ପ୍ରମୁଖ ଖବର
  • ଟାଙ୍ଗୀ: ୨୪ ଘଣ୍ଟା ପରେ ନିଖୋଜ ପ୍ରଫୁଲଙ୍କ ମୃତଦେହ କଲବଲିଆ ପୋଖରୀରୁ ଉଦ୍ଧାର| ହାତୀ ଆକ୍ରମଣରେ ମୃତ୍ୟୁ ଅଭିଯୋଗ
  • ||
  • କଟକ: ଆସିଲା ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ରାୟ, ହାଇ ପାୱାର କମିଟି ଗଠନ ପାଇଁ ସରକାରଙ୍କୁ ନିର୍ଦ୍ଦେଶ
  • ||
  • ଭୁବନେଶ୍ୱର: ଆଗ ପଛ ହୋଇ ଆସୁଛି ଲଘୁଚାପ, ପହିଲାରୁ ସପ୍ତାହେ ବର୍ଷିବ
  • ||
  • ଗଞ୍ଜାମ: ପୂ୍ର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ, ୨୪ ଘଣ୍ଟାରେ ଗଡିଲା ଦୁଇ ମଣ୍ଡ
  • ||
  • ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ, ମାତିଛନ୍ତି ମୁଖା ପିନ୍ଧା ଲୁଟେରା
  • ||
  • ରାୟଗଡ଼ା: ଭିଜିଲାନ୍ସ ଜାଲରେ ପିଏଚଡି କାର୍ଯ୍ୟାଳୟ ଏଷ୍ଟିମେଟର, ଲାଞ୍ଚ ନେବା ବେଳେ ଧରା ପଡ଼ିଲେ
  • ||
  • ଆନନ୍ଦପୁର: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୩ ମୃତ
  • ||
  • ନୂଆଦିଲ୍ଲୀ: ପାକିସ୍ତାନରେ ବିସ୍ଫୋରଣ, ୧୩ ମୃତ, ୭୦ ଆହତ
  • ||
  • କାଲିମେଳା: ଓଲଟିଲା ପାଣି ପାଇପ୍ ବୋଝେଇ ଟ୍ରେଲର, ଡ୍ରାଇଭର୍ ଆହତ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ଅଷ୍ଟମ ସ୍ବର୍ଣ୍ଣ, ମହିଳା ୧୦ ମିଟର ଏୟାର ରାୟଫଲ ଟିମ୍ ଇଭେଣ୍ଟରେ ଗୋଲ୍ଡ ମେଡାଲ
  • ||
  • ପୁରୀ: ଆଜି ବଡ଼ଦେଉଳରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି
  • ||
  • ବିଶ୍ୱକପ୍‌ ପାଇଁ ଉତ୍ସବମୁଖର ଭାରତ: ଗୋଟିଏ ସପ୍ତାହ ଅପେକ୍ଷା, ଆଜିଠୁ ଅଭ୍ୟାସ ମ୍ୟାଚ୍
  • ||
  • କଟକ: ଚୌଧୁରୀବଜାରରେ ଭୟାବହ ଅଗ୍ନିକାଣ୍ଡ, ଲୁଗା ଦୋକାନରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି
  • ||
  • ଭୁବନେଶ୍ୱର:ଡେଙ୍ଗୁ ନେଲା ଆଉ ଏକ ମୁଣ୍ଡ, କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ସପ୍ତମ ସ୍ବର୍ଣ୍ଣ, ୫୦ ମିଟର ଏୟାର ରାଫଲ ଟିମ ଇଭେଣ୍ଟ ଗୋଲ୍ଡ ମେଡାଲ
  • ||
  • କାବେରୀ ନଦୀଜଳ ବିବାଦ: ତାମିଲନାଡୁକୁ ଅଧିକ ପାଣି ଛାଡିବା ନିଷ୍ପତ୍ତି ବିରୋଧ, ଆଜି କର୍ଣ୍ଣାଟକ ବନ୍ଦ
  • ||
  • ଭୁବନେଶ୍ୱର: ବିଶ୍ୱ ହୃତ୍‌ପିଣ୍ଡ ଦିବସ, ଏ ବର୍ଷର ଥିମ ‘ହୃତ୍‌ପିଣ୍ଡର ଉପଯୋଗ କର, ହୃତ୍‌ପିଣ୍ଡକୁ ଜାଣ ’
  • ||
  • ଯାଜପୁର: ଅଢ଼େଇ ବର୍ଷର ଝିଅ ସହ ବୈତରଣୀ ନଦୀକୁ ଡ଼େଇଁଲେ ବାପା, ୩୦ ଘଣ୍ଟା ପରେ ଉଦ୍ଧାର ଚନ୍ଦନଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ଶୁକ୍ରବାର ଲଘୁଚାପ ରୂପ ନେବ ଘୂର୍ଣ୍ଣିବଳୟ, ୨୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ: ୧୩ରୁ ଫେରିଯିବ ମୌସୁମୀ
  • ||

ବଜାରରେ ନକଲି କ୍ୟାନ୍‌ସର, ଲିଭର ଔଷଧ: ନଜର ରଖିବାକୁ ରାଜ୍ୟଙ୍କୁ ଡିସିଜିଆଇର ପରାମର୍ଶ

ନୂଆଦିଲ୍ଲୀ,୧୧/୦୯: ଲିଭର  ରୋଗ ପାଇଁ ବ୍ୟବହାର ହେଉଥିବା ଔଷଧ  ଡିଫିଟେଲିୟୋ ଏବଂ କ୍ୟାନ୍‌ସର ଚିକିତ୍ସାରେ  ବ୍ୟବହୃତ ଇଞ୍ଜେକସନ ଆଡସେଟ୍ରିସ୍‌ର ନକଲି  ସାମଗ୍ରି ଭାରତରେ ବିକ୍ରି ହେଉଛି । ଡିସିଜିଆଇ  (ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍‌ ଇଣ୍ଡିଆ)  ଏଭଳି ସୂଚନା ଦେଇଛି । ଏଥିସହ ଏଭଳି ନକଲି  ଔଷଧ ଉପରେ କଡା ନଜର ରଖିବାକୁ ସବୁ  ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶକୁ ପରାମର୍ଶ ଦେଇଛି । 

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲୁଏଚ୍‌ଓ) ଏହି  ନକଲି ଔଷଧକୁ ନେଇ କିଛିଦିନ ତଳେ ଆଲର୍ଟ  ଜାରି କରିଥିଲା । ଯାହାକୁ ନେଇ ଡିସିଜିଆଇ ଗତ ୫ ତାରିଖରେ କହିଥିଲା କି ଭାରତ ସମେତ  ୪ଟି ଦେଶରେ ଆଡ୍‌ସେଟ୍ରିସ୍‌ ଇଞ୍ଜେକସନର  ୫୦ ମିଲିଗ୍ରାମର ଏକାଧିକ ନକଲି ଭର୍ସନ ବିକ୍ରି କରାଯାଉଛି । ଯାହାକୁ ଟେକେଡା ଫାର୍ମାସ୍ୟୁଟିକାଲ  କମ୍ପାନି ଲିମିଟେଡ ପ୍ରସ୍ତୁତ କରୁଛି । ଏହି  ଔଷଧ ରୋଗୀମାନଙ୍କୁ ଘରୋଇ ଭାବେ ପ୍ରଦାନ କରାଯାଉଛି । ବିଶେଷକରି ଅନ୍‌ଲାଇନ  ମାଧ୍ୟମରେ ଏହାର ବହୁଳ ଯୋଗାଣ କରାଯାଉଛି ।  

ଡିସିଜିଆଇ ଏ ସଂକ୍ରାନ୍ତରେ ରାଜ୍ୟର ଡ୍ରଗ୍ସ  କଣ୍ଟ୍ରୋଲରଙ୍କ ନିକଟକୁ ଚିଠି ଲେଖିଛି ।  ଯେଉଁଥିରେ ଏହି ଔଷଧର ୮ଟି ଭିନ୍ନ ଭିନ୍ନ ଭର୍ସନ  ବିକ୍ରି କରାଯାଉଥିବା ଉଲ୍ଲେଖ କରାଯାଇଛି ।  ସେହିଭଳି ସେପ୍ଟେମ୍ବର ୬ରେ ଡିସିଜିଆଇ ଆଉ  ଏକ ଆଡଭାଇଜରୀ ଜାରି କରିଛି । ଯେଉଁଥିରେ  ଡିଫିଟେଲିୟୋ (ଡିଫାଇବ୍ରୋଟାଇଡ୍‌) ୮୦  ମିଲିଗ୍ରାମ କନସେଣ୍ଟ୍ରେଟ୍‌ ପାଇଁ ଡବ୍ଲୁଏଚ୍‌ଓ ଗତ  ୪ ତାରିଖରେ ସତର୍କ ସୂଚନା ଜାରି କରିଥିବା  କଥା ଉଲ୍ଲେଖ ରହିଛି । ଏହି ଔଷଧର ନକଲି  ଭର୍ସନ ଭାରତରେ ଗତ ଏପ୍ରିଲରେ ଠାବ  କରାଯାଇଥିଲା । ତୁର୍କୀରେ ଗତ ଜୁଲାଇ ମାସରେ  ଏଭଳି ନକଲି ଔଷଧ ମଧ୍ୟ ମିଳିଥିଲା ।

ଡବ୍ଲୁଏଚ୍‌ଓ କହିଛି କି ଡିଫିଟେଲିୟୋର ନକଲି ଭର୍ସନ ଔଷଧ ବ୍ୟବହାର ଫଳରେ  ରୋଗୀଙ୍କର ରୋଗ ଭଲ ହେବା ବଦଳରେ  ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇଥାଏ । କେତେକ ସ୍ଥିତିରେ ଏଭଳି ନକଲି ଔଷଧ  ବ୍ୟବହାର ଫଳରେ ରୋଗୀଙ୍କର ମୃତ୍ୟୁ  ଘଟିବାର ସମ୍ଭାବନା ରହିଛି । ଏହି ନକଲି  ଔଷଧ ସମ୍ପର୍କରେ ସୂଚନା ମିଳିବା ପରେ  ଡିସିଜିଆଇ ଡାକ୍ତରମାନଙ୍କୁ ଔଷଧ ଲେଖିବା  ବେଳେ ସତର୍କତା ଅବଲମ୍ବନ କରିବାକୁ  ପରାମର୍ଶ ଦେଇଛି । ଏଥିସହ ଏଭଳି ନକଲି  ଔଷଧ ସମ୍ପର୍କରେ ରୋଗୀମାନଙ୍କୁ ସଚେତନ  କରାଇବାକୁ ମଧ୍ୟ କହିଛି । 

ଯାହାଫଳରେ  ଏଭଳି ନକଲି ଔଷଧ ସେବନ କରୁଥିଲେ  ପାଶ୍ୱର୍ପ୍ରତିକ୍ରିୟା ଦେଖାଦେବା ଫଳରେ  ରୋଗୀମାନେ ତୁରନ୍ତ ହସ୍ପିଟାଲକୁ ଆସି ଚିକିତ୍ସା କରାଇବେ । ଏଭଳି ନକଲି ଔଷଧ  ପ୍ରସ୍ତୁତି, ଗଚ୍ଛିତ ଓ ବ୍ରିକି ଉପରେ ନଜର  ରଖିବା ସହ ବଜାରରେ ଉପଲବ୍ଧ ଔଷଧର  ନମୁନା ସଂଗ୍ରହ କରି ତାକୁ ପରୀକ୍ଷା ନିମେନ୍ତ  ପଠାଇବା ଲାଗି ଡିସିଜିଆଇ ସବୁ ରାଜ୍ୟ ଡ୍ରଗ୍ସ  କଣ୍ଟ୍ରୋଲରମାନଙ୍କୁ ପରାମର୍ଶ ଦେଇଛି ।

Copyright © 2022 - Summa Real Media Private Limited. All Rights Reserved.