ନୂଆଦିଲ୍ଲୀ : ଇସ୍ରାଏଲ-ହମାସ ମଧ୍ୟରେ ବର୍ତ୍ତମାନର ଏହି ଯୁଦ୍ଧ ପୂର୍ବରୁ ଶେଷ ଥର ମେ’ ମାସରେ ୨୦୨୧ରେ ଉଭୟଙ୍କ ମଧ୍ୟରେ ଶତ୍ରୁତା ବୃଦ୍ଧି ପାଇଥିଲା। ଏହି ସମୟରେ ମଧ୍ୟ କ୍ଷେତ୍ରୀୟ ଉତ୍ତେଜନା ଏତେ ବଢି ଯାଇଥିଲା ଯେ ଏକ ବଡ଼ ଯୁଦ୍ଧର ସଙ୍କେତ ଦେଇଥିଲା। ସେତେବେଳେ ଇସ୍ରାଏଲର ତତ୍କାଳୀନ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଜେକ ସୁଲିଭନ କାହିରା ଯାଇଥିଲେ ଏବଂ ମିଶରର ଅଧିକାରୀଙ୍କ ସହ ହାତ ମିଳାଇ ଯୁଦ୍ଧ ବିରାମ ଉପରେ କଥାବାର୍ତ୍ତା କରିଥିଲେ। ସେତେବେଳେ ସେ ନିଜର ଅନୁଭବରେ ସିଜଫାୟାରର ନିଷ୍କର୍ଷରେ ପହଞ୍ଚି ଥିଲେ। ଏହା ପୂର୍ବରୁ ନଭେମ୍ୱର ୨୦୧୨ରେ ମଧ୍ୟ ସୁଲଭିନ ସେତେବେଳର ଆମେରିକୀୟ ବିଦେଶ ମନ୍ତ୍ରୀ ହିଲେରୀ କ୍ଲିଣ୍ଟନର ସହଯୋଗୀ ଭାବେ ମିଶର ସମକକ୍ଷଙ୍କ ସହ କଥାବାର୍ତ୍ତା କରି ପାରସ୍ପରିକ ବିବାଦର ସମାଧାନ ଯୁଦ୍ଧବିରାମ ମାଧ୍ୟମରେ କରାଇଥିଲେ।
ବର୍ତ୍ତମାନର ହମାସ-ଇସ୍ରାଏଲ ଯୁଦ୍ଧର ସ୍ୱରୂପ ଭିନ୍ନ –
ବର୍ତ୍ତମାନର ଯୁଦ୍ଧ ପୂର୍ବର ଲଢେଇ ଠାରୁ ପୂରା ଅଲଗା। ଏହାର ଅନ୍ଦାଜ ଏଥିରୁ ଲଗାଇ ହୁଏ କି, ପ୍ରଥମ ଯୁଦ୍ଧବିରାମରେ କେନ୍ଦ୍ରୀୟ ଭୂମିକା ତୁଲାଇ ଥିବା ହିଲେରୀ କ୍ଲିଣ୍ଟନ ବର୍ତ୍ତମାନର ଯୁଦ୍ଧରେ ଏହାର ସମ୍ଭାବନ(ଯୁଦ୍ଧ ବିରାମ)କୁ ନେଇ ମନା କରି ଦେଇଛନ୍ତି। ଗତ ସପ୍ତାହରେ ରାଇସ୍ ୟୁନିଭର୍ସିଟିର ବେକର ଇନଷ୍ଟିଚ୍ୟୁଟ୍ରେ ଏକ ସମ୍ୱୋଧନ ବେଳେ ସେ ଇସ୍ରାଏଲ-ହମାସ ଯୁଦ୍ଧବିରାମର କୌଣସି ବି ସମ୍ଭାବନାକୁ ଖାରଜ କରି ଦେଇଛନ୍ତି।
ସେ କହିଛନ୍ତି , ଯେଉଁ ଲୋକ ଏବେ ଯୁଦ୍ଧବିରାମର ଆହ୍ୱାନ ଦେଉଛନ୍ତି , ସେମାନେ ହମାସକୁ ବୁଝି ପାରି ନାହାନ୍ତି। ଏହା ସମ୍ଭବ ନୁହେଁ । ସେ କହିଛନ୍ତି , ଏହା ହମାସ ପାଇଁ ଏକ ଉପହାର ହେବ, କାରଣ ଯୁଦ୍ଧବିରାମ ପାଇଁ ଯେଉଁ ସମୟ ମିଳିବ , ଏହି ସମୟରେ ହମାସ ନିଜର ଅସ୍ତ୍ରର ପୁନର୍ନିର୍ମାଣ ଉପରେ ଖର୍ଚ୍ଚ କରିବ , ଏହାକି ଇସ୍ରାଏଲ ବିରୋଧରେ ଶେଷ ଆକ୍ରମଣକୁ ରୋକିବାରେ ସକ୍ଷମ ହୋଇ ପାରିବ ଏବଂ ନିଜ ସ୍ଥିତିକୁ ସୁଦୃଢ କରିପାରିବ।
ବଦଳି ଯାଇଛି ଇସ୍ରାଏଲର ଭାବନା –
ଏହି କଥା ସତ , କାହିଁକି ନା ଐତିହାସିକ ଭାବେ ଦେଖିଲେ ଏହି ଯୁଦ୍ଧ ବିରାମ ଇସ୍ରାଏଲ ଓ ହମାସ ଦୁହିଁଙ୍କୁ ଆହୁରି ମଜବୁତ ହୋଇ ବାହାରିବାରେ ସାହାଯ୍ୟ କରିଛି। ବଦଳି ଯାଇଥିବା ପରିସ୍ଥିତିରେ ବର୍ତ୍ତମାନ ଯୁଦ୍ଧବିରାମର ସମ୍ଭାବନା ଏଥିପାଇଁ ବି କ୍ଷୀଣ ନଜର ଆସୁଛି, କାରଣ ହମାସ ଯେଉଁ ପ୍ରକାରରେ ୭ ଅକ୍ଟୋବରରେ ଇସ୍ରାଏଲ ଉପରେ ହମଲା କରିଛି ଏବଂ ଏହାର ୧୪୦୦ ନାଗରିକଙ୍କୁ ହତ୍ୟା କରିଛି ଏବଂ ୨୪୦ଜଣଙ୍କୁ ବନ୍ଧକ କରି ରଖିଛି , ଏଥିରେ ଇସ୍ରାଏଲର ଭାବନା ପୂର୍ବ ଅପେକ୍ଷା ବଦଳି ଯାଇଛି। ଏବେ ଇସ୍ରାଏଲ ହମାସକୁ ପୂରା ଶେଷ କରି ଦେବାକୁ ଚାହିଁଛି।
ଉଲ୍ଲେଖନୀୟ ଯେ, ଇସ୍ରାଏଲର ଆକ୍ରମଣରେ ଗାଜା ପଟ୍ଟିରେ ଏବେସୁଦ୍ଧା ୧୦,୦୦୦ରୁ ଅଧିକ ଫିଲିସ୍ତିନୀୟଙ୍କ ମୃତ୍ୟୁ ହୋଇଛି , ଯେଉଁଥିରେ ସବୁଠୁ ଅଧିକ ପିଲା ଓ ମହିଳା ଅଛନ୍ତି ।