ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

କିପରି ଜାଣିବେ ମହୁ ଅସଲି ନା ନକଲି, ଆପଣାନ୍ତୁ ଏହି ଘରୋଇ ଉପାୟ

ନୂଆଦିଲ୍ଲୀ ୨୮/୧୧: ମହୁ ପ୍ରକୃତିର ଏମିତି ଏକ ଉପହାର ଯାହାର ଗୋଟିଏ ନୁହେଁ ରହିଛି ଅନେକ ଲାଭ । ଏହା ସ୍ୱାଦିଷ୍ଟ ସାଙ୍ଗକୁ ଔଷଧୀୟ ଗୁଣରେ ଭରପୂର । ଏବେ ଅଫଲାଇନ୍‌ ଏବଂ ଅନଲାଇନ୍‌ରେ ମହୁର ବ୍ୟବସାୟ ବୃଦ୍ଧି ପାଇଛି । କିନ୍ତୁ ବେଳେ ବେଳେ ନକଲି ମହୁ ମଧ୍ୟ ମିଳୁଛି । ଯେଉଁଥିପାଇଁ ଆମେ ଅସଲି ଏବଂ ନକଲି ମହୁ ଭିତରେ ଫରକ ଜାଣି ପାରୁନାହୁଁ । ତେବେ ମହୁ ଅସଲି ନା ନକଲି କିପରି ଜାଣିବେ ଆସନ୍ତୁ ଜାଣିବା ସେ ବିଷୟରେ।

-ତୁଳା ନିଅନ୍ତୁ ଏବଂ ଏହାକୁ ଦିଆସିଲି କାଠିରେ ଗୁଡାଇ ଦିଅନ୍ତୁ । ଏହାପରେ ତାକୁ ମହୁରେ ବୁଡାଇ ଦିଅନ୍ତୁ । କିଛି ସମୟ ପରେ ଏଥିରେ ନିଆଁ ଲଗାଇ ଦେଖନ୍ତୁ ଯଦି ତୁଳାରେ ନିଆଁ ଲାଗିଯିବ ତା’ହେଲେ ଜାଣିବେ ମହୁ ଅସଲି । ନିଆଁ ନ ଲାଗିଲେ ଜାଣିବେ ନକଲି ।

-ଗୋଟିଏ ଗ୍ଲାସ୍‌ରେ ପାଣି ନିଅନ୍ତୁ । ଏଥିରେ ଚାମଚ ସାହାଯ୍ୟରେ ମହୁ ପକାଇ ଦେଖନ୍ତୁ । ଯଦି ମହୁ ପାଣିରେ ଭାସିବ କିମ୍ବା ମିଳେଇ ଯିବ ଜାଣି ନେବେ ଯେ ଏହା ନକଲି ମହୁ । ମହୁର ବୁନ୍ଦା ପାଣିର ତଳକୁ ଖସିଗଲେ ଏହା ଅସଲି ।

-ଏକ ପାତ୍ରରେ ବଡ଼ ଚାମଚ ମହୁ ନିଅନ୍ତୁ । ଏହା ଉପରେ ଭିନେଗାରର ଗୋଟିଏ ବୁନ୍ଦା ପକାନ୍ତୁ । ଯଦି ଏହି ଘୋଳରୁ ଫେଣ ସୃଷ୍ଟି ହେବ ଜାଣିବେ ମହୁ ନକଲି ।

-କୌଣସି କପଡ଼ାରେ ମହୁର କିଛି ବୁନ୍ଦା ପକାନ୍ତୁ । ଏହାପରେ କପଡ଼ାକୁ ପାଣିରେ ଧୋଇ ନିଅନ୍ତୁ । ଯଦି ଦାଗ ରହିଯିବ ଜାଣିବେ ମହୁ ନକଲି । ସ୍ୱାସ୍ଥ୍ୟ ପାଇଁ ଖରାପ ନକଲି ମହୁ ଖାଇଲେ ପେଟ ଖରାପ ହେବା ସାଙ୍ଗକୁ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦିଏ । ନକଲି ମହୁରେ ମିଠା ସ୍ୱାଦ ବୃଦ୍ଧି କରିବା ପାଇଁ ଆବଶ୍ୟକତାଠାରୁ ଅଧିକ ଚିନି ବ୍ୟବହୃତ ହୋଇଥାଏ । ଏହି ପ୍ରକାର ମହୁ ବ୍ୟବହାର କଲେ ଶୀଘଅର ଓଜନ ବୃଦ୍ଧି ପାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.