ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଜ୍ଞାନବାପିରେ ମସ୍‌ଜିଦ୍‌ ପୂର୍ବରୁ ମନ୍ଦିର ଥିଲା, ଏଏସ୍‌ଆଇ ସର୍ଭେରୁ ମିଳିଛି ୩୨ ପ୍ରମାଣ

ଲକ୍ଷ୍ନୌ,୨୬/୦୧: ଜ୍ଞାନବାପି ମସ୍‌ଜିଦ୍‌ର ଏଏସ୍‌ଆଇ ସର୍ଭେ ରିପୋର୍ଟକୁ ହିନ୍ଦୁ ଓ ମୁସ୍‌ଲିମ୍‌ ପକ୍ଷକୁ ହସ୍ତାନ୍ତର କରାଯାଇଛି । ୮୩୯ ପୃଷ୍ଠା ବିଶିଷ୍ଟ ଏହି ରିପୋର୍ଟ ପାଇଁ ଉଭୟ ପକ୍ଷଙ୍କୁ ପୃଷ୍ଠା ପିଛା ୨  ଟଙ୍କା ଦେବାକୁ ପଡ଼ିଛି । ଏହାପରେ ହିନ୍ଦୁ ପକ୍ଷ ଓକିଲ ବିଷ୍ଣୁଶଙ୍କର ଜୈନ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । 

ସେ  କହିଛନ୍ତି, ଜ୍ଞାନବାପିରେ ମସ୍‌ଜିଦ୍‌ ପୂର୍ବରୁ ମନ୍ଦିର ଥିଲା ।  ଏ ନେଇ ୩୨ ପ୍ରମାଣ ମିଳିଛି । ମସ୍‌ଜିଦ୍‌ର ସମସ୍ତ  ଖମ୍ବ ପ୍ରଥମେ ମନ୍ଦିରର ଥିଲା । ଏଗୁଡ଼ିକୁ ରୂପାନ୍ତରଣ  କରାଯାଇ ମସ୍‌ଜିଦ୍‌ରେ ବ୍ୟବହାର କରାଯାଇଛି ।  ଉଲ୍ଲେଖଯୋଗ୍ୟ, କୋର୍ଟଙ୍କ ନିର୍ଦ୍ଦେଶ ପରେ ଜ୍ଞାନବାପି  ମସ୍‌ଜିଦ୍‌ର ଏଏସ୍‌ଆଇ ସର୍ଭେ ହୋଇଥିଲା । ଡିସେମ୍ବର  ୧୮ରେ ଏଏସ୍‌ଆଇ ଜିଲ୍ଲା ବିଚାରପତିଙ୍କ ଅଦାଲତରେ  ନିଜ ରିପୋର୍ଟ ଦାଖଲ କରିଥିଲା । ଏହାପରେ ଉଭୟ ପକ୍ଷଙ୍କୁ ରିପୋର୍ଟର କପି ଦେବା ଲାଗି ହିନ୍ଦୁ ପକ୍ଷ ଦାବି  କରିଥିଲା । 

ବୁଧବାର ଜିଲ୍ଲା କୋର୍ଟ ସବୁ ପକ୍ଷଙ୍କୁ ସର୍ଭେ  ରିପୋର୍ଟ ଦେବା ଲାଗି ନିର୍ଦ୍ଦେଶ ଦେଇଥିଲେ । ବିଷ୍ଣୁଶଙ୍କର  ଦାବି କରିଛନ୍ତି ଯେ ଜିପିଆର୍‌ ସର୍ଭେ ଉପରେ ଏଏସ୍‌ଆଇ  କହିଛି ଯେ ଜ୍ଞାନବାପିରେ ଏକ ବଡ଼ ଭବ୍ୟ ହିନ୍ଦୁ ମନ୍ଦିର  ଥିବା ନେଇ କୁହାଯାଇପାରେ । ବର୍ତ୍ତମାନର ଢାଞ୍ଚା ପୂର୍ବରୁ  ଏକ ବଡ଼ ହିନ୍ଦୁ ମନ୍ଦିର ଥିଲା । ଏଏସ୍‌ଆଇ ମୁତାବକ ବର୍ତ୍ତମାନ ଯେଉଁ ଢାଞ୍ଚା ରହିଛି, ତାହାର ପଶ୍ଚିମ ପାଚେରି  ପୂର୍ବର ବଡ଼ ହିନ୍ଦୁ ମନ୍ଦିରର ଅଂଶ । ଏଠାରେ ପୂର୍ବରୁ ଏକ  ଢାଞ୍ଚା ରହିଥିଲା, ଯାହା ଉପରେ ମସ୍‌ଜିଦ୍‌ ବନାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.