ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଗଙ୍ଗୁଆ-ଦୟା ମୁହାଣରେ ହେବ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ୍, ନର୍ଦ୍ଦମା ପାଣିର ହେବ ବୈଷୟିକ ଯାଞ୍ଚ

ଭୁବନେଶ୍ୱର,୦୮/୧୨: ଦୟା ନଦୀ ପାଣିକୁ ସମ୍ପୂର୍ଣ୍ଣ ପ୍ରଦୂଷଣମୁକ୍ତ କର । ଏଥିପାଇଁ ତ୍ୱରିତ୍‌ ପଦକ୍ଷେପ ନେବାକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ନଗର ଉନ୍ନୟନ ବିଭାଗ ଓ ବିଏମ୍‌ସିକୁ ନିର୍ଦ୍ଦେଶ ଦେଇଛନ୍ତି ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି. କାର୍ତ୍ତିକ ପାଣ୍ଡିଆନ୍‌ । ଦୟା ନଦୀ ପାଣି ସଫା ରଖିବାକୁ ଗଙ୍ଗୁଆ ଓ ଦୟା ନଦୀର ସଂଯୋଗ ସ୍ଥାନରେ ଏକ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ କରିବାକୁ ସମୀକ୍ଷା ବୈଠକରେ ନିଷ୍ପତ୍ତି ହୋଇଛି ।

ଶ୍ରୀ ପାଣ୍ଡିଆନଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ଦୟା ନଦୀକୁ ସଫା ରଖିବାକୁ ଅନେକ ନିଷ୍ପତ୍ତି ନିଆଯାଇଛି । ବିଏମ୍‌ସି ଅଞ୍ଚଳ ଭିତରେ ଆସୁଥିବା ବିଭିନ୍ନ ପ୍ରତିଷ୍ଠାନର ଦୂଷିତ ଜଳକୁ ସ୍ୱେରେଜ୍‌ ଲାଇନ୍‌ ସହିତ ଯୋଡ଼ିବାକୁ ବାଧ୍ୟତାମୂଳକ କରାଯାଇଛି । ବିଏମସି ଅଞ୍ଚଳର ସବୁ ଘର ଯେପରି ସ୍ୱେରେଜ ଲାଇନ୍‌ ସହ ସଂଯୋଗ ହେବ ସେଥିପାଇଁ ଲୋକଙ୍କୁ ସଚେତନ କରିବାକୁ ୫-ଟି ଅଧ୍ୟକ୍ଷ ନିର୍ଦ୍ଦେଶ ଦେଇଛନ୍ତି । ଦୟା ନଦୀର ଜଳକୁ ବିଶୁଦ୍ଧ କରିବା ପାଇଁ ଦୟା ଓ ଗଙ୍ଗୁଆର ସଂଯୋଗ ସ୍ଥଳରେ ଏକ ଅତ୍ୟାଧୁନିକ ଓ ବୈଷୟିକ ଜ୍ଞାନକୌଶଳଯୁକ୍ତ ବିଶୋଧନ ପ୍ଲାଣ୍ଟ ତିଆରି ହେବ । ୱାଟ୍‌କୋ ଏହାକୁ ତିଆରି କରିବ । ରାଜଧାନୀରେ ଥିବା ଶିଳ୍ପାନୁଷ୍ଠାନର ବର୍ଜ୍ୟଜଳକୁ ଟ୍ରିଟମେଣ୍ଟ କରାଯିବ । ବିଏମସି୍‌, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏବଂ ୱାଟ୍‌କୋ ଏହାକୁ ନିୟମିତ ଯାଞ୍ଚ କରିବେ । 

ସହରର ବିଭିନ୍ନ ଆଡ଼ୁ ଆସୁଥିବା ନର୍ଦ୍ଦମା ଜଳ ସ୍ୱେରେଜ୍‌ ଟ୍ରିଟମେଣ୍ଟ ପ୍ଲାଣ୍ଟରେ ପହଞ୍ଚିବା ପୂର୍ବରୁ ୱାଟ୍‌କୋ ଓ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଏହାର ବୈଷୟିକ ଯାଞ୍ଚ କରାଯିବ । ଦୟା ନଦୀର ଜଳ ସଫା ରଖିବାକୁ ସହରରେ ବର୍ଜ୍ୟବସ୍ତୁ ସୃଷ୍ଟିକାରୀ ଶିଳ୍ପ ଓ ଅନ୍ୟ ପ୍ରତିଷ୍ଠାନ ଉପରେ ନଜର ରଖାଯିବ । ସେମାନେ ଯେଭଳି ପ୍ରଦୂଷିତ ବର୍ଜ୍ୟଜଳକୁ ନଦୀକୁ ନ ଛାଡ଼ିବେ, ତାକୁ ଜଗିବାକୁ ପାଣ୍ଡିଆନ ନିର୍ଦ୍ଦେଶ ଦେଇଛନ୍ତି । ବିଡିଏ ଉପାଧ୍ୟକ୍ଷ ବଲୱନ୍ତ  ସିଂଙ୍କ ଅଧ୍ୟକ୍ଷତାରେ ଦୟା  ନଦୀ ଟାସ୍କଫୋର୍ସ  ଗଢ଼ାଯାଇଛି । ନଦୀ  ପାଣି ସଫା ରଖିବାକୁ ବିଭିନ୍ନ ଏଜେନ୍ସି  ସହିତ ସମନ୍ୱୟ ରଖି ପଦକ୍ଷେପ ନେବାକୁ ବୈଠକରେ ଆଲୋଚନା ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.