ପ୍ରମୂଖ ଖବର
  • ରାଜ୍ୟରେ ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବ ପାଇଁ ଭାରତବର୍ଷ ଏକ ବୈଶ୍ବିକ ମଡେଲ୍ ହେବାକୁ ଯାଉଛି : ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ବର, ୧୧/୯ : ଭାରତ ବର୍ଷ ବୈଶ୍ବିକ ମଡେଲ୍ ହେବାକୁ ଯାଉଛି । ଏ ସବୁ କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବ ଯୋଗୁଁ ହୋଇପାରୁଛି । ଯେତେବେଳେ ଭାରତ ଚନ୍ଦ୍ରାୟନର ଉପଲବ୍ଧି କରୁଛି, ସୂର୍ଯ୍ୟ ଅଭିଯାନ କରୁଛି ଭାରତ ସେତେବେଳେ ବୈଶ୍ବିକ ରାଜନୀତିରେ ନିଜର ସ୍ଥିତିକୁ ଆହୁରି ମଜବୁତ କରୁଛି । ଯାହା ୧୪୦କୋଟି ଭାରତୀୟଙ୍କ ପାଇଁ ଗୌରବର କ୍ଷଣ । ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ଓ ଦକ୍ଷ ନେତୃତ୍ବ ଯୋଗୁଁ ଦୁଇଦିନିଆ ଜି-୨୦ବୈଠକ ସଫଳ ହୋଇଛି । ଭାରତ ଏକ ଗଣତାନ୍ତ୍ରିକ ଦେଶ ଭାବରେ ସମସ୍ତଙ୍କୁ ସାଙ୍ଗରେ ନେଇ ଗୋଟିଏ ପ୍ରସ୍ତାବ ତିଆରି କରିପାରିଛି, ଯାହା ବୈଶ୍ବିକ ସ୍ତରରେ କମ୍ ଦେଖିବାକୁ ମିଳେ । ସେହିଭଳି ଜି-୨୦ ବୈଠକର ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ଭାରତ ମଣ୍ଡପମରେ ଯେବେ ଅତିଥିଙ୍କୁ ସ୍ବାଗତ କଲେ ସେ ଜାଗାରେ ଓଡ଼ିଶାର କଳା ଓ ସଂସ୍କୃତିର ପରିଚୟ କୋଣାର୍କ ଚକ୍ର ତଳେ ସ୍ବାଗତ କଲେ ଏହାଠାରୁ ବଡ଼ ଗୌରବର କଥା କିଛି ଓଡ଼ିଶା ପାଇଁ ନ ହୋଇପାରେ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । 

ସେହିଭଳି ସେ ଆହୁରି ମଧ୍ୟ କହିଛନ୍ତି , ସଫଳାତର ସହ ଜି-୨୦ର ଅଧିବେଶନ ସମାପ୍ତ ହୋଇଛି । ବିଶ୍ବର ପ୍ରମୁଖ ଦେଶର ନେତୃତ୍ବ ଏକାଠୀ ଭାରତକୁ ଆସିଥିଲେ । ଏ ପ୍ରକାର ଆୟୋଜନ ପୂର୍ବରୁ ଭାରତରେ କେବେ ହୋଇନଥିଲା ବୋଲି ବିଶେଷଜ୍ଞମାନଙ୍କ ମତ । ଗୋଟେ ବର୍ଷ ପୂର୍ବରୁ ଯେତେବେଳେ ବୈଠକ ଆରମ୍ଭ ହେଲା ସେବେଠୁ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମେ ବିଶ୍ବର ଗରିବ ଦେଶର ଆକାକ୍ଷାଂକୁ ବି ଜି-୨୦ମଞ୍ଚରେ ରଖିବା । ପ୍ରଧାନମନ୍ତ୍ରୀ କହିଥିଲେ ଭାରତ ଯେତେବେଳେ ଅଧ୍ୟକ୍ଷତା କରୁଛି ଆମର ଦାୟିତ୍ବ ଯେ ବସୁଧୈବ କୁଟୁମ୍ବକମ୍, ଗୋଟିଏ ବିଶ୍ବ, ଗୋଟିଏ ପରିବାର ଓ ଗୋଟିଏ ଭବିଷ୍ୟତ’। ତେବେ ଗରିବ ଦେଶର ଆକାଂକ୍ଷା କିପରି ଜି-୨୦ ମଞ୍ଚରେ ରହିବ ତାହା ଆମର ଦାୟିତ୍ବ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ । ଯାହା କରି ଦେଖାଇଲେ । 

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ସୁଖର ବିଷୟ ଏହା ଯେ କେବଳ ଗ୍ଲୋବାଲ ସାଉଥର ଆକଂକ୍ଷା ପ୍ରତିଫଳନ ହେଲାନି ବରଂ ଆଫ୍ରିକୀୟ ଦେଶର ଅଧ୍ୟକ୍ଷଙ୍କୁ ଜି-୨୦ର ସ୍ଥାୟୀ ସଦସ୍ୟ ଭାବେ ଗ୍ରହଣ କରାଗଲା । ଏହା ପ୍ରଧାନମନ୍ତ୍ରୀ ସବୁଠୁ ବଡ଼ ଉପଲବ୍ଧି । ଶକ୍ଷା ସମୂହରେ ଯେଉଁ ୪ଟି ଓ୍ବାର୍କିଂ ଗ୍ରୁପରେ ବିଭିନ୍ନ ରାଜ୍ୟରେ ବିଭିନ୍ନ ଜାଗାରେ ଆଲୋଚନା ହୋଇଥିଲା ଏହା ଉପରେ ବି ଜି-୨୦ସର୍ବ ସମ୍ମତ ପ୍ରସ୍ତାବ ପାରିତ କରିଛନ୍ତି । ଭାରତର ରାଷ୍ଟ୍ରୀୟ ଶିକ୍ଷା ନୀତିକୁ ପ୍ରଧାନମନ୍ତ୍ରୀ ଉଲ୍ଲେଖ କଲେ । ପୋଷଣ ବିଷୟରେ ଉଲ୍ଲେଖ କଲେ । ଦକ୍ଷତା ବିକାଶ, ପିଏମ୍ କୌଶଳ ବିକାଶ ଯୋଜନା ଓ ଫ୍ୟୁଚର ସ୍କିଲ୍ସ ନେଟଓ୍ବାର୍କକୁ ମଧ୍ୟ ଚର୍ଚ୍ଚାରେ ଅଣା ଯାଇଥିଲା । ଏହା ସହିତ ୨୦୩୦ପର୍ଯ୍ୟନ୍ତ ଶିକ୍ଷାର୍ଥୀଙ୍କୁ ପ୍ରାଥମିକ ଦକ୍ଷତା ସହ ଯୋଡ଼ିବା, ଜୀବନ ବ୍ୟାପି ଶିକ୍ଷାକୁ ଆଗକୁ ନେବା ସହ ସ୍କିଲିଙ୍ଗ, ରି-ସ୍କିଲିଙ୍ଗ, ଅପ୍ ସ୍କିଲିଙ୍ଗକୁ ମଧ୍ୟ ଏହି ଘୋଷଣାପାତ୍ରରେ ଗୁରୁତ୍ବ ଦିଆଯାଇଛି । 

କେବେଳ ଏତିକି ନୁହେଁ ୮ତାରିଖ ଭୋରରୁ ଯେତେବେଳେ ବିଶ୍ବର ନେତାମାନେ ଆସୁଥିଲେ ସମ୍ବଲପୁରୀ ଗୀତରେ ସମସ୍ତଙ୍କୁ ସ୍ବାଗତ କରାଯାଉଥିଲା।  ଆମେ ସମସ୍ତେ ଏକ ଭିଡ଼ିଓ ଦେଖିଛେ ଯେଉଁଥିରେ ଇଣ୍ଟରନ୍ୟାସନାଲ ମନିଟାରୀ ଫଣ୍ଡର ଅଧ୍ୟକ୍ଷା ସମ୍ବଲପୁରୀ ଡାଲଖାଇ ଗୀତରେ ନାଚୁଥିଲେ। ଆଉ ଏହି ଦୃଶ୍ୟ ସମସ୍ତଙ୍କୁ ଗର୍ବିତ କରାଇଛି । ଆଉ ଏହା ଓଡ଼ିଶା ଏବଂ ଓଡ଼ିଶାବାସୀଙ୍କ ପାଇଁ ଗର୍ବର ବିଷୟ ସେଥିପାଇଁ ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଓଡ଼ିଶାବାସୀଙ୍କ ପକ୍ଷରୁ ଧନ୍ୟବାଦ ଜଣାଉଛି ବୋଲି ଶ୍ରୀ ପ୍ରଧାନ କହିଥିଲେ। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.