ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଲୋକୋ-ପାଇଲଟ୍ ବିନା ୮୪ କିଲୋମିଟର ଗଡ଼ିଲା ଗୁଡ୍ସ୍ ଟ୍ରେନ୍, ଚା ପିଇବାକୁ ଯାଇ ହ୍ୟାଣ୍ଡବ୍ରେକ୍ ଲଗାଇ ନଥିଲେ ଡ୍ରାଇଭର

ନୂଆଦିଲ୍ଲୀ, ୨୫/୦୨: ରେଲୱେର ପୁଣି ବଡ଼ ଖାମଖିଆଲି ଦେଖିବାକୁ ମିଳିଛି । ମାଲବାହୀ ଟ୍ରେନ୍ ଲୋକ୍ ପାଇଲଟ୍ ବିନା ଗୋଟିଏ ରାଜ୍ୟରୁ ଗଡ଼ି ଯାଇ ଅନ୍ୟ ରାଜ୍ୟରେ ପହଞ୍ଚିଛି । ସୌଭାଗ୍ୟବଶତଃ ଘଟଣାରେ କୌଣସି ଧନଜୀବନ ହାନି ହୋଇ ନଥିବା ବେଳେ ତଦନ୍ତ ନିର୍ଦ୍ଦେଶ ଦେଇଛି ଭାରତୀୟ ରେଲୱେ ।

ସୂଚନା ଅନୁସାରେ, ରବିବାର ସକାଳେ ବଜୁରି ବୋଝେଇ ମାଲଗାଡ଼ିଟି ଜମ୍ମୁ-କାଶ୍ମୀରର କଠୁଆ ରେଲୱେ ଷ୍ଟେସନରେ ଛିଡ଼ା ହୋଇଥିବା ବେଳେ ଚା ପିଇବାକୁ ଯାଇଥିଲେ ଲୋକୋ ପାଇଲଟ୍ । ଛିଡ଼ା ହୋଇଥିବା ଟ୍ରେନଟି ଅଚାନକ ପଠାନକୋଟ ଆଡ଼କୁ ଗଡ଼ି ଯାଇଥିଲା । ବିନା ଡ୍ରାଇଭରରେ ଟ୍ରେନର ଗତି ବଢ଼ିବା ସହ ଏହା ୮୪ କିଲୋମିଟର ଅତିକ୍ରମ କରି ପଞ୍ଜାବରେ ପହଞ୍ଚିଥିଲା ।

ଟ୍ରେନ୍ ହଠାତ୍ ଦୌଡ଼ିବା ଦେଖି ଚା ପିଉଥିବା ଲୋକୋ ପାଇଲଟଙ୍କ ହୋସ୍ ଉଡ଼ି ଯାଇଥିଲା । ତତ୍କାଳ ରେଲୱେ ଅଧିକାରୀଙ୍କୁ ଅବଗତ କରାଯିବା ପରେ ପଞ୍ଜାବର ମୁକେରିୟାରେ ମାଲବାହୀ ଟ୍ରେନକୁ ଅଟକା ଯାଇଛି । ଜମ୍ମୁର ଡିଭିଜନାଲ୍ ମ୍ୟାନେଜର କହିଛନ୍ତି, ମାମଲାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆ ଯାଇଛି ।

ସକାଳ ୭ଟା ୧୦ରେ ମାଲବାହୀ ଗାଡ଼ି ସଂଖ୍ୟା ୧୪୮୦୬ଆର୍ ଜମ୍ମୁର କଠୁଆ ଷ୍ଟେସନରେ ଅଟକି ଥିଲା । ଇଞ୍ଜିନ୍ ଚାଲୁ ରହିଥିବା ବେଳେ ଲୋକୋ ପାଇଲଟ୍ ଓହ୍ଲାଇ ଚା ପିଉଥିଲେ । ଏହା ପରେ ଟ୍ରେନ୍ ହଠାତ୍ ଗଡ଼ିବା ସହ ବେଗ ବଢ଼ିଥିଲା ।

କଠୁଆ ଷ୍ଟେସନ କର୍ତ୍ତୃପକ୍ଷଙ୍କ ଅନୁସାରେ, ଇଞ୍ଜିନ୍ ଚାଲୁ ରହିଥିବା ଅବସ୍ଥାରେ ଲୋକୋ ପାଇଲଟ୍ ଓ ତାଙ୍କ ସହାୟକ ଓହ୍ଲାଇଥିଲେ । କୁହା ଯାଉଛି, ଲୋକୋ ପାଇଲଟ୍ ଟ୍ରେନର ହ୍ୟାଣ୍ଡବ୍ରେକ୍ ଦେଇ ନଥିଲେ । ଟ୍ରେନ୍ ଅଚାନକ ଗଡ଼ିବା ପରେ ରୋକିବାକୁ ପ୍ରୟାସ କରାଯାଇଥିଲା । ସୌଭାଗ୍ୟକୁ ସେହି ଟ୍ରାକରେ ଅନ୍ୟ କୌଣସି ଟ୍ରେନ୍ ଆସୁ ନଥିଲା । ଗୁଡ୍ସ ଟ୍ରେନଟି ୮୪ କିଲୋମିଟର ଗଡ଼ିବା ପରେ ପଞ୍ଜାବର ମୁକେରିୟାରେ ଅଟକାଇ ଦିଆ ଯାଇଛି । ଟ୍ରେନ୍ କେଉଁ ପରିସ୍ଥିତିରେ ଗଡ଼ିଲା ତାର ତଦନ୍ତ ନିର୍ଦ୍ଦେଶ ଦିଆ ଯାଇଥିବା ବେଳେ ଫିରୋଜପୁରରୁ ଏକ ଟିମ୍ ପଠା ଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.