ପ୍ରମୁଖ ଖବର
  • ଭୁବନେଶ୍ଵର : ରାଜଧାନୀରେ ଲୁଟ୍ ରୋକିବାକୁ ପୋଲିସର ନୂଆ ଷ୍ଟ୍ରାଟେଜି, ଆପାର୍ଟମେଣ୍ଟକୁ ଯାଇ ଲୋକଙ୍କୁ କରିବ ସଚେତନ
  • ||
  • ଆଇଜଲ : ମିଜୋରାମ ବିଧାନସଭା ନିର୍ବାଚନ: ୮ରେ ଶପଥ ନେବେ ଲାଲଦୁହୋମା
  • ||
  • ନୀଳଗିରି : ଘରେ ପଶି ମହିଳାଙ୍କୁ ଗୁଳି ମାରିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ଭୁବନେଶ୍ଵର : ମିଗଜାଉଁ ବଳ କମିଲା, ଦକ୍ଷିଣ ଓ ପଶ୍ଚିମରେ ଅଳ୍ପ ବର୍ଷା ସମ୍ଭାବନା
  • ||
  • କଟକ : ସରିଲା ବାଲିଯାତ୍ରା, ୯ ଦିନରେ ମେଳା ବୁଲିଲେ ୬୦ ଲକ୍ଷରୁ ଅଧିକ
  • ||

ଓଲଟି ପଡିଲା ଏଲପିଜି ଭର୍ତ୍ତି ଟ୍ରକ୍, ସୁରକ୍ଷିତ ଭାବେ ସିଲିଣ୍ଡର୍ ଗୁଡ଼ିକୁ ସ୍ଥାନାନ୍ତର

କଟକ, ୧୮/୦୯ : କଟକ ଶିଖରପୁର ପାଖରେ ଓଲଟି ପଡିଲା ଏଲପିଜି ଭର୍ତି ଟ୍ରକ୍। ଅଗ୍ନିଶମ ବିଭାଗ ପକ୍ଷରୁ ସୁରକ୍ଷିତ ଭାବେ ସିଲିଣ୍ଡର୍ ଗୁଡ଼ିକୁ ସ୍ଥାନାନ୍ତର କରାଯାଇଛି। ତେବେ ଗୋଟିଏ ବି ସିଲିଣ୍ଡର୍ ଲିକ୍ ହୋଇନଥିବା ସୂଚନା ମିଳିଛି। 

ସୂଚନାନୁଯାୟୀ, ସୋମବାର ସକାଳ ୯ ଟାରେ ଏକ ଟ୍ରକ୍ ଜଟଣୀ ନିକଟସ୍ଥ ଏଚପି ପ୍ଲାଣ୍ଟରୁ ଗ୍ୟାସ୍ ଭର୍ତି କରି କେନ୍ଦ୍ରାପଡ଼ା ଅଭିମୁଖେ ଯିବାବେଳେ ହଠାତ୍ ଶିଖରପୁର ପାଖରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଫଳରେ ଶହେରୁ ଅଧିକ ସିଲିଣ୍ଡର ତଳେ ପଡ଼ିଯାଇଥିଲା। ସ୍ଥାନୀୟ ଲୋକେ ଭୟରେ ଦୂରକୁ ପଳାଇଥିଲେ। ଖବର ପାଇ ୧୦ ମିନିଟ୍ ଭିତରେ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଦୁଇ ଦମକଳ ଗାଡ଼ି ଜଗି ରହିଥିଲେ। ଦିନ ପ୍ରାୟ ୧୨ ଟା ବେଳେ ଜଟଣୀରୁ ଅନ୍ୟ ଏକ ଟ୍ରକ୍ ପହଞ୍ଚିବା ପରେ ସିଲିଣ୍ଡର ଗୁମିକୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଛି। ତେବେ ଗୋଟିଏ ବି ସିଲିଣ୍ଡର୍ ଲିକ୍ ହୋଇନଥିବା ସୂଚନା ମିଳିଛି। ଯଦି ଗୋଟିଏ ବି ଫାଟି ଥାନ୍ତା ତାହାଲେ ଭୟଙ୍କର ସ୍ଥିତି ସୃଷ୍ଟି ହୋଇଥାନ୍ତା।

  • prameyanews
  • PrameyaOdia
  • prameya
  • Copyright © 2022 - Summa Real Media Private Limited. All Rights Reserved.