ନୂଆଦିଲ୍ଲୀ, ୦୩/୧୧: ବଲିଉଡର ଲୋକପ୍ରିୟ ଅଭିନେତ୍ରୀ କଙ୍ଗନା ରଣାୱତ ସବୁବେଳେ ଲାଇମ୍ ଲାଇଟରେ ରୁହନ୍ତି । ରାଜନୀତି ହେଉ ଅବା ସୋସିଆଲ୍ ମିଡିଆ । ସବୁ ପ୍ରସଙ୍ଗରେ ମତ ମନ୍ତବ୍ୟ ଦିଅନ୍ତି କଙ୍ଗନା । ସେ କେବେ ରାଜନୀତିକୁ ଆସିବେ ସେ ପ୍ରଶ୍ନ ବି ସମସ୍ତେ ସବୁବେଳେ ପଚାରିଥାନ୍ତି । ଏ ପ୍ରସଙ୍ଗ ଟାରୁ ସବୁବେଳେ ଦୂରେଇ ରହୁଥିବା କଙ୍ଗନା ଏବେ ଦେଇଛନ୍ତି ସକାରାତ୍ମକ ପ୍ରତିକ୍ରିୟା ।
ଗୁଜରାଟର ଦ୍ୱାରକା ଗସ୍ତ ବେଳେ ଗଣମାଧ୍ୟମକୁ କଙ୍ଗନା କହିଛନ୍ତି, ଦ୍ୱାରକା ହେଉଛି ଦିବ୍ୟ ନଗରୀ । ଏଠାର ପ୍ରତିଟି ଜିନିଷ ଅଦ୍ଭୁତ । ଏଠାକାର ପ୍ରତିଟି କୋଣରେ ଦ୍ୱାରକାଧିଶ ଅଛନ୍ତି । ଦ୍ୱାରକାଧିଶଙ୍କ ଦର୍ଶନ ମାତ୍ରେ ଆମେ ଧନ୍ୟ ହୋଇ ଯାଇଥାଉ । ଭଗବାନ କୃଷ୍ଣଙ୍କ ନଗରୀ ଆମ ପାଇଁ ସ୍ୱର୍ଣ୍ଣ ବୋଲି ସେ କହିଛନ୍ତି ।
ଡେଙ୍ଗୁ ପାଇଁ ୪ କେଜି ହ୍ରାସ୍ ପାଇଥିଲା ଶୁବମନ ଗିଲଙ୍କ ଓଜନ, କହିଲେ ପୁଣି କେମିତି କଲେ ଉତ୍ତମ ପ୍ରଦର୍ଶନ
କଙ୍ଗନା ରଣାୱତ୍ ନିର୍ବାଚନ ଲଢ଼ିବେ କି ଏ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ଭଗବାନ କୃଷ୍ଣଙ୍କ କୃପା ହେଲେ ଆଗାମୀ ଲୋକସଭା ନିର୍ବାଚନ ଲଢ଼ିବି । ତେବେ କଙ୍ଗନା କେଉଁ ଦଳରୁ, କେଉଁ ଆସନରୁ ନିର୍ବାଚନ ଲଢ଼ିବେ ସେ ନେଇ କିଛି ସଂକେତ ଦେଇ ନାହାନ୍ତି । ତେବେ ନିର୍ବାଚନ ଲଢ଼ିବା ନେଇ କଙ୍ଗନା ସଂକେତ ଦେବା ପରେ ଚର୍ଚ୍ଚା ହେଉଛି ବିଜେପି ଟିକେଟରେ କଙ୍ଗନା ଲଢ଼ି ପାରନ୍ତି ନିର୍ବାଚନ ।
ସେହିଭଳି ତାଙ୍କ ଆଗାମୀ ଫିଲ୍ମ ନେଇ କଙ୍ଗନା ସୂଚନା ଦେଇଛନ୍ତି । କହିଛନ୍ତି, ଆଗକୁ ତାଙ୍କ ଫିଲ୍ମ ଇମରଜେନ୍ସି ଆସୁଛି । ଯାହାର ନିର୍ଦ୍ଦେଶନା ଦେଇଛନ୍ତି ଖୋଦ୍ କଙ୍ଗନା । ଯେଉଁଥିରେ କଙ୍ଗନା ନିଜେ ଅଭିନୟ ମଧ୍ୟ କରିଛନ୍ତି । ନିକଟରେ କଙ୍ଗନାଙ୍କ ତେଜସ୍ ରିଲିଜ୍ ହୋଇଥିବା ବେଳେ ଏହା କୌଣସି କମାଲ୍ କରି ପାରିନି । ବିଗତ ୮ ବର୍ଷରେ କଙ୍ଗନାଙ୍କ କୌଣସି ଫିଲ୍ମ ଭଲ ଆୟ କରିନି । ଏବେ ଦେଖିବାର କଥା ଇମରଜଜେନ୍ସି କି କମାଲ୍ କରୁଛି ?