ନୂଆଦିଲ୍ଲୀ,୯।୧୧: ମଣିପୁରରେ ଜାରି ରହିଛି ଜାତୀୟ ହିଂସା। ଗୁଳିମାଡରେ ମୃତ ଲୋକଙ୍କର ଦୁଇଟି ଶବ ଜବତ କରାଯାଇଛି। ମୃତକଙ୍କ ଭିତରେ ଜଣେ ମହିଳାଙ୍କ ଶବ ରହିଛି। ମୃତଦେହ ଇମ୍ଫାଲର ପୂର୍ବ ଓ ପଶ୍ଚିମ ଅଞ୍ଚଳରେ ମିଳିଛି। ମୃତକଙ୍କ ହାତ ବାନ୍ଧି ଗୁଳି କରାଯାଇଛି। ବର୍ତ୍ତମାନ ପୋଲିସ ଯାଞ୍ଚରେ ଲାଗି ରହିଛି ଓ ମୃତଦେହକୁ ପୋଷ୍ଟ ମୋର୍ଟମ ପାଇଁ ପଠାଯାଇଛି। ଖବର ଅନୁସାରେ, ଯେଉଁ ବ୍ୟକ୍ତିଙ୍କର ଶବ ମିଳିଛି, ତାଙ୍କ ମୁଣ୍ଡରେ ଗୁଳିମାଡ ହୋଇଛି।
ପୋଲିସର କହିବା ଅନୁସାରେ,ଯେଉଁ ବ୍ୟକ୍ତିଙ୍କର ମୃତଦେହ ମିଳିଛି, ତାଙ୍କର ବୟସ ପ୍ରାୟ ୪୦ ବର୍ଷ ହେବ ଓ ତାଙ୍କର ହାତ ଓ ଆଖିରେ ପଟି ବନ୍ଧା ଯାଇଛି ଓ ତାଙ୍କ ମୁଣ୍ଡରେ ଗୁଳିମାଡ ହୋଇଛି। ବ୍ୟକ୍ତିଙ୍କର ମୃତଦେହ ମଙ୍ଗଳବାର ରାତିରେ ଇମ୍ଫାଲର ପୂର୍ବ ତେରେନପୋକପି ଅଞ୍ଚଳରେ ମିଳିଛି। ମୃତଦେହକୁ ପୋଷ୍ଟମର୍ଟନ ପାଇଁ ରିଜନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସକୁ ପଠାଯାଇଛି। ସ୍ଥାନୀୟ ଲୋକମାନେ ପ୍ରଥମେ ମୃତଦେହ ଦେଖିଥିଲେ ଓ ପୋଲିସକୁ ଏହାର ସୂଚନା ଦେଇଥିଲେ।
ସେଭଳି ଯେଉଁ ମହିଳାଙ୍କ ମୃତଦେହ ମିଳିଛି, କୁହାଯାଉଛି ଯେ ସେହି ଚାରି ଜଣ ଲୋକଙ୍କ ଭିତରୁ ଜଣେ, ଯାହାଙ୍କୁ ନିକଟରେ ଇମ୍ଫାଲ ପଶ୍ଚିମ କାଙ୍ଗଚପ୍ ଅଞ୍ଚଳରୁ ଅଜଣା ବନ୍ଧୁକଧାରୀ ଅପହରଣ କରିଥିଲେ। ପୋଲିସ ଏହି ମାମଲାରେ ମାମଲା ରୁଜୁ କରି ତଦନ୍ତ ବରମ୍ଭ କରିଛି। ଉଲ୍ଲେଖନୀୟ ଯେ, ମଙ୍ଗଳବାର କାଗଚପ୍ ଅଞ୍ଚଳର ଲୋକଙ୍କ ଉପରକୁ ଫାୟାରିଂ କରାଯାଇଥିଲା, ଯେଉଁଥିରେ ଦୁଇଜଣ ପୋଲିସ ଓ ଜଣେ ମହିଳାଙ୍କ ସହ ମୋଟ ୯ ଜଣ ଆହତ ହୋଇଥିଲେ। ଉଲ୍ଲେଖନୀୟ ଯେ, ମଣିପୁରରେ ଗତ ୩ ମଇରୁ ଜାତୀୟ ହିଂସା ଜାରି ରହିଛି, ଯେଉଁଥିରେ ଏପର୍ଯ୍ୟନ୍ତ ୧୮୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇସାରିଲାଣି। ହଜାର ହଜାର ପରିବାରକୁ ବିସ୍ଥାପିତ ହେବାକୁ ପଡିଛି।