ପ୍ରମୁଖ ଖବର
  • ଟାଙ୍ଗୀ: ୨୪ ଘଣ୍ଟା ପରେ ନିଖୋଜ ପ୍ରଫୁଲଙ୍କ ମୃତଦେହ କଲବଲିଆ ପୋଖରୀରୁ ଉଦ୍ଧାର| ହାତୀ ଆକ୍ରମଣରେ ମୃତ୍ୟୁ ଅଭିଯୋଗ
  • ||
  • କଟକ: ଆସିଲା ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ରାୟ, ହାଇ ପାୱାର କମିଟି ଗଠନ ପାଇଁ ସରକାରଙ୍କୁ ନିର୍ଦ୍ଦେଶ
  • ||
  • ଭୁବନେଶ୍ୱର: ଆଗ ପଛ ହୋଇ ଆସୁଛି ଲଘୁଚାପ, ପହିଲାରୁ ସପ୍ତାହେ ବର୍ଷିବ
  • ||
  • ଗଞ୍ଜାମ: ପୂ୍ର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ, ୨୪ ଘଣ୍ଟାରେ ଗଡିଲା ଦୁଇ ମଣ୍ଡ
  • ||
  • ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ, ମାତିଛନ୍ତି ମୁଖା ପିନ୍ଧା ଲୁଟେରା
  • ||
  • ରାୟଗଡ଼ା: ଭିଜିଲାନ୍ସ ଜାଲରେ ପିଏଚଡି କାର୍ଯ୍ୟାଳୟ ଏଷ୍ଟିମେଟର, ଲାଞ୍ଚ ନେବା ବେଳେ ଧରା ପଡ଼ିଲେ
  • ||
  • ଆନନ୍ଦପୁର: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୩ ମୃତ
  • ||
  • ନୂଆଦିଲ୍ଲୀ: ପାକିସ୍ତାନରେ ବିସ୍ଫୋରଣ, ୧୩ ମୃତ, ୭୦ ଆହତ
  • ||
  • କାଲିମେଳା: ଓଲଟିଲା ପାଣି ପାଇପ୍ ବୋଝେଇ ଟ୍ରେଲର, ଡ୍ରାଇଭର୍ ଆହତ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ଅଷ୍ଟମ ସ୍ବର୍ଣ୍ଣ, ମହିଳା ୧୦ ମିଟର ଏୟାର ରାୟଫଲ ଟିମ୍ ଇଭେଣ୍ଟରେ ଗୋଲ୍ଡ ମେଡାଲ
  • ||
  • ପୁରୀ: ଆଜି ବଡ଼ଦେଉଳରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି
  • ||
  • ବିଶ୍ୱକପ୍‌ ପାଇଁ ଉତ୍ସବମୁଖର ଭାରତ: ଗୋଟିଏ ସପ୍ତାହ ଅପେକ୍ଷା, ଆଜିଠୁ ଅଭ୍ୟାସ ମ୍ୟାଚ୍
  • ||
  • କଟକ: ଚୌଧୁରୀବଜାରରେ ଭୟାବହ ଅଗ୍ନିକାଣ୍ଡ, ଲୁଗା ଦୋକାନରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି
  • ||
  • ଭୁବନେଶ୍ୱର:ଡେଙ୍ଗୁ ନେଲା ଆଉ ଏକ ମୁଣ୍ଡ, କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ସପ୍ତମ ସ୍ବର୍ଣ୍ଣ, ୫୦ ମିଟର ଏୟାର ରାଫଲ ଟିମ ଇଭେଣ୍ଟ ଗୋଲ୍ଡ ମେଡାଲ
  • ||
  • କାବେରୀ ନଦୀଜଳ ବିବାଦ: ତାମିଲନାଡୁକୁ ଅଧିକ ପାଣି ଛାଡିବା ନିଷ୍ପତ୍ତି ବିରୋଧ, ଆଜି କର୍ଣ୍ଣାଟକ ବନ୍ଦ
  • ||
  • ଭୁବନେଶ୍ୱର: ବିଶ୍ୱ ହୃତ୍‌ପିଣ୍ଡ ଦିବସ, ଏ ବର୍ଷର ଥିମ ‘ହୃତ୍‌ପିଣ୍ଡର ଉପଯୋଗ କର, ହୃତ୍‌ପିଣ୍ଡକୁ ଜାଣ ’
  • ||
  • ଯାଜପୁର: ଅଢ଼େଇ ବର୍ଷର ଝିଅ ସହ ବୈତରଣୀ ନଦୀକୁ ଡ଼େଇଁଲେ ବାପା, ୩୦ ଘଣ୍ଟା ପରେ ଉଦ୍ଧାର ଚନ୍ଦନଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ଶୁକ୍ରବାର ଲଘୁଚାପ ରୂପ ନେବ ଘୂର୍ଣ୍ଣିବଳୟ, ୨୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ: ୧୩ରୁ ଫେରିଯିବ ମୌସୁମୀ
  • ||

ଅକ୍ଟୋବରରେ ପାକିସ୍ତାନ ଫେରିବେ ନଓ୍ବାଜ ଶରିଫ ! ଆଗାମୀ ସାଧରଣ ନିର୍ବାଚନରେ ହୋଇପାରନ୍ତି ପ୍ରଧାନମନ୍ତ୍ରୀ ପ୍ରାର୍ଥୀ

ଇସଲାମାବାଦ୍‌, ୦୯/୦୯: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫ ସ୍ବଦେଶ ଫେରିବା ପାଇଁ ପ୍ରସ୍ତୁତ ଥିବା ଜଣାପଡ଼ିଛି । ପାକିସ୍ତାନ ରାଜନୀତିରେ ପୁଣି ଥରେ ନଓ୍ବାଜଙ୍କ ପ୍ରତ୍ୟାବର୍ତ୍ତନ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଅକ୍ଟୋବରରେ ପାକିସ୍ତାନ ଫେରିପାରନ୍ତି ନଓ୍ବାଜ । ଗତ ୪ ବର୍ଷ ହେଲା ଲଣ୍ଡନରେ ନିର୍ବାସିତ ଜୀବନ ବିତାଉଥିବା ନଓ୍ବାଜ ଶରିଫଙ୍କ ଫେରିବା ନେଇ ଚର୍ଚ୍ଚା ଲାଗି ରହିଛି । ସାନଭାଇ ଶେହବାଜ ଶରିଫ ପାକିସ୍ତାନର ପ୍ରଧାନମନ୍ତ୍ରୀ ହେବା ପାଖରୁ ନଓ୍ବାଜଙ୍କୁ ଫେରାଇ ଆଣିବା ଲାଗି ପ୍ରୟାସ ଜାରି ରଖିଛନ୍ତି। ଏବେ ଯଦିଓ ପାକିସ୍ତାନରେ ଅନ୍ତରୀଣ ସରକାର ରହିଛି ହେଲେ ଦେଶରେ ନିର୍ବାଚନ ହେବାକୁ ଯାଉଛି । ଆଉ  ନିର୍ବାଚନ ପୂର୍ବରୁ ଦେଶକୁ ଫେରିବା ସହ ରାଜନୀତିରେ ପୁଣି ଥରେ କାୟା ବିସ୍ତାର କରିପାରନ୍ତି ନଓ୍ବାଜ । 

୭୫ ତମ ପ୍ରତିଷ୍ଠା ଦିବସ ପାଳୁଛି ଉତ୍ତର କୋରିଆ, ପରେଡରେ ଯୋଗ ଦେଲେ ରୁଷ ଏବଂ ଚୀନର ପ୍ରତିନିଧିମଣ୍ଡଳୀ

ପାକିସ୍ତାନ ମୁସଲିମ ଲିଗ୍‌-ନଓ୍ବାଜର ନେତା ନଓ୍ବାଜ ଶରିଫ ଲଣ୍ଡନରେ ଦଳୀୟ କର୍ମୀଙ୍କ ସହ ଆଲୋଚନା ପରେ ଖୁବଶୀଘ୍ର ସ୍ବଦେଶ ଫେରିବା ନେଇ ସଂକେତ ଦେଇଛନ୍ତି । ଯଦିଓ ତାରିଖ ସ୍ପଷ୍ଟ ହୋଇନାହିଁ କିନ୍ତୁ ଅକ୍ଟୋବରରେ ପାକିସ୍ତାନ ଫେରିପାରନ୍ତି ନଓ୍ବାଜ ଶରିଫ । ୨୦୧୮ରେ ନୁର୍ନୀତି ମାମଲରେ ଦୋଷୀ ସାବ୍ୟସ୍ତ ହେବା ପରେ ନଓ୍ବାଜଙ୍କୁ ୭ ବର୍ଷ ଜେଲ ଦଣ୍ଡାଦେଶ ଦେଇଥିଲେ କୋର୍ଟ । ପରବର୍ତ୍ତୀ ସମୟରେ ସେ ସ୍ବାସ୍ଥ୍ୟଗତ ସମସ୍ୟା ଦର୍ଶାଇ ଚିକିତ୍ସା ଲାଗି ଲଣ୍ଡନ ଯାଇଥିଲେ।  ହେଲେ ୨୦୧୯ରେ ଲଣ୍ଡନ ଯାଇଥିବା ନଓ୍ବାଜ ଶରିଫ ଆଉ ପାକିସ୍ତାନ ଫେରିନଥିଲେ ।

ଗତ ଅଗଷ୍ଟ ୨୫ ତାରିଖରେ ଶେହବାଜ ଶରିଫ କହିଥିଲେ ଯେ, ନଓ୍ବାଜ ଶରିଫ ଅକ୍ଟୋବରରେ ପାକିସ୍ତାନ ଫେରିବେ । ଏବଂ ନ୍ୟାୟିକ ତଦନ୍ତର ସାମ୍ନା କରିବେ । ଏହା ସହ ନଓ୍ବାଜ ଶରିଫ ପାର୍ଟିର ନେତୃତ୍ବ ନେବେ । ଏପରିକି ଦେଶର ମଙ୍ଗ ନଓ୍ବାଜ ଶରିଫ ଧରିବେ ବୋଲି କହିଥିଲେ ଶେହବାଜ । ଏଥିରୁ ସ୍ପଷ୍ଟ ହେଉଛି ଆଗାମୀ ସାଧାରଣ ନିର୍ବାଚନରେ ନଓ୍ବାଜ ଶରିଫ ପିଏମଏଲ-ଏନ ଦଳରୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ । ସପେଟେ ପାକିସ୍ତାନରେ ସଂସଦ ଭଙ୍ଗ ହୋଇସାରିଥିବା ବେଳେ ସାଧାରଣ ନିର୍ବାଚନ ହେବାକୁ ଯାଉଛି । 

You can also read: ୭୫ ତମ ପ୍ରତିଷ୍ଠା ଦିବସ ପାଳୁଛି ଉତ୍ତର କୋରିଆ, ପରେଡରେ ଯୋଗ ଦେଲେ ରୁଷ ଏବଂ ଚୀନର ପ୍ରତିନିଧିମଣ୍ଡଳୀ

Nawaz Sharif

Copyright © 2022 - Summa Real Media Private Limited. All Rights Reserved.