ପ୍ରମୁଖ ଖବର
  • କଟକରେ ବେଆଇନ ଗୁଟ୍‌ଖା କାରଖାନା ଠାବ: ଲକ୍ଷାଧିକ ଟଙ୍କାର କଞ୍ଚାମାଲ୍‌ ଜବତ, ମାଲିକ ସହ କର୍ମଚାରୀ ଗିରଫ
  • ||
  • ବରେଲି: ହାଇୱେରେ ଟ୍ରକକୁ ଧକ୍କା ଦେବା ପରେ ଜଳିଗଲା କାର୍, ଜିଅନ୍ତା ଜଳିଗଲେ ୮ ବରଯାତ୍ରୀ
  • ||
  • ମଦ ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ଉ ଘଟଣା: ୪ ଦିନର ଚଢ଼ାଉରେ ଗଣା ସରିଲା ୧୮୮ କୋଟି, ବଳକା ଟଙ୍କା ଗଣିବାକୁ ଲାଗିବ ଆଉ ୨ ଦିନ
  • ||
  • ଆଜି ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା, ବିସ୍ଫୋରକ ବ୍ୟାଟିଂ ଉପରେ ଟିମ୍‌ ଇଣ୍ଡିଆର ଫୋକସ୍‌
  • ||
  • ଭୁବନେଶ୍ୱର: ରାଜ୍ୟରେ ବଦଳିଲା ପାଗ, ଖସିଲା ତାପମାତ୍ରା: ଆସନ୍ତା ୨ ଦିନରେ ୨ ଡିଗ୍ରୀ ଖସିବ ରାତି ପାରଦ
  • ||

‘ମୋତେ ମାଡ଼ ମାରିଛନ୍ତି ଟୁଟୁ ନାୟକ’ : ପ୍ରଯୋଜକଙ୍କ ନାଁରେ ଅଭିଯୋଗ ଆଣିଲେ ସାମ୍ବାଦିକା

ଭୁବନେଶ୍ୱର, ୩/୧୧ : ‌ଓଲିଉଡ଼ରେ ଗୋଟିଏ ବିବାଦ ( ପ୍ରଯୋଜକ- ଅଭିନେତା ବିବାଦ) ଥମିନଥିବାବେଳେ ପୁଣି ‌ଆଉ ଏକ ବିବାଦ ମୁଣ୍ଡ ଟେକିଛି । ଯାହାକୁ ନେଇ ଚଳଚଞ୍ଚଳ ହୋଇଉଠିଛି ଓଲିଉଡ଼ । ଏ ବିବାଦ କାଷ୍ଟିଂ କାଉଚ ନୁହେଁ କି କୌଣସି ଫିଲ୍ମକୁ ନେଇ ନୁହେଁ । ବରଂ ଜଣେ କର୍ତ୍ତବ୍ୟ‌ରତ ସାମ୍ବାଦିକାଙ୍କୁ ମାଡ଼ ମରାଯିବାକୁ ନେଇ ଆସିଛି ଅଭିଯୋଗ । ପ୍ରଯୋଜକ ଟୁଟୁ ନାୟକଙ୍କ ନାଁରେ ଆସିଛି ସାଂଘାତିକ ଅଭିଯୋଗ । ସେ ମାଡ଼ ମାରିଥିବା ନେଇ ଜନୈକ ଇଲେକଟ୍ରୋନିକ୍ସ ଗଣମାଧ୍ୟମର ସାମ୍ବାଦିକା ଅଭିଯୋଗ କରିଛନ୍ତି । ସେ କହିଛନ୍ତି, ଟୁଟୁ ନାୟକ ମୋତେ ଚାପୁଡ଼ା ମରିଛନ୍ତି ।

ଘଟଣା ଟି ଥିଲା ଏମିତି , ଆଜି(ଶୁକ୍ରବାର) ଏକ ଫିଲ୍ମର ପ୍ରିମିୟର ଶୋରେ ଖବର ସଂଗ୍ରହ ପାଇଁ ଯାଇଥିଲେ ସାମ୍ବାଦିକା। ଏହି ସମୟରେ ଫିଲ୍ମର ହିରୋ ଆସିବାକୁ ଥିବାବେଳେ ହଲରେ ସେ ତାଙ୍କୁ ଅପେକ୍ଷା କରିଥିଲେ । ଏହି ସମୟରେ ପ୍ରଯୋଜକ ଟୁଟୁ ନାୟକ ପଛ ପଟୁ ମାଡ଼ ମାରିଥିବା ନେଇ କହିଛନ୍ତି ସାମ୍ବାଦିକା ଜଣଙ୍କ । ସେ ଆହୁରି ମଧ୍ୟ କହିଛନ୍ତି କି, ତାଙ୍କର ଖବର ସବୁବେଳେ ମୁଁ ସଂଗ୍ରହକରେ । ମୋତେ ସେ ଭଲଭାବେ ଜାଣିଛନ୍ତି । ଆଜି ସେ ମୋତେ ଜାଣତରେ ମାରିଥାନ୍ତୁ କି ଅଜାଣତରେ ମାତ୍ର ମୋ ବୁମ୍ ତଳେ ପଡ଼ିଯାଇଥିଲା । ଏହାପରେ ମୋ ବୁମ୍ ନ ଉଠେଇ ସେ ପଳାଇ ଯାଇଥିଲେ । ଏହାଦ୍ବାରା ମୋର ସମ୍ମାନହାନୀ ଘଟିଛି । ଏହାର ଉତ୍ତର ଦିଅନ୍ତୁ ଟୁଟୁ ନାୟକ । ତାଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ମୁଁ ଦାବି କରୁଛି । 

ଏହାକୁ ନେଇ ସାମ୍ବାଦିକ ଜଣଙ୍କ ଫିଲ୍ମ ପ୍ରଯୋଜକ ଟୁଟୁ ନାୟକଙ୍କ ନାଁରେ ଖାରବେଳନଗର ଥାନାରେ ସାଂଘାତିକ ଅଭିଯୋଗ କରିଛନ୍ତି । ଅଭିଯୋଗପାଇ ଖାରବେଳନଗର ଥାନା ପୋଲିସ ସିସିଟିଭି ଯାଞ୍ଚ କରୁଛି ।

ସୂଚନା ଅନୁଯାୟୀ, ଗତ କିଛିଦିନ ହେବ ପ୍ରଯୋଜକ ଟୁଟୁ ନାୟକଙ୍କ ବୟାନକୁ ନେଇ ଓଲିଉଡ଼ ଉଠୁଛି ପଡ଼ୁଛି । ଅଭିନେତା ମନୋଜ ମିଶ୍ରଙ୍କୁ ଓଲିଉଡ଼ରୁ ଦୁଇ ବର୍ଷ ବ୍ୟାନ୍ କରିବାକୁ କହିବା ପରେ ଆରମ୍ଭ ହୋଇଛି ଏହି ବିବାଦ ।  ପ୍ରଯୋଜକ ଶ୍ରୀଧର ମାର୍ଥା ଏହି ଘଟଣାରେ ସାମ୍ନାକୁ ଆସି କହିଥିଲେ ଯେ, ପ୍ରଯୋଜକଙ୍କୁ ହତ୍ୟା କରାଯାଉଛି । କିଛି ଲୋକ ଗୋଟିଏ ବି ଫିଲ୍ମ ନ କରି ନାଟକ କରୁଛନ୍ତି । ଏ ସବୁ ପଛରେ ଟୁଟୁ ନାୟକଙ୍କ ହାତ ରହିଛି’। ଏହାସହ ସେ ଟୁଟୁ ନାୟକଙ୍କୁ ସାହସ ଅଛି ତ ଗୋଟିଏ ଭଲ ଫିଲ୍ମ ତିଆରି କରି ଉଦାହରଣ ଦିଅନ୍ତୁ ବୋଲି ଚ୍ୟାଲେଞ୍ଜ କରିଥିଲେ।

ଏହାସହ ମନୋଜ ମିଶ୍ରଙ୍କୁ ବ୍ୟାନ ପ୍ରସଙ୍ଗରେ ସେ କହିଥଲେ ଯେ, ଓଡ଼ିଶାରେ ଭଲ ଫିଲ୍ମ ତିଆରି ହେଉ ବୋଲି ଟୁଟୁ ନାୟକ ଚାହୁଁ ନାହାନ୍ତି । ଏପରି ହେଲେ ତାଙ୍କ ପତିଆରା କମିଯିବ । ଜୀବନରେ ବାପା କରିଥିବା ଫିଲ୍ମକୁ ପ୍ରଚାର କରି ବାହା ବହା ପାଇବା ପାଇଁ ଉଦ୍ୟମ କରୁଛନ୍ତି । ଯଦି ସତ ସାହସ ଅଛି ମନୋଜ ମିଶ୍ରଙ୍କୁ ନେଇ ଓଡିଆ ଫିଲ୍ମ କରି ଦେଖାନ୍ତୁ । ଆହୁରି ମଧ୍ୟ ଏବେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଯାହା ସବୁ ଚାଲିଛି ଏ ସବୁ ପଛରେ ଟୁଟୁ ନାୟକଙ୍କ ହାତ ଅଛି ବୋଲି ସେ ଅଭିଯୋଗ ଆଣିଥିଲେ ।  

ସେହିଭଳି ପୂର୍ବରୁ ପ୍ରଯୋଜକ ଟୁଟୁ ନାୟକଙ୍କ ନାଁରେ କାଷ୍ଟିଂ କାଉଚର ଅଭିଯୋଗ ଆଣିଥିଲେ ଅଭିନେତ୍ରୀ ପ୍ରକୃତି ମିଶ୍ର। ସେ କହିଥିଲେ ଯେ, ପ୍ରଯୋଜକ ଟୁଟୁ ନାୟକ ଅଭିନେତ୍ରୀଙ୍କୁ ଶୋଷଣ କରିଥାନ୍ତି। ସୁଟିଂ ସେଟରେ ରାତିରେ ସୁଟିଂ ସରିଲେ ଅଭିନେତ୍ରୀଙ୍କୁ ପାଖକୁ ଡାକନ୍ତି । ଯଦି ତାଙ୍କ ପାଖକୁ କୌଣସି ଅଭିନେତ୍ରୀ ଯିବାକୁ ମନା କରିଦିଅନ୍ତି , ତେବେ ସେ ତାଙ୍କୁ ଫିଲ୍ମରୁ ବାହାର କରିଦିଅନ୍ତି । ବିଶେଷ କରି ନୂଆ ଅଭିନେତ୍ରୀମାନଙ୍କ ଉପରେ ଟୁଟୁ ନାୟକ କୁଆଡ଼େ ଲୋଲୁପ ଦୃଷ୍ଟି ପକାନ୍ତି। ଏଭଳି ବ୍ୟକ୍ତିଙ୍କୁ ଇଣ୍ଡଷ୍ଟ୍ରିରୁ ବ୍ୟାନ୍ କରାଯିବା ଉଚିତ ବୋଲି ସେ କହିଥିଲେ।  

ଆଜିର ଏହି ଘଟଣା ଲେଖା ହେବା ସୁଦ୍ଧା ପ୍ରଯୋଜକ ଟୁଟୁ ନାୟକଙ୍କ ପ୍ରତିକ୍ରିୟାଙ୍କ ମିଳିପାରିନାହିଁ । 

Copyright © 2022 - Summa Real Media Private Limited. All Rights Reserved.