ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଇଟାଲୀର ପ୍ରଧାନମନ୍ତ୍ରୀ ସେୟାର କଲେ ସେଲଫି , ପିଏମ୍‌ ମୋଦିଙ୍କ ଆସିଲା ପ୍ରତିକ୍ରିୟା

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁବାଇରେ ଆୟୋଜିତ ସିଓପି ୨୮ ସମ୍ମିଳନୀ ଅବସରରେ, ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନୀଙ୍କ ସହ ନିଆଯାଇ ଥିବା ସେଲଫି ଉପରେ ପ୍ରତିକ୍ରିୟା ଦେଇଛନ୍ତି। ଶନିବାର ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି , ବନ୍ଧୁଙ୍କ ସହ ଭେଟ ହେବା ସର୍ବଦା ସୁଖଦ ଅନୁଭବ ହୋଇଥାଏ। ମିଲୋନୀ ଶୁକ୍ରବାର ଏକ୍ସରେ ସିଓସି ୨୮ରେ ଭଲ ମିତ୍ରର ଟିପ୍ପଣୀ ଦେବା ସହ ସେଲଫି ପୋଷ୍ଟ କରିଥିଲେ। ମୋଦି ଓ ମେଲୋନୀଙ୍କ ସରନେମ୍‌କୁ ମିଶାଇ ହ୍ୟାଟ୍ୟାଗ୍‌ ମେଲୋଦି  ମଧ୍ୟ ଲେଖାଯାଇ ଥିଲା। କ୍ୟାମେରା ସାମନାରେ ହସୁ ଥିବାର ଉଭୟ ନେତାଙ୍କ ଖୁସିମିଜାଜ ଫଟୋ ଖୁବ୍‌ ଭାଇରାଲ ହେଉଛି। 

ଇଟାଲୀର ପ୍ରଧାନମନ୍ତ୍ରୀ ମେଲୋନୀଙ୍କ ଦ୍ୱାରା ସେୟାର କରାଯାଇ ଥିବା ଫଟୋକୁ ଶନିବାର ସନ୍ଧ୍ୟା ଯାଏ ୩ ଲକ୍ଷରୁ ଅଧିକ ଲୋକ ଲାଇକ୍‌ କରିଥିବା ବେଳେ, ୧୬ ହଜାରରୁ ଅଧିକ ଲୋକ କମେଣ୍ଟ କରି ସାରିଛନ୍ତି। ୫୫ ହଜାର ରି-ପୋଷ୍ଟ ମଧ୍ୟ କରିଛନ୍ତି। ସେପଟେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା ଦିଆଯାଇ ଥିବା ଏହି ସେଲଫି ଉପରେ ପ୍ରତିକ୍ରିୟାର ପୋଷ୍ଟକୁ ଏବେସୁଦ୍ଧା ୨୪ ଲକ୍ଷରୁ ଅଧିକ ଭ୍ୟୁଜ୍‌ ମିଳି ସାରିଛି। 


ଉଲ୍ଲେଖନୀୟ ଯେ, ଏହା ପୂର୍ବରୁ ସେପ୍ଟେମ୍ୱର ମାସରେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଆୟୋଜିତ କରାଯାଇ ଥିବା ଜି-୨୦ ସମିତିରେ ସାମିଲ ହେବାକୁ ଇଟାଲୀର ପ୍ରଧାନମନ୍ତ୍ରୀ ମେଲୋନୀ ଭାରତ ଆସିଥିଲେ। ଏହି ସମୟରେ ମଧ୍ୟ ସେ ପିଏମ୍‌ ମୋଦିଙ୍କୁ ସାକ୍ଷାତ କରିଥିଲେ। ଉଭୟ ନେତା ଦୁଇ ଦେଶ ମଧ୍ୟରେ ରାଜନୈତିକ ସମ୍ୱନ୍ଧର ସ୍ଥାପନାର ୭୫ବର୍ଷ ପୂରା ହେବାରେ ସନ୍ତୋଷ ବ୍ୟକ୍ତ କରିଥିଲେ। ସେ ଭାରତ-ଇଟାଲୀ ରଣନୀତିକ ପାର୍ଟନରସିପ୍‌ର ବିଭିନ୍ନ କ୍ଷେତ୍ରରେ ପ୍ରଗତିର ମଧ୍ୟ ଆଲୋଚନା କରିଥିଲେ ଏବଂ ପ୍ରତିରକ୍ଷା ଓ ଆଉ ନୂଆ ସୂଚନା ପ୍ରଯୁକ୍ତି ଭଳି କ୍ଷେତ୍ରରେ ସହଯୋଗ ବୃଦ୍ଧି ଉପରେ ସହମତି ପ୍ରକାଶ କରିଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.