ପ୍ରମୂଖ ଖବର
  • କଟକ : ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ରରେ ରହିବ ୱାଟର ମାର୍କ
  • ||
  • ଇସ୍ରୋକୁ ମିଳିଲେ ନୂଆ ମୁଖ୍ୟ, ଦାୟିତ୍ବ ନେଲେ ଭି. ନାରାୟଣନ
  • ||
  • ତିନି ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବୈତରଣୀରେ ପକାଇବେ ମକର ବୁଡ଼
  • ||
  • ଶ୍ରୀଲିଙ୍ଗରାଜ ମନ୍ଦିରରେ ବଡ଼ୁ ସେବାୟତ ଓ ମହାସୁଆରଙ୍କ ବିବାଦ, ରାତି ୮ଟାରୁ ପ୍ରଭୁଙ୍କ ନୀତିକାନ୍ତି ବନ୍ଦ
  • ||
  • ଶ୍ରୀମନ୍ଦିରରେ ପବିତ୍ର ମକର ସଂକ୍ରାନ୍ତି, ଶ୍ରୀବିଗ୍ରହଙ୍କୁ ମକରଚୂଳ ଓ ମାଳ ଲାଗି କରାଯାଇ ହେବ ସ୍ୱତନ୍ତ୍ର ବେଶ
  • ||
  • ରାଜ୍ୟରେ ସାମାନ୍ୟ କମିଲା ଶୀତ, ୪ ଦିନ ଯାଏ ପାଗରେ କୌଣସି ପରିବର୍ତ୍ତନ ନାହିଁ
  • ||

ମାଟିଆଳି ବାଲି ଖାଦାନରୁ ବେଆଇନ ବାଲିଚାଲାଣ, ଡମ୍ଫର ଜବତ

Published By : Prameya | February 12, 2024 9:03 PM

ନୀଳଗିରି,୧୨/୨ : ନୀଳଗିରି ତହସିଲ ଅଧୀନ ମାଟିଆଳୀ (ବଇଁଚା)ବାଲି ଖାଦାନରୁ ଦୈନନ୍ଦିନ ବିନା କାଗଜପତ୍ରରେ ଚାଲାଣ ହେଉଛି ଶହଶହ ଟ୍ରିପବାଲି। ଆଜି ବରମପୁର ପୋଲିସ ଏକ ବାଲି ବୋଝେଇ ଡ଼ମ୍ଫରକୁ ବିଶେଷ ସୂତ୍ରରୁ ଖବରପାଇ ମାଡ଼ି ବସିଥିବା ଜଣାପଡିଛି । ଆଜି ବରହମପୁର ଥାନା ଏଏସଆଇ ସସ୍ମିତା ପାଣିଗ୍ରାହୀ ମାଟିଆଳୀ ଘାଟରୁ ବାଲି ଉତ୍ତୋଳନ କରି ବରହମପୁର ଅଭିମୁଖେ ଆସୁଥିବା ଏକ ଡ଼ମ୍ଫରକୁ ଯାଞ୍ଚ କରିଥିଲା। 

ହେଲେ ପରମିଟ ନ ଥିବାରୁ ଗାଡ଼ିଟିକୁ ଜବତ କରି କେଶ ନଂ ୩୫/୨୪ରେ ଏକ ମାମଲା ରୁଜ୍ଜୁ କରିଛନ୍ତି। ଜବତ ହୋଇଥିବା ବାଲି ବୋଝେଇ ଡ଼ମ୍ଫରଟି ମାଲିକ ନୀଳଗିରି ଥାନା ଅଧିନ ଖରଡ଼ିଆ ଅଞ୍ଚଳର ସନ୍ତୋଷ ବିଶ୍ଵାଳଙ୍କ ନାମରେ ଥିବାବେଳେ ଗାଡ଼ି ନମ୍ବର ଓଡି-୦୧-ଡି-୦୭୯୯ ଜଣାପଡ଼ିଛି। ତେବେ ସୋନ ନଦୀରେ ଦିନକୁ ଦିନ ବାଲି ଚୋରା ଚାଲାଣ ହେଉଥିବାବେଳେ ରାଜସ୍ୱ ବିଭାଗ ଓ ଖଣିଜ ବିଭାଗ ଯତ୍ନବାନ ହେବା ଆବଶ୍ୟକ ବୋଲି ମତପ୍ରକାଶ ପାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.