ପ୍ରମୁଖ ଖବର
  • କେନ୍ଦ୍ରାପଡା : ପଟ୍ଟାମୁଣ୍ଡାଇ ଥାନା ବଡପଦା ଗାଁରେ ବରଯାତ୍ରୀଙ୍କୁ ପେଟ୍ରୋଲ ବାଣ୍ଟିବା ବେଳେ ଲାଗିଲା ନିଆଁ, ୫ ବର୍ଷର ଶିଶୁ ମୃତ
  • ||
  • ମଧ୍ୟପ୍ରଦେଶ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଲେ କମଲନାଥ
  • ||
  • ବଲାଙ୍ଗୀର : ଓଡ଼ିଶାରେ ସବୁଠୁ ବଡ଼ IT ରେଡ୍, ୨୦ ସ୍ଥାନରେ ଚଢାଉ, ବାହାରୁଛି ବସ୍ତା ବସ୍ତା ଟଙ୍କା
  • ||
  • ଘଟଗାଁ : ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • କାଲିମେଳା : ଗାଁ ଦାଣ୍ଡରେ ପଡ଼ିଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ବ୍ରହ୍ମବରଦା : ମେଣ୍ଢା ଫାର୍ମ ହାଉସରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ୨୧ ମେଣ୍ଢା ଗୁରୁତର
  • ||
  • କଟକ: ଜନଶତାବ୍ଦୀ ଏକ୍ସପ୍ରେସ୍‌ର ବଗି ତଳେ ଲାଗିଲା ନିଆଁ, କଟକ ଷ୍ଟେସନରେ ଅଟକିଲା ଟ୍ରେନ୍
  • ||
  • ଭୁବନେଶ୍ୱର: ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଆନ୍ଦୋଳନକୁ ନା’, ଆଗାମୀ ୬ ମାସ ପର୍ଯ୍ୟନ୍ତ ଲାଗୁ ହେଲା ଏସ୍‌ମା
  • ||
  • ଭୁବନେଶ୍ୱର: କାଲୁଆ କରିଦେଲା କୋହଲା ପାଗ, ଦିନ ତାପମାତ୍ରା ୫ ଡିଗ୍ରୀ ଖସିଗଲା
  • ||

ଗାଜାର ଅଲ୍ ଶିଫା ହସ୍ପିଟାଲରୁ ସ୍ୱୟଂଚାଳିତ ଅସ୍ତ୍ରଶସ୍ତ୍ର ଓ ଗ୍ରେନେଡ୍ ମିଳିଥିବା ଦାବି କଲା ଇସ୍ରାଏଲ୍ ସେନା

ଜେରୁଜେଲମ୍, ୧୬/୧୧: ଇସ୍ରାଏଲ୍ ସେନା ଗାଜାର ଅଲ୍-ଶିଫା ହସ୍ପିଟାଲରେ ପଶିବା ପରେ ବଡ଼ ଦାବି କରିଛି । କହିଛି, ହସ୍ପିଟାଲ୍ ପରିସରରେ ଥିବା କମାଣ୍ଡ ସେଣ୍ଟରରୁ ଅସ୍ତ୍ରଶସ୍ତ୍ର ମିଳିଛି । ତେବେ ଇସ୍ରାଏଲ୍ କରିଥିବା ଦାବିକୁ ଅଗ୍ରାହ୍ୟ କରିଛି ହମାସ୍ । ଇସ୍ରାଏଲ୍ ସେନା ଏବେ ବି ଅଲ୍-ଶିଫା ହସ୍ପିଟାଲ୍ ପରିସରରେ ଛାନଭିନ୍ ଜାରି ରଖିଛି ।

ଇସ୍ରାଏଲ୍ ସେନାର ମୁଖପାତ୍ର ଡେନିଏଲ୍ ହଗାରୀଙ୍କ ଅନୁସାରେ, ହସ୍ପିଟାଲରେ ଖୋଳତାଡ଼ ବେଳେ ସେନାକୁ ଗୁଇନ୍ଦା ତଥ୍ୟ ହାସଲ ଉପକରଣ, ସୈନ୍ୟ ଅସ୍ତ୍ରଶସ୍ତ୍ର ମିଳିଛି । ହସ୍ପିଟାଲ୍ ଭିତରେ ରହିଛି ଏକ ଅପରେସନାଲ୍ ମୁଖ୍ୟାଳୟ । ସେଠାରୁ ଆକ୍ରମଣ ପାଇଁ ବ୍ୟବହୃତ ସାମଗ୍ରୀ ସହ ହମାସର ପୋଷାକ ମିଳିଛି ।

ଓଡ଼ିଶାର ସବୁ ବନ୍ଦରରେ ୧ ନମ୍ବର ବିପଦ ସଂକେତ, ୧୬ରୁ ୧୮ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

ଆଇଡିଏଫ୍ ପକ୍ଷରୁ ଏକ ଭିଡିଓ ଜାରି କରାଯାଇଛି । ଯେଉଁଥିରେ ହସ୍ପିଟାଲ୍ ପରିସରରେ ଥିବା ଏକ ଅଜଣା କୋଠାରେ ସ୍ୱୟଂଚାଳିତ ଅସ୍ତ୍ରଶସ୍ତ୍ର ସହ ଗୁଳିଗୋଳା ଓ ଜ୍ୟାକେଟ୍ ରହିଛି । ଡେନିଏଲ୍ କହିଛନ୍ତି, ଏ ସମସ୍ତ ସାମଗ୍ରୀ ସଂକେତ ଦେଉଛି ଅଲ୍-ଶିଫା ହସ୍ପିଟାଲର ବ୍ୟବହାର ଆତଙ୍କବାଦ ପାଇଁ କରାଯାଉଥିଲା ।

ଅଲ୍-ଶିଫା ହସ୍ପିଟାଲରେ ଛାନଭିନ୍ ପରେ ଇସ୍ରାଏଲ୍ ସେନା ଚିକିତ୍ସାଧୀନ ରୋଗୀଙ୍କ ପାଇଁ ସହାୟତା ସାମଗ୍ରୀ ପଠାଇଛି । ସେନା ପକ୍ଷରୁ କୁହାଯାଇଛି, ସାଧାରଣ ନାଗରିକଙ୍କୁ କମ୍ କ୍ଷତି ପହଞ୍ଚାଇ ଇସ୍ରାଏଲ୍ ଡିଫେନ୍ସ ଫୋର୍ସ ମାନବୀୟ ସହାୟତା ପ୍ରଦାନ କରିଛି ।

ତେଲଙ୍ଗାନା ଭୋଟ୍ ପୂର୍ବରୁ ବିଆରଏସ୍ ପ୍ରାର୍ଥୀଙ୍କ ଘରେ ଆୟକର ଚଢ଼ାଉ

ଅଲ୍-ଶିଫା ହସ୍ପିଟାଲେ ଇସ୍ରାଏଲ୍ ଡିଫେନ୍ସ ଫୋର୍ସ ପଶିବା ପରେ ବେଞ୍ଜାମିନ୍ ନେତନ୍ୟାହୁ କହିଥିଲେ, ଗାଜାରେ ଏଭଳି କୌଣସି ସ୍ଥାନ ନାହିଁ । ଯେଉଁଠି ଆମ ସେନା ପହଞ୍ଚି ପାରିବ ନାହିଁ । ଆମେ ହମାସ୍ ପାଖରେ ପହଞ୍ଚିବୁ, ତାକୁ ଶେଷ କରିବା ସହ ପଣବନ୍ଦୀ ଥିବା ନାଗରିକଙ୍କୁ ମୁକ୍ତ କରି ଫେରାଇ ଆଣିବୁ ।

Copyright © 2022 - Summa Real Media Private Limited. All Rights Reserved.