ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ରାଷ୍ଟ୍ରପତି ନିର୍ବାଚନ ଲଢ଼ିପାରନ୍ତି ମିସେଲ, ଦୌଡ଼ରୁ ବାଦ୍ ପଡ଼ିପାରନ୍ତି ଜୋ ବାଇଡେନ୍‌

ୱାଶିଂଟନ,୧୨/୦୨: ଆମେରିକାରେ ଚଳିତ ବର୍ଷ ଶେଷ ଭାଗରେ ରାଷ୍ଟ୍ରପତି  ନିର୍ବାଚନ ହେବାକୁ ଯାଉଛି ।  ଏଥିରେ ପୂର୍ବତନ ରାଷ୍ଟ୍ରପତି ବାରାକ୍‌ ଓବାମାଙ୍କ ପତ୍ନୀ ମିସେଲ୍‌ ଓବାମା ଅବତୀର୍ଣ୍ଣ ହେବା ନେଇ ଖବର ଆସିଛି । 

ଫକ୍ସ ନ୍ୟୁଜ୍‌  ରିପୋର୍ଟ ମୁତାବକ ରାଷ୍ଟ୍ରପତି ଜୋ ବାଇଡେନ୍‌ ବର୍ତ୍ତମାନ ମାନସିକ ଓ ଶାରୀରିକ ସମସ୍ୟା ଦେଇ ଗତି କରୁଛନ୍ତି । ସେ ଠିକଣା ସମୟରେ ପ୍ରାର୍ଥୀ ଦୌଡ଼ରୁ ଓହରି ପାରନ୍ତି । ତାଙ୍କ ସ୍ଥାନରେ ଡେମୋକ୍ରାଟିକ୍‌  ପାର୍ଟି ମିସେଲ୍‌ ଓବାମାଙ୍କୁ ପ୍ରାର୍ଥୀ କରିପାରେ । ବାଇଡେନ୍‌ ମାନସିକ  ଓ ଶାରୀରିକ ଦୁର୍ବଳତାର  ସମ୍ମୁଖୀନ ହେଉଥିବାରୁ ସେ  ନିର୍ବାଚନ ଲଢ଼ିବା ଉଚିତ  ହେବନାହିଁ ବୋଲି ଦଳ ଭାବୁଛି । ଅନ୍ୟପକ୍ଷରେ ଏହି ରିପୋର୍ଟକୁ  ଖଣ୍ଡନ କରି ବାଇଡେନ୍‌ କହିଛନ୍ତି, ବୟସ ବଢ଼ିଲେ କିଛି ସମସ୍ୟା  ଆସେ । କିନ୍ତୁ ଏହାର ଅର୍ଥ ନୁହେଁ  ଯେ ମୁଁ ଫିଟ୍‌ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.