ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସମୁଦ୍ରର ୬ ହଜାର ମିଟର ଗଭୀରକୁ ଯିବ ଭାରତର ସମୁଦ୍ରଯାନ

ନୂଆଦିଲ୍ଲୀ, ୧୩/୦୯: ଜହ୍ନରେ ପାଦ ଥାପିବା ପରେ ଭାରତ ସୂର୍ଯ୍ୟ ଅଭିମୁଖେ ପାଦ କାଢ଼ିଛି । ଆଉ ଏବେ ସମୁଦ୍ରର ଗଭୀରକୁ ଯାଇ ଗବେଷଣ ଲାଗି ଆଉ ପାଦେ ଆଗେଇଛି । କେନ୍ଦ୍ର ଭୂ-ବିଜ୍ଞାନ ମନ୍ତ୍ରୀ କିରେଣ ରିଜ୍ଜୁଙ୍କ ଅନୁସାରେ, ଇସ୍ରୋର ଆଗାମୀ ମିଶନ ହେଉଛି- ‘ସମୁଦ୍ରଯାନ’ ବା ‘ମତ୍ସ୍ୟ ୬୦୦୦’ । ଯାହାକୁ ଚେନ୍ନାଇ ସ୍ଥିତ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଓସେନ୍ ଟେକ୍ନୋଲୋଜି ପ୍ରସ୍ତୁତ କରୁଛି । 

ମନ୍ତ୍ରୀଙ୍କ ଅନୁସାରେ, ଏହି ମିଶନରେ ୩ ଜଣ ମଣିଷ ସମୁଦ୍ରର ୬ ହଜାର ମିଟର ଗଭୀରକୁ ଯିବେ । ସେଠାରେ ସମୁଦ୍ରର ସ୍ରୋତ ଓ ଜୈବ ବିଭିଧତାର ଅଧ୍ୟୟନ କରିବେ । ତେବେ ଆଗାମୀ ଦିନରେ ଭାରତ ପଠାଇବାକୁ ଥିବା ଏହି ଅଭିଯାନର କୌଣସି ଖରାପ ପ୍ରଭାବ ସମୁଦ୍ର ଉପରେ ପଡ଼ିବ ନାହିଁ । ଏହା ଏକ ଡିପ୍ ଓସେନ ମିଶନ । ଯାହାକି ବ୍ଲୁ ଇକୋନୋମିକୁ ବିକଶିତ କରିବା ଲାଗି କରାଯାଉଛି । ଏହାଦ୍ୱାରା ମିଳିବାକୁ ତଥ୍ୟରୁ ଲୋକଙ୍କୁ ରୋଜଗାର ମିଳିବା ସହ ସମୁଦ୍ରରେ ଲୁକ୍କାୟିତ ସମ୍ବଳର ଉପଯୋଗ ହୋଇ ପାରିବ ।

ଅପରାଧିକ ମାମଲାରେ ମିଡିଆ ଟ୍ରାଏଲ୍, ଗାଇଡଲାଇନ୍ ଆଣିବାକୁ କେନ୍ଦ୍ରକୁ କହିଲେ ସୁପ୍ରିମକୋର୍ଟ

ମିଶନ ସମୁଦ୍ରଯାନ କଣ ?

ଏହା ମଣିଷଙ୍କୁ ନେଇ ଯାଉଥିବା ଭାରତର ପ୍ରଥମ ବୁଡ଼ାଜାହାଜ ମିଶନ ହେବ । ଯେଉଁଥିରେ ବୈଜ୍ଞାନିକ ସମୁଦ୍ରର ୬ ହଜାର ମିଟର ଗଭୀରକୁ ଯାଇ ଅଧ୍ୟୟନ କରିବେ । ଗଭୀର ସମୁଦ୍ରରେ ଥିବା ନିକେଲ, କୋବାଲ୍ଟ, ମ୍ୟାଙ୍ଗିନିଜ୍ ଭଳି ଦୁର୍ଲଭ ଖଣିଜ ପଦାର୍ଥର ଅନୁସନ୍ଧାନ କରିବା ସହ ନମୁନା ସଂଗ୍ରହ କରି ହେବ । ଏବେ ସମୁଦ୍ରଯାନର ଡିଜାଇନକୁ ଶେଷ ସ୍ପର୍ଶ ଦିଆଯାଉଛି ।




ମିଶନ ପାଇଁ ପ୍ରସ୍ତୁତ ସବମର୍ସିବଲର ଟେଷ୍ଟିଂ ବଙ୍ଗୋପସାଗର ଉପକୂଳରେ କରାଯିବ । ପ୍ରଥମ ଟ୍ରାଏଲରେ ସମୁଦ୍ରଯାନକୁ ୫୦୦ ମିଟର ଗଭୀରକୁ ପଠାଯିବ । ୨୦୨୬ ସୁଦ୍ଧା ଏହି ବୁଡ଼ାଜାହାଜ ୩ ଜଣ ଭାରତୀୟଙ୍କୁ ନେଇ ଭାରତ ମହାସାଗରର ୬ ହଜାର ମିଟକ ଗଭୀରକୁ ଯିବ ।

ଭାରତକୁ ମିଳିଲା ପ୍ରଥମ ସି-୨୯୫ ଟ୍ରାନ୍ସପୋର୍ଟ ବିମାନ

ମତ୍ସ୍ୟ ୬ ହଜାରକୁ ଦୂରରୁ ନିୟନ୍ତ୍ରଣ କରାଯାଇ ପାରିବ । ଯାନର ବାହାରକୁ ୮୦ ମିଲିମିଟର ମୋଟା ଟାଇଟେନିୟମ୍ ମିଶ୍ରିତ ଧାତୁରେ ପ୍ରସ୍ତୁତ କରାଯାଇଛି । ଏହା ଲଗାତାର ୧୨ ଘଣ୍ଟା ଯାଏ କାମ କରି ପାରିବ । ଜରୁରୀକାଳୀନ ସ୍ଥିତିରେ ଏହା ୯୬ ଘଣ୍ଟା ଧରି କାମ କରିବାରେ ସକ୍ଷମ । ସମୁଦ୍ରର ୬ ହଜାର ମିଟର ଗଭୀରରେ ଚାପ ୬ ଶହ ଗୁଣ ଅଧିକ । ଏହି ଚାପକୁ ଏହା ସହ୍ୟ କରି ପାରିବ ।

ଭାରତର ଡିପ୍ ଓସେନ୍ ମିଶନ ସମୁଦ୍ର ଗର୍ଭରେ ଦୁର୍ଲଭ ଖଣିଜ ଖୋଜିବ । ବ୍ୟାଟେରି ଗାଡ଼ିରେ କୋବାଲ୍ଟ, ଲିଥିୟମ୍, ତମ୍ବା ଓ ନିକଲ ବ୍ୟବହୃତ ହୋଇଥାଏ । ଭାରତକୁ ୨୦୨୩ ଶେଷ ସୁଦ୍ଧା ୫ ଗୁଣ ଅଧିକ ଲିଥିୟମ୍ ଏବଂ ୪ ଗୁଣ କୋବାଲ୍ଟ ଆବଶ୍ୟକ । ଇଭି ବିକ୍ରି ବଢ଼ିବା ସହ ଏସବୁର ଆବଶ୍ୟକତା ଏହି ମିଶନର ଗୁରୁତ୍ୱକୁ ବଢ଼ାଇ ଦେଇଛି ।

ବିଶ୍ୱର ଷଷ୍ଠ ଦେଶ ଭାବେ ମାନବ ସବମର୍ସିବଲ୍ ଭାରତ ପ୍ରସ୍ତୁତ କରିଛି । ଏହା ପୂର୍ବରୁ ଋଷ, ଆମେରିକା, ଜାପାନ, ଫ୍ରାନ୍ସ ଓ ଚୀନ ଏହାର ନିର୍ମାଣ କରିଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.