ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଫ୍ରାଇଡେ ରିଲିଜ୍‌: ବଲିଉଡରେ ‘କ୍ରାକ୍‌’ ସହ ‘ଆର୍ଟିକଲ୍‌-୩୭୦’ର ମୁକ୍ତିଲାଭ, ସନ୍ଧ୍ୟାରେ ଓଡ଼ିଆ ସିନେମା ‘ଭୋଟ’ର ପ୍ରିମିୟର

ଭୁବନେଶ୍ୱର,୨୩/୦୨:  ଫ୍ରାଇଡେ ରିଲିଜ୍‌ ଅବସରରେ ବଲିଉଡରେ ରିଲିଜ୍‌ ହେଉଛି ସ୍ପୋର୍ଟସ୍‌ ଆକ୍ସନ୍‌ ଫିଲ୍ମ ‘କ୍ରାକ୍‌’ । ତା’ ସହିତ ପରଦାକୁ ଆସୁଛି ଜାମ୍ମୁ-କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ଆଧାରିତ ସିନେମା ‘ଆର୍ଟିକଲ୍‌-୩୭୦’ ଏବଂ କମେଡି ଡ୍ରାମା ‘ଅଲ୍‌ ଇଣ୍ଡିଆ  ର‌୍ୟାଙ୍କ’। ଚର୍ଚ୍ଚାକୁ ଦେଖି ଲାଗୁଛି, ଏହି  ୩ଟି ସିନେମା ମଧ୍ୟରେ ‘ଆର୍ଟିକଲ୍‌-୩୭୦’  ବକ୍ସ ଅଫିସ୍‌ରେ ହଲଚଲ କରିବ । ଏହା ଏକ ପଲିଟିକାଲ୍‌ ଆକ୍ସନ୍‌ ଥ୍ରିଲର ସିନେମା  ହୋଇଥିବାବେଳେ ମୁଖ୍ୟ ଭୂମିକାରେ  ୟାମି ଗୌତମଙ୍କ ଦମଦାର ଅଭିନୟ  ଦେଖିବାକୁ ମିଳିବ । ଏହାର ଟ୍ରେଲରକୁ ଦର୍ଶକ ପସନ୍ଦ କରିଥିବାବେଳେ  ପରଦାରେ ପୂରା ସିନେମା ଦେଖିବାକୁ  ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ।  ସେହିପରି ‘କ୍ରାକ୍‌’ରେ ବିଦ୍ୟୁତ ଜାମୱାଲ୍‌, ନୋରା ଫତେ ଓ ଅର୍ଜୁନ  ରାମପାଲଙ୍କୁ ଦର୍ଶକ ଦେଖିବାକୁ  ପାଇବେ । ଏସବୁ ଭିତରେ ଶୁକ୍ରବାର ଶୁଭମୁକ୍ତି କରୁଛି ଓଡ଼ିଆ ସିନେମା ‘ଭୋଟ’ । ରାଜଧାନୀର ବିଭିନ୍ନ ପ୍ରେକ୍ଷାଳୟରେ ଏହିସବୁ ସିନେମାଗୁଡ଼ିକୁ  ଦେଖିବାକୁ ମିଳିବ । ବଡ଼କଥା ହେଲା,  ଶୁକ୍ରବାର ଅଧିକାଂଶ ହଲ୍‌ର ସମସ୍ତ  ଶୋ’ର ଟିକଟ୍‌ ଦର ୯୯ ଟଙ୍କାରୁ ୧୫୦  ଟଙ୍କା ରହିଛି ।  

ସାଧାରଣ ନିର୍ବାଚନ ଅର୍ଥାତ୍‌  "ଭୋଟ’ ପୂର୍ବରୁ ବଡ଼ ପରଦାକୁ ଆସୁଛି ନୂଆ ଓଡ଼ିଆ ସିନେମା ‘ଭୋଟ’ ।  ଋତୁପ୍ରିୟା ପ୍ରଡ଼କସନ୍ସ ବ୍ୟାନରରେ ଅତୀଶ କୁମାର ରାଉତଙ୍କ ପ୍ରଯୋଜନାରେ  ନିର୍ମିତ ଏହି ସିନେମା ରାଜ୍ୟର ୧୨ଟି ପ୍ରେକ୍ଷାଳୟରେ  ମୁକ୍ତିଲାଭ କରୁଛି । ସନ୍ଧ୍ୟା ୫ଟା ୪୫ରେ ଭୁବନେଶ୍ୱରର ରସୁଲଗଡ଼ସ୍ଥିତ ଏକ  ପ୍ରେକ୍ଷାଳୟରେ ଏହାର ପ୍ରିମିୟର ଶୋ’ ଅନୁଷ୍ଠିତ ହେବ । ଏଥିରେ ପୂରା ୟୁନିଟ୍‌ ସାମିଲ ହେବ ବୋଲି ପ୍ରଚାର, ପ୍ରସାର ଦାୟିତ୍ୱରେ ଥିବା ପ୍ରଣୟ  ଜେଠୀ କହିଛନ୍ତି । ଅଜୟ ମହାପାତ୍ରଙ୍କ ପ୍ରସିଦ୍ଧ ମଞ୍ଚ ନାଟକର କାହାଣୀକୁ ନିର୍ଦ୍ଦେଶନା ଦେଇଛନ୍ତି ନବାଗତ ଯୁବ  ନିର୍ଦ୍ଦେଶକ ଦେବାଶିଷ ମହାପାତ୍ର ।  

ଶ୍ରୀ ମହାପାତ୍ର ଏହାର ସଂଳାପ ଓ  ଚିତ୍ରନାଟ୍ୟ ବି ଲେଖିଛନ୍ତି । କ୍ୟାମେରା  ଭାର ସମ୍ଭାଳିଛନ୍ତି ‘କେରଲା ଷ୍ଟୋରୀ’ର  କ୍ୟାମେରାମ୍ୟାନ୍‌ ପ୍ରଶାନ୍ତନୁ ମହାପାତ୍ର ।  ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବିକାଶ  ଦାସ । ସମ୍ପାଦନା କରିଛନ୍ତି ସ୍ୱର୍ଗତ  ରବି ପଟ୍ଟନାୟକ । ମଞ୍ଚ ଦୁନିଆର  ଅନେକ ବିଶିଷ୍ଟ କଳାକାର ଏଥିରେ  ଅଭିନୟ କରିଛନ୍ତି । ଏନ୍‌ଏସ୍‌ଡିଆନ୍‌ ସୂର୍ଯ୍ୟ ମହାନ୍ତି, ସ୍ୱର୍ଗତ ଚକ୍ରଧର  ଜେନାଙ୍କ ସମେତ ସୁଶାନ୍ତ, ହର ରଥ, ଉଷସୀ ମିଶ୍ର, ରାନୁ ପାଢ଼ୀ, ବନମାଳୀ  ପାଣ୍ଡିଆ, ହାଡୁ, ଦେବୀ ବାରିକ, ସତ୍ୟ  ପାଣିଗ୍ରାହୀ, ମନୋରଞ୍ଜନ ଦାସ, ରଞ୍ଜନ  ରାଉତ, ସୀତାଂଶୁ, ସୌମ୍ୟ, ଶ୍ରେୟା,  ପିଙ୍କି ପ୍ରିୟଦର୍ଶିନୀ ପ୍ରମୁଖ ଅଭିନୟ  କରିଛନ୍ତି। ମୋହିତ ଚକ୍ରବର୍ତ୍ତୀ ଏବଂ  ବାପୁ ଗୋସ୍ୱାମୀ ଗୀତଗୁଡ଼ିକୁ ରଚନା କରିଛନ୍ତି । ଓଲିଉଡର ଆଗଧାଡ଼ିର  କଣ୍ଠଶିଳ୍ପୀ ହ୍ୟୁମାନ୍‌ ସାଗର, ଦିପ୍ତୀରେଖା  ପାଢ଼ୀ, ଶିବାଶିଷ ମିଶ୍ର, ଲିପ୍ସା ମହାପାତ୍ର,  ବିଷ୍ଣୁ ମୋହନ କବି ଏବଂ ସତ୍ୟଜିତ୍‌  ପ୍ରଧାନ କଣ୍ଠଦାନ କରିଛନ୍ତି । ସିନେମାଟି  ଦର୍ଶକଙ୍କୁ ଛୁଇଁବ ବୋଲି ପ୍ରଯୋଜକ  ଅତିସ କୁମାର ରାଉତ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.