ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଫସିବେ କି ଜୋ ବାଇଡେନ୍ ? ଟିକସ ଚୋରି ମାମଲାରେ ପୁଅ ହଣ୍ଟର ଦୋଷୀ ସାବ୍ୟସ୍ତ

ନୂଆଦିଲ୍ଲୀ, ୦୮/୧୨: ଆସନ୍ତା ବର୍ଷ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେବ । ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଜୋ ବାଇଡେନଙ୍କ ଲାଗି ଅଡ଼ୁଆ ବଢ଼ୁଥିବା ଦେଖା ଯାଉଛି । ଗୁରୁବାର ବିଳମ୍ବିତ ରାତିରେ ଜୋ ବାଇଡେନଙ୍କ ପୁଅ ହଣ୍ଟର ବାଇଡେନ ଟିକସ ଚୋରି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ହଣ୍ଟର ବାଇଡେନଙ୍କ ଉପରେ ୧.୪ ମିଲିୟନ୍ ଡଲାର ଟିକସ ଚୋରି ଅଭିଯୋଗ ରହିଛି ।

ରିପୋର୍ଟ ଅନୁସାରେ, କେନ୍ଦ୍ରୀୟ କାର୍ଲିଫର୍ଣ୍ଣିଆର ଆମେରିକୀ ଜିଲ୍ଲା କୋର୍ଟରେ ବାଇଡେନଙ୍କ ପୁଅ ହଣ୍ଟରଙ୍କ ଉପରେ ଗୁରୁତର ଅଭିଯୋଗ ଲଗାଯାଇଛି । ଜିଲ୍ଲା ଅଦାଲତରେ ୫୬ ପୃଷ୍ଠାର ଅଭିଯୋଗ ପତ୍ର ଦାଖଲ ହୋଇଛି । ଓକିଲ କହିଛନ୍ତି, ୨୦୧୬ରୁ ୨୦୧୯ ମଧ୍ୟରେ ହଣ୍ଟର ବାଇଡେନ୍ ୧.୪ ମିଲିୟନ୍ ଡଲାରର ଟିକସ ପୈଠ କରି ନାହାନ୍ତି । ଏପରିକି ଟିକସ ଫାଙ୍କିବା ପାଇଁ ହଣ୍ଟର ସ୍ୱତନ୍ତ୍ର ଯୋଜନା କରିଥିବା କହିଛନ୍ତି ଓକିଲ ।

ଅଭିଯୋଗ ଅନୁସାରେ, ହଣ୍ଟର ବାଇଡେନ୍ ଟିକସ ଦେବାରେ ଅନିୟମିତତା କରିଛନ୍ତି । ତାଙ୍କ ବିରୋଧରେ ଟିକସ ଚୋରି ଓ ଭୁଲ୍ ଟିକସ ଦାଖଲ ନେଇ ୯ଟି ଅଭିଯୋଗ ହୋଇଛି । ମାମଲାରେ ହଣ୍ଟର ବାଇଡେନଙ୍କୁ ୧୭ ବର୍ଷର ଲମ୍ବା ଜେଲ୍ ଦଣ୍ଡାଦେଶ ହୋଇପାରେ । ଆହୁରି ଅଧିକ ତଦନ୍ତ ଜାରି ରହିଥିବା ନ୍ୟାୟ ବିଭାଗ ପକ୍ଷରୁ କୁହାଯାଇଛି ।

୨୦୧୬ରୁ ୨୦୨୦ ମଧ୍ୟରେ ହଣ୍ଟର ବାଇଡେନ୍ ୭ ମିଲିୟନ ଡଲାରରୁ ଅଧିକ ଆୟ କରିଛନ୍ତି । ଆୟକୁ ସେ ରାଜକୀୟ ଚଳଣୀ ଉପରେ ଖର୍ଚ୍ଚ କରି ଟିକସ ଦେଇ ନଥିବା ଅଭିଯୋଗ ହୋଇଛି । ଅଭିଯୋଗରେ ଦର୍ଶା ଯାଇଛି, ହଣ୍ଟର ୨୦୧୬ରୁ ୨୦୨୦ ଅକ୍ଟୋବର ୧୫ ମଧ୍ୟରେ ରାଜକୀୟ ଜୀବନଶୈଳୀ ପାଇଁ ଅର୍ଥ ଖର୍ଚ୍ଚ କରିଥିବା ବେଳେ ଟିକସ ଦେଇ ନାହାନ୍ତି ।

ଏହା ପୂର୍ବରୁ ଜୋ ବାଇଡେନଙ୍କ ଉପରେ ହଣ୍ଟରଙ୍କୁ ଆର୍ଥିକ ଲାଭ ଦେଇଥିବାର ଅଭିଯୋଗ କରିଥିଲେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଆଗକୁ ରାଷ୍ଟ୍ରପତି ନିର୍ବାଚନ ଥିବାବେଳେ ବାଇଡେନ୍ ପୁଅ ସହ ଥିବା କହିଛନ୍ତି । ଏଭଳି ସ୍ଥିତିରେ ହଣ୍ଟରଙ୍କୁ ଜେଲ୍ ହେଲେ ବାଇଡେନଙ୍କ ପାଇଁ ଏହା ନିର୍ବାଚନରେ ଅଡ଼ୁଆ ବଢ଼ାଇ ପାରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.