ପ୍ରମୁଖ ଖବର
  • କଟକରେ ବେଆଇନ ଗୁଟ୍‌ଖା କାରଖାନା ଠାବ: ଲକ୍ଷାଧିକ ଟଙ୍କାର କଞ୍ଚାମାଲ୍‌ ଜବତ, ମାଲିକ ସହ କର୍ମଚାରୀ ଗିରଫ
  • ||
  • ବରେଲି: ହାଇୱେରେ ଟ୍ରକକୁ ଧକ୍କା ଦେବା ପରେ ଜଳିଗଲା କାର୍, ଜିଅନ୍ତା ଜଳିଗଲେ ୮ ବରଯାତ୍ରୀ
  • ||
  • ମଦ ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ଉ ଘଟଣା: ୪ ଦିନର ଚଢ଼ାଉରେ ଗଣା ସରିଲା ୧୮୮ କୋଟି, ବଳକା ଟଙ୍କା ଗଣିବାକୁ ଲାଗିବ ଆଉ ୨ ଦିନ
  • ||
  • ଆଜି ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା, ବିସ୍ଫୋରକ ବ୍ୟାଟିଂ ଉପରେ ଟିମ୍‌ ଇଣ୍ଡିଆର ଫୋକସ୍‌
  • ||
  • ଭୁବନେଶ୍ୱର: ରାଜ୍ୟରେ ବଦଳିଲା ପାଗ, ଖସିଲା ତାପମାତ୍ରା: ଆସନ୍ତା ୨ ଦିନରେ ୨ ଡିଗ୍ରୀ ଖସିବ ରାତି ପାରଦ
  • ||

ଜି.ଉଦୟଗିରି ଏନଏସି ଅଧ୍ୟକ୍ଷା ଉପ-ନିର୍ବାଚନ, ରଞ୍ଜିତା ନାୟକ ବିଜେପି ପ୍ରାର୍ଥୀନୀ

ଜି.ଉଦୟଗିରି,୧୦/୧୧ : ଜି.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଉପନିର୍ବାଚନ ପାଇଁ ଆଜି ଭାରତୀୟ ଜନତା ପାର୍ଟି ତାର ପ୍ରାର୍ଥୀ ଘୋଷଣା କରିଛି । ଦଳ ପକ୍ଷରୁ ରଞ୍ଜିତା ନାୟକଙ୍କୁ ପ୍ରାର୍ଥୀ କରାଯାଇଛି । ଜିଲ୍ଲା ବିଜେପି ସଭାପତି ଜଗନ୍ନାଥ ସାହୁ ଏ ନେଇ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ, ଏହି ପଦବୀ ପାଇଁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ୯ ତାରିଖରୁ ଆରମ୍ଭ ହୋ ସାରିଛି । ୧୧ତାରିଖ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ । ପୂର୍ବରୁ ବିଜେଡି ଓ କଂଗ୍ରେସ ଦଳ ପ୍ରାର୍ଥୀ ଘୋଷଣା କରି ସାରିଥିଲେ ବି କେହି ମଧ୍ୟ ନାମାଙ୍କନପତ୍ର ଦାଖଲ କରି ନାହାନ୍ତି। ଏହି ପରିପ୍ରେକ୍ଷୀରେ ବିଜେପିର ବହୁ ଦଳୀୟ କର୍ମୀ ଉପସ୍ଥିତ ରହି ତାଙ୍କୁ ଅଭିନନ୍ଦନ ଜଣେଇଥିଲେ I

ବିଜେପି କାଉନସିଲରଙ୍କ ଦଳରୁ ଇସ୍ତଫା । ଜି.ଉଦୟଗିରି ବିଜ୍ଞପିତ ଅଞ୍ଚଳ ପରିଷଦର ୯ନଂ ୱାର୍ଡ଼ର କାଉନସିଲର ଲକ୍ଷ୍ମୀପ୍ରିୟା ପରିଛା ଆଜି ବିଜେପି ଦଳରୁ ଇସ୍ତଫା ଦେଇଛନ୍ତି । କନ୍ଧମାଳ ଜିଲ୍ଲା ବିଜେପି ସଭାପତିଙ୍କୁ ସେ ଏ ନେଇ ଲିଖିତ ଭାବେ ଜଣାଇଛନ୍ତି । ବ୍ୟକ୍ତିଗତ କାରଣରୁ ସେ ଦଳରୁ ଇସ୍ତଫା ଦେଇଥିବା ପ୍ରକାଶ କରିଛନ୍ତି । ତେବେ ତାଙ୍କୁ ପୂର୍ବରୁ ଦଳରୁ ନିଲମ୍ବିତ କରାଯାଇଥିବା ଦଳୀୟ ସୂତ୍ରରୁ ଜଣାପଡ଼ିଛି ।  ତେବେ ଆଗକୁ ଏନ ଏ ସି ଅଧ୍ୟକ୍ଷା ପଦବୀ ପାଇଁ ଉପନିର୍ବାଚନ ହେବାକୁ ଯାଉଥିବା ବେଳେ ଦଳୀୟ କାଉନସିଲରଙ୍କ ଇସ୍ତଫାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

 

Copyright © 2022 - Summa Real Media Private Limited. All Rights Reserved.