ପ୍ରମୁଖ ଖବର
  • ରାଜକୋଟ: ଶେଷ ଦିନିକିଆରେ ଅଷ୍ଟ୍ରେଲିଆ ବିଜୟୀ, ୨-୧ରେ ସିରିଜ୍‌ ଜିତିଲା ଭାରତ
  • ||
  • ନାରାୟଣପାଟଣା : କେସେଲା ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୩ମୃତ
  • ||
  • ନୂଆଦିଲ୍ଲୀ: ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନ ନବୀକରଣ ମାମଲାର ସିବିଆଇ ତଦନ୍ତ ପାଇଁ ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ
  • ||
  • ରାଜକୋଟ: ରନ୍‌ ବର୍ଷା କଲା ଅଷ୍ଟ୍ରେଲିଆ ଟିମ୍‌, ଭାରତ ଆଗରେ ୩୫୩ ରନ୍‌ର ବିଜୟ ଲକ୍ଷ୍ୟ
  • ||
  • ଇମ୍ଫାଲ୍: ମଣିପୁର ପୁଣି ଅଶାନ୍ତ, ରାଜ୍ୟର ୧୯ ଥାନାକୁ ଛାଡ଼ି ସବୁ ଅଶାନ୍ତ ଅଞ୍ଚଳ ଘୋଷଣା, ଇଣ୍ଟରନେଟ୍ ବନ୍ଦ
  • ||
  • ଇରାକ: ବିବାହ ଉତ୍ସବରେ ଭୟାବହ ଅଗ୍ନିକାଣ୍ଡ, ବର-କନ୍ୟାଙ୍କ ସମେତ ଜଳିଗଲେ ୧୦୦ ଲୋକ
  • ||
  • ଚନ୍ଦାହାଣ୍ଡି : ଘାଟିରେ ଓଲଟିଲା ସ୍କୁଲ୍ ବସ୍, ପିଇଟି ଶିକ୍ଷକ ମୃତ, ୨୦ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଆହତ
  • ||
  • ମାଲକାନଗିରି : ଅକ୍ଟୋବର ୨ରେ ମାଲକାନଗିରି ଯିବେ ମୁଖ୍ୟମନ୍ତ୍ରୀ, ଲକ୍ଷ୍ମୀ ବସ୍ ଯୋଜନାର କରିବେ ଶୁଭାରମ୍ଭ
  • ||

ମୋଦୀ ସରକାର ଜାରି କଲେ ସ୍ୱତନ୍ତ୍ର ଅଧିବେଶନ ଏଜେଣ୍ଡା, ଆଗତ ହେବ ଏହି ୪ ବିଲ୍

ନୂଆଦିଲ୍ଲୀ, ୧୩/୦୯: ସେପ୍ଟେମ୍ବର ୧୮ରୁ ସଂସଦର ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହୋଇ ୨୨ ତାରିଖ ଯାଏ ଚାଲିବ । ସ୍ୱତନ୍ତ୍ର ଅଧିବେଶନ ପାଇଁ ଆଜି ସଂସଦୀୟ ବ୍ୟାପାର ମନ୍ତ୍ରୀ ୧୭ ତାରିଖରେ ସର୍ବଦଳୀୟ ବୈଠକ ଡାକିଥିବା ବେଳେ ଅଧିବେଶନର ଏଜେଣ୍ଡା କଣ ତାକୁ ନେଇ ବିରୋଧୀ କଂଗ୍ରେସ ଓ ଟିଏମସି ଟାର୍ଗେଟ୍ କରିଥିଲେ ।

ଅଧିବେଶନର ଏଜେଣ୍ଡାକୁ ନେଇ ବିରୋଧୀ ସରକାରଙ୍କୁ ପ୍ରଶ୍ନ କରିବା ପରେ ପ୍ରସାବିତ ଏଜେଣ୍ଡା ଜାରି କରିଛନ୍ତି କେନ୍ଦ୍ର ସରକାର । ଜାରି ଏଜେଣ୍ଡା ଅନୁସାରେ, ଅଧିବେଶନର ପ୍ରଥମ ଦିନରେ ସଂସଦର ୭୫ ବର୍ଷର ଯାତ୍ରା ଉପରେ ଉଭୟ ଗୃହରେ ଆଲୋଚନା ହେବ । ସ୍ୱତନ୍ତ୍ର ଅଧିବେଶନରେ ଉଭୟ ଗୃହରେ ଆଗତ ହେବ ୪ଟି ବିଲ୍ ।

ସଂସଦର ସ୍ୱତନ୍ତ୍ର ଅଧିବେଶନ ପୂର୍ବରୁ ସରକାର ଡାକିଲେ ସର୍ବଦୈଳୀୟ ବୈଠକ, କଂଗ୍ରେସ କହିଲା ‘ଏଯାଏଁ ମିଳିନି ଏଜେଣ୍ଡା’

ଏଜେଣ୍ଡା ଭିତରେ ଆଡ୍‌ଭୋକେଟ (ଆମେଣ୍ଡମେଣ୍ଟ) ବିଲ୍ ୨୦୨୩ ଓ ପ୍ରେସ୍ ଅଫ୍‌ ଆଣ୍ଡ ରେଜିଷ୍ଟ୍ରେସନ ଅଫ୍ ପିରିଅଡିକ୍ସ ବିଲ୍ ୨୦୨୩ ଏହି ଦୁଇଟି ବିଲ୍ ରହିଛି । ସେପ୍ଟେମ୍ବର ୧୮-୨୨ ତାରିଖ ଏହି ଦୁଇ ଦିନ ଚାଲିବାକୁ ଥିବା ସଂସଦର ସ୍ୱତନ୍ତ୍ର ଅଧିବେଶନରେ ଲୋକସଭାରେ ବିଲ୍ ସମ୍ପର୍କରେ ଆଲୋଚନା ହେବ । ଏହି ଦୁଇଟି ବିଲ୍ ପୂର୍ବରୁ ଅଗଷ୍ଟ ୩ ତାରିଖରେ ରାଜ୍ୟସଭାରେ ପାସ୍ ହୋଇ ସାରିଛି ।

ଅନ୍ୟପଟେ ରାଜ୍ୟସଭା ସାଂସଦମାନେ ପୋଷ୍ଟ ଅଫିସ୍ ବିଲ୍ ୨୦୨୩ ଓ ଏବଂ ମୁଖ୍ୟ ନିର୍ବାଚନ କମିଶନର ଓ ଅନ୍ୟ ନିର୍ବାଚନ କମିଶନର(ନିଯୁକ୍ତି, ସେବା ସର୍ତ୍ତ ଓ ଅଫିସ କାର୍ଯ୍ୟକାଳ) ବିଲ୍ ୨୦୨୩ ଉପରେ ଆଲୋଚନା କରିବେ । ଅଗଷ୍ଟ ୧୦ ତାରିଖରେ ଏହି ଦୁଇଟି ବିଲ୍ ରାଜ୍ୟସଭାରେ ଉପସ୍ଥାପନ ହୋଇଥିଲା । ଏହା ସତ୍ତ୍ୱେ ସମ୍ବିଧାନ ସଭା ଆରମ୍ଭରୁ ୭୫ ବର୍ଷର ସାଂସଦୀୟ ଯାତ୍ରା, ହାସଲ, ଅନୁଭବ, ସ୍ମୃତି ଓ ଶିକ୍ଷଣ ସମ୍ପର୍କରେ ଆଲୋଚନା ହେବ ବୋଲି ନୋଟିସ୍‌ରେ କୁହାଯାଇଛି ।

ଲଣ୍ଡନରୁ ନଓ୍ବାଜ ସରିଫଙ୍କ ଫେରିବାକୁ ନେଇ ପାକିସ୍ତାନରେ ଉତ୍ସାହ, ଦଳୀୟ ନେତା କହିଲେ ସେ ଆସିଲେ ଦେଶର ସ୍ଥିତି ଠିକ୍ ହୋଇଯିବ...

ସଂସଦର ସ୍ୱତନ୍ତ୍ର ଅଧିବେଶନର ଗୋଟିଏ ଦିନ ପୂର୍ବରୁ ସର୍ବଦଳୀୟ ବୈଠକ ଡାକିଛନ୍ତି କେନ୍ଦ୍ର ସରକାର । ସେପ୍ଟେମ୍ବର ୧୭ ତାରିଖରେ ସର୍ବଦଳୟୀ ବୈଠକ ଡକାଯାଇଛି। ଏନେଇ ସମସ୍ତ ବିରୋଧୀ ଦଳର ନେତାଙ୍କମାନଙ୍କ ପାଖକୁ ଇ-ମେଲ୍ ଯୋଗେ ନିମନ୍ତ୍ରଣ ପଠା ଯାଇଥିବା କହିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ।

parliament
Special session Parliament

Copyright © 2022 - Summa Real Media Private Limited. All Rights Reserved.