ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

କାଶୀପୁରରେ ପ୍ରିମିୟର୍ ଲିଗ୍ ୩.୦ ଉଦଘାଟିତ

କାଶୀପୁର,୩/୩ : କାଶୀପୁର ବ୍ଲକ ସଦରରେ କାଶୀପୁର ପ୍ରିମିୟର୍ ଲିଗ୍ ୩.୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ଉଦଘାଟିତ ହୋଇଯାଇଛି । ମାଣିକେଶ୍ୱରୀ ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସର ପଡ଼ିଆରେ ଆୟୋଜିତ ଟୁର୍ଣ୍ଣାମେଣ୍ଟକୁ ବେଦାନ୍ତ ଏବଂ ମୌତ୍ରୀ ସିଏସଆର ଅଧିକାରୀ ମୁଖ୍ୟ ଏବଂ କାଶୀପୁର ସିଏଚସି ଇନଚାର୍ଜ ଡା.ନେତ୍ରାନନ୍ଦ ନାଏକ,  ଏସଆଇ ହେମଲତା ଶବର ପ୍ରମୁଖ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ଉଦଘାଟନ ଉତ୍ସବ ଅବସରରେ କେପିଏଲରେ ଭାଗ ନେଇଥିବା ୮ଟି ଦଳ ସହ ସମସ୍ତ ମାଲିକ, ଟିମ ଅଧିନାୟକ, ସମସ୍ତ ଖେଳାଳି ପଡିଆ ମଧ୍ୟରେ ଉପସ୍ଥିତ ରହି ଅତିଥିଙ୍କୁ ସ୍ବାଗତ କରିଥିଲେ। 

ଏହି ଅବସରରେ କେପିଏଲ ପରିଚାଳନା କମିଟି ତରଫରୁ ସମସ୍ତଙ୍କ ମଧ୍ୟରେ ଭାଇଚାରା ବଜାଇ ରଖିବା ପାଇଁ ଏବଂ ଦୀର୍ଘ ଦିନର ବ୍ୟବଧାନ ପରେ କାଶୀପୁରରେ କ୍ରିକେଟ ଖେଳର ଆୟୋଜନ କରାଯାଇଥିବା ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମସ୍ତ ଦଳର ଖେଳାଳି, ଗ୍ରାମବାସୀଙ୍କ ସହ ପରିଚାଳନା କମିଟିର ସଦସ୍ୟ ଉପସ୍ଥିତଥିଲେ। ପ୍ରଥମ ମ୍ୟାଚ୍ ସ୍ମାଟ୍ ୧୧ ଓ ଡଙ୍ଗରଲିଆବୋଏସ୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଡଙ୍ଗରଲିଆ ବୋଏସ୍ ଟଚ ଜିତି ବ୍ୟାଟିଙ୍ଗ କରି ନିର୍ଦ୍ଧାରିତ ଓଭରରେ ୧୧୩ ରନ କରିଥିଲେ। ସ୍ମାଟ୍ -୧୧ ପ୍ରଥମରୁ ବ୍ୟାଣ୍ଟିଙ୍ଗ କରି ବିପର୍ଯ୍ୟୟର ସାମନା କରିଥିବାବେଳେ ଶେଷ ବଲରେ ୬ରନ ମାରି ମ୍ୟାଚକୁ ଟାଏ କରିଥଲେ। ଫଳରେ ସୁପର ଓଭର ଖେଳାଯାଇଥିଲା। ସ୍ମାଟ ୧୧ ପ୍ରଥମେ ବ୍ୟାଟିଙ୍ଗକରି ଦୁଇ ରନ ସଂଗ୍ରହ କରିବା ସହ ଦୁଇଟି ଯାକ ଓ୍ବିଇକେଟ ହରାଇଥିଲେ। ଡଙ୍ଗରଲିଆବୋଏସ୍ ଦଳ ଏହି ଲକ୍ଷ୍ୟରେ ପିଛା କରି ୩ଟି ବଲ ବାକିଥାଇ ବିଜୟ ହାସଲ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କେପିଏଲ୍ ଅଧ୍ୟକ୍ଷ ସୀତାରାମ ସାହୁ, ଉପାଧ୍ୟକ୍ଷ ଦିଲ୍ଲିପ ନାଏକ, ସଂପାଦକ ରାଜେଶ ପାତ୍ର, କୋଷାଧକ୍ଷ ସୁଶାନ୍ତ ପଟ୍ଟନାୟକ, ପି. ହେମନ୍ତ ରାଓ ଉପସ୍ଥିତଥିଲେ। ଏହି ମ୍ୟାଚକୁ ଭିକି ପଟ୍ଟନାୟକ ଏବଂ କୀର୍ତ୍ତେ ସ୍ୱର ନାଏକ ପ୍ରମୁଖ ପରିଚାଳନା କରିଥିଲେ ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.