ପ୍ରମୁଖ ଖବର
  • ଖୋର୍ଦ୍ଧା: ବେଗୁନିଆ ଥାନା ଅନ୍ତର୍ଗତ ଧଳାପଥର ବଜାରରେ ବାଇକକୁ ପିଟିଲା କାର, ଜଣେ ମୃତ ଓ ୫ ଗୁରୁତର
  • ||
  • କଟକରେ ବେଆଇନ ଗୁଟ୍‌ଖା କାରଖାନା ଠାବ: ଲକ୍ଷାଧିକ ଟଙ୍କାର କଞ୍ଚାମାଲ୍‌ ଜବତ, ମାଲିକ ସହ କର୍ମଚାରୀ ଗିରଫ
  • ||
  • ବରେଲି: ହାଇୱେରେ ଟ୍ରକକୁ ଧକ୍କା ଦେବା ପରେ ଜଳିଗଲା କାର୍, ଜିଅନ୍ତା ଜଳିଗଲେ ୮ ବରଯାତ୍ରୀ
  • ||
  • ମଦ ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ଉ ଘଟଣା: ୪ ଦିନର ଚଢ଼ାଉରେ ଗଣା ସରିଲା ୧୮୮ କୋଟି, ବଳକା ଟଙ୍କା ଗଣିବାକୁ ଲାଗିବ ଆଉ ୨ ଦିନ
  • ||
  • ଆଜି ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା, ବିସ୍ଫୋରକ ବ୍ୟାଟିଂ ଉପରେ ଟିମ୍‌ ଇଣ୍ଡିଆର ଫୋକସ୍‌
  • ||
  • ଭୁବନେଶ୍ୱର: ରାଜ୍ୟରେ ବଦଳିଲା ପାଗ, ଖସିଲା ତାପମାତ୍ରା: ଆସନ୍ତା ୨ ଦିନରେ ୨ ଡିଗ୍ରୀ ଖସିବ ରାତି ପାରଦ
  • ||

ସାମ୍ବାଦିକାଙ୍କୁ ଚାପୁଡ଼ା ମାରିଥିବା ଅଭିଯୋଗ: ପ୍ରଯୋଜକ ଟୁଟୁ ନାୟକଙ୍କ ନାଁରେ ଏତଲା

ଭୁବନେଶ୍ୱର,୦୪/୧୧: ଓଡ଼ିଶା  ସିନେମା ପ୍ରଯୋଜକ ସଞ୍ଜୟ ନାୟକ ଓରଫ ଟୁଟୁ ନାୟକଙ୍କ ବିରୋଧରେ ଜଣେ ମହିଳା ସାମ୍ବାଦିକ ଗୁରୁବାର ଖାରବେଳନଗର ଥାନାର ଦ୍ୱାରସ୍ଥ  ହୋଇଛନ୍ତି । ପ୍ରଯୋଜକଜଣକ ସାମ୍ବାଦିକାଙ୍କୁ ଦୁର୍ବ୍ୟବହାର କରିବା ସହ  ତାଙ୍କ ଗାଲକୁ ଚାପୁଡ଼ା ପକାଇଥିବା  ଅଭିଯୋଗ ହୋଇଛି ।  ପୀଡିତାଜଣକ ହେଲେ, କଟକର ଦେବସ୍ମିତା ରାଉତ । ସେ ‘ଇଟିଭି  ଭାରତ’ରେ ରିପୋର୍ଟର ଅଛନ୍ତି ।  

ଦେବସ୍ମିତାଙ୍କ ଏତଲା ମୁତାବକ, ଶ୍ରୀୟା  ହଲ୍‌ରେ ଶୁକ୍ରବାର ଓଡିଆ ସିନେମା  ‘ପ୍ରଥା’ର ପୋଷ୍ଟର ରିଲିଜ ହେଉଥିଲା । ଏଥିରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଥିଲା । ପୋଷ୍ଟର ରିଲିଜ୍‌ ପରେ ଦେବସ୍ମିତା ହଲ୍‌ରୁ ବାହାକୁ ଆସି ସିନେମା ହିରୋଙ୍କ ପ୍ରତିକ୍ରିୟା ନେବାକୁ ଅପେକ୍ଷା କରିଥିଲେ । ଏତିକିବେଳେ ଟୁଟୁ ପଛ ପଟୁ ଆସିଲେ । ହଠାତ୍‌ ତାଙ୍କ ବାମପଟ ଗାଲକୁ ଚାପୁଡ଼ା ମାରିଲେ । ତାଙ୍କ ହାତରୁ ବୁମ୍‌ ଓ ଫୋନ୍‌ ଖସିପଡ଼ିଥିଲା ।  ସେ ବୁମ୍‌ ଉଠାଉଥିବା ବେଳେ ଟୁଟୁ ପୁଣି ପିଠିକୁ ମାରିବା ସହ ଅଶୋଭନୀୟ ଆଚରଣ କରିଥିଲେ । ସର୍ବସମ୍ମୁଖରେ  ଟୁଟୁଙ୍କ ଏଭଳି ବ୍ୟବହାର ଯୋଗୁ ତାଙ୍କର ମର୍ଯ୍ୟଦା ହାନୀ ହୋଇଥିବା ଏତଲାକପିରେ ଦର୍ଶାଯାଇଛି । 

 ସେପଟେ ଚାପୁଡ଼ା ମାରା ଅଭିଯୋଗକୁ ଟୁଟୁ ଖଣ୍ଡନ କରିଛନ୍ତି ।  ସେ କହିଛନ୍ତି, ଦେବସ୍ମିତା ମୋ ଝିଅ ବୟସର । ତାଙ୍କୁ ବହୁତ ଆଗରୁ ଜାଣିଛି । ଆଜି ପ୍ରିମିଅର ସୋ’ରୁ ବାହାରିବା ବେଳେ ସେ ଗେଟ୍‌ ମଝିରେ ଠିଆ ହୋଇଥିଲେ । ମୁଁ ତାଙ୍କୁ ଡାକିଥିଲି । କିନ୍ତୁ  ସେ ନ ଶୁଣିବାରୁ ତାଙ୍କୁ ପିଠିକୁ ଥାପୁଡ଼େଇ ସାଇଡ୍‌ କରିଥିଲି । ଅନ୍ୟମନସ୍କ ହେତୁ  ତାଙ୍କ ହାତରୁ ବୁମ୍‌ ଓ ମୋବାଇଲ୍‌ ତଳେ ପଡ଼ିଗଲା । ଅନ୍ୟ ସାମ୍ବାଦିକ ଏହାକୁ ଉଠାଇଦେଲେ । ଫେରିବା ବେଳେ ତାଙ୍କ  ଗାଲକୁ ଥାପୁଡ଼େଇ ଖାଇଛ କି ନାହିଁ ପଚାରିଥିଲି । ଏଥିରେ ଯଦି ଦେବସ୍ମିତାଙ୍କ ମନକୁ ଆଘାତ ଲାଗିଛି । ସେଥିପାଇଁ  ‘ଆଇ ଆମ୍‌ ସରି’ । ଖାରବେଳନଗର ଥାନା ପୁଲିସ (୫୫୩/୨୩)ରେ ମାମଲା  ରୁଜୁ କରି ପ୍ରଯୋଜକଙ୍କ ବିରୋଧରେ  ଆଇପିସି ଦଫା ୩୪୧, ୩୨୩, ୨୯୪,  ୩୫୪ ଲଗାଇଛି । ପୁଲିସ ସିନେମା  ହଲ୍‌କୁ ଯାଇ ସିସି କ୍ୟାମେରା ଯାଞ୍ଚ  କରିଛି । ମାମଲାର ତଦନ୍ତ ଚଳାଇଛି । 

Copyright © 2022 - Summa Real Media Private Limited. All Rights Reserved.