ନୂଆଦିଲ୍ଲୀ,୦୭/୧୧: ଇସ୍ରାଏଲ ଏବଂ ହମାସ୍ ଯୁଦ୍ଧ ଭିତରେ ଇସ୍ରାଏଲ ଭାରତ ସରକାରଙ୍କୁ ୧ ଲକ୍ଷ ଶ୍ରମିକ ଯୋଗାଇବାକୁ ନିବେଦନ କରିଛି ।
ଭଏସ୍ ଅଫ୍ ଆମେରିକା ରିପୋର୍ଟ ଅନୁସାରେ, ଇସ୍ରାଏଲର କନଷ୍ଟ୍ରକ୍ସନ କମ୍ପାନୀଗୁଡ଼ିକ ଭାରତୀୟ ଶ୍ରମିକଙ୍କୁ ନିଯୁକ୍ତି ଦେବା ଲାଗି ନିଜ ସରକାରଙ୍କୁ ଅନୁମତି ମାଗିଛି । ଏହା ଦ୍ୱାରା ସେହି କମ୍ପାନୀଗୁଡ଼ିକରେ କାମ କରୁଥିବା ୯୦ ହଜାରରୁ ଊଦ୍ଧ୍ୱର୍ ପାଲେଷ୍ଟିନୀୟ ଶ୍ରମିକ ବଦଳରେ ଭାରତୀୟ ଶ୍ରମିକ କାମ କରିବେ । ଗତ ଅକ୍ଟୋବର ୭ରେ ହମାସ୍ ପକ୍ଷରୁ ଇସ୍ରାଏଲ ଉପରେ ଆକ୍ରମଣ ପରେ ଇସ୍ରାଏଲ ପାଲେଷ୍ଟିନୀୟଙ୍କ ନିଯୁକ୍ତି ପର୍ମିଟ୍କୁ ରଦ୍ଦ କରିଦେଇଛି ।