍ର ଟିକେଟ୍ ବିକ୍ରି ଆରମ୍ଭ ହୋଇଛି । କିନ୍ତୁ ଆସନ୍ତା ୧୭ ତାରିଖରୁ ଦର୍ଶକଙ୍କ ପାଇଁ କାଉଣ୍ଟରରେ ଟିକେଟ୍ ବିକ୍ରି ହେବ ।
ଏ ବିଷୟରେ ଫୁଟବଲ ଆସୋସିଏସନ୍ ଅଫ୍ ଓଡ଼ିଶା (ଫାଓ) ପକ୍ଷରୁ ସୂଚନା ଦିଆଯାଇଛି । ଟିକେଟ୍ ମୂଲ୍ୟ ୫୦୦ ଓ ୨୦୦ ଟଙ୍କା ରଖାଯାଇଛି । ଅନ୍ଲାଇନ ଟିକେଟ୍ www.ticketgenie.inରେ ମିଳୁଛି । କଳିଙ୍ଗ ଷ୍ଟାଡିୟମ ଗେଟ୍ ନଂ ୪ଏରେ ପୂର୍ବାହ୍ନ ୧୧ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କାଉଣ୍ଟରରେ ଟିକେଟ୍ ଦର୍ଶକଙ୍କ ପାଇଁ ଉପଲବ୍ଧ ରହିବ । ଇଷ୍ଟ୍, ସାଉଥ୍ ଓ ନର୍ଥ ଷ୍ଟାଣ୍ଡ୍ର ଟିକେଟ୍ ମୂଲ୍ୟ ୨୦୦ ଏବଂ କେବଳ ନର୍ଥ ୱେଷ୍ଟ୍ ଷ୍ଟାଣ୍ଡର ମୂଲ୍ୟ ୫୦୦ ଟଙ୍କା ରହିଛି ।