ପ୍ରମୁଖ ଖବର
  • ଡିସେମ୍ବର ୯ରେ ଡବ୍ଲ୍ୟୁପିଏଲ୍‌-୨ ଅକ୍ସନ୍: ନିଲାମ ତାଲିକାରେ ୧୬୫ ଖେଳାଳି, ଡଟିନ, ୱାଟ୍‌ ଓ ଆଟାପଟୁଙ୍କ ଉପରେ ନଜର
  • ||
  • ଭୁବନେଶ୍ୱର: ସୋମବାରଠାରୁ ସଂସଦର ଶୀତ ଅଧିବେଶନ: ବିଜେଡି ଉଠାଇବ ବିଧାନ ପରିଷଦ, ପିଏମ୍‌ଏୱାଇ ପ୍ରସଙ୍ଗ
  • ||
  • ନିଶ୍ଚିନ୍ତକୋଇଲି: ଦୁର୍ଦ୍ଦାନ୍ତ ଅପରାଧୀକୁ ପୋଲିସର ଏନକାଉଣ୍ଟର, ଅଭିଯୁକ୍ତ ନାଁରେ ରହିଛି ୫୩ଟି ମାମଲା
  • ||
  • ମଧ୍ୟପ୍ରଦେଶ ଟ୍ରେଣ୍ଡିଂରେ ବିଜେପିକୁ ବହୁମତ, ମୁଖ୍ୟମନ୍ତ୍ରୀ ଶିବରାଜଙ୍କୁ ଭେଟିବାକୁ ପହଞ୍ଚିଲେ ସିନ୍ଧିଆ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉତ୍ପାତିଆ ଦନ୍ତା ହାତୀ ହେବେ ସାବାଡ୍‌, ଖୁବ୍‌ଶୀଘ୍ର ହାତୀଙ୍କ ‘ପାଠଶାଳା’ରେ ହେବ କୁମ୍‌କୀ ପ୍ରଶିକ୍ଷଣ ଟ୍ରେନିଂ
  • ||
  • ଭୁବନେଶ୍ୱର: ବାତ୍ୟା ‘ମିଗଜାଉମ୍’ର ରୂପ ନେଲା ଗଭୀର ଅବପାତ, ଓଡ଼ିଶାରେ ପ୍ରବଳ ବର୍ଷା ସହ ପବନ ଆଶଙ୍କା
  • ||
  • ଭୁବନେଶ୍ୱର: OAS ସ୍ତରରେ ଛୋଟ ଧରଣର ଅଦଳବଦଳ: ୧୧ ଓଏଏସ୍ ଅଧିକାରୀଙ୍କ ବଦଳି
  • ||
  • ଫୁଲବାଣୀ: ସାଙ୍ଗମାନଙ୍କ ସହ ଭଉଣୀକୁ ଗଣଦୁଷ୍କର୍ମ ମାମଲା: ହତ୍ୟା ଅଭିଯୋଗରେ ଭାଇ ସମେତ ୪ ଗିରଫ
  • ||
  • ଆଜି ପଞ୍ଚମ ଟି-ଟ୍ୱେଣ୍ଟି: ଚିନ୍ନାସ୍ୱାମୀରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମୁକାବିଲା, ବଳକାଙ୍କୁ ମିଳିବ ସୁଯୋଗ
  • ||
  • ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା: ବର୍ଷା ଧରି ଓଡ଼ିଶାରେ ପଶିବ, ଉଜାଡ଼ି ଦେବ ଅମଳ ମୁହାଁ ଫସଲ, ୧୩ ଜିଲ୍ଲାକୁ ବର୍ଷା ଆଲର୍ଟ
  • ||

ବାରିପଦାରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ସ୍ଵାଗତ କଲେ ରାଜ୍ୟପାଳ

ବାରିପଦା, ୨୦/୧୧ : ବାରିପଦାରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ବାୟୁସେନାର ସ୍ଵତନ୍ତ୍ର ବିମାନରେ ସେ ବାରିପଦାର ପୋଲିସ ପଡ଼ିଆରେ ପହଞ୍ଚିଛନ୍ତି। ରାଜ୍ୟପାଳ ରଘୁବର ଦାସ ତାଙ୍କୁ ସ୍ଵାଗତ କରିଛନ୍ତି। 

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦ୍ୱିତୀୟ ଥର ପାଇଁ ନିଜ ଜନ୍ମମାଟି ମୟୂରଭଞ୍ଜକୁ ଆସିଛନ୍ତି। ସେ ଦିନ ୧୧ଟା ୨୫ମିନିଟ୍‌ରେ ବାରିପଦାର ସହିଦସ୍ମୃତି ଭବନରେ ପହଞ୍ଚି ୩୬ତମ ଜାତୀୟ ସାନ୍ତାଳୀ ଲେଖକ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ । ରାଷ୍ଟ୍ରପତି ସ୍ମୃତି ଭବନ ଠାରେ ସର୍ବଭାରତୀୟ ସାନ୍ତାଳୀ ଲେଖକ ସମ୍ମିଳନୀକୁ ସମ୍ବୋଧିତ କରିବା ପରେ କୁଳିଅଣା (ଚାନ୍ଦୁଆ)ବ୍ଲକର ପାଣିଜିଆ ଠାରେ ନବ ନିର୍ମିତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟକୁ ଲୋକାର୍ପିତ କରିବେ । କୁଳିଅଣା ପାଣିଜିଆ ଠାରେ ମହାମହିମ ଅପରାହ୍ନ ୨ଟା ୩୦ମିନିଟରେ ପହଞ୍ଚି ୨ଟା ୩୭ମିନିଟ୍‌ରେ ପ୍ରଦୀପ ପ୍ରଜ୍ୱଳନ କରିବେ । ୨ଟା ୩୮ମିନିଟ ସମୟରେ ରାଷ୍ଟ୍ରଗାନ ହେବ ।  

ସେହିପରି ୨୧ତାରିଖରେ ମହାମହିମ ରାଷ୍ଟ୍ରପତି ପାହାଡ଼ପୁର ଠାରେ ଏକ ଦକ୍ଷତା ବିକାଶ କେନ୍ଦ୍ରର ଶୁଭ ଉଦଘାଟନ କରିବେ। ଏଥି ସହିତ ବାଦାମପାହାଡ ରେଳ ଷ୍ଟେସନରେ ତିନୋଟି ନୂତନ ଟ୍ରେନ ଚଳାଚଳର ଶୁଭାରମ୍ଭ କରିବେ ।  କେବଳ ସେତିକି ନୁହେଁ, ମହାମହିମ ଶ୍ରୀମତୀ ମୁର୍ମୁ ବାଦାମ ପାହାଡ ଶାଲିମାର ଏକ୍ସପ୍ରେସରେ ବାଦାମ ପାହାଡ ଠାରୁ ରାଇରଙ୍ଗପୁର ପର୍ଯ୍ୟନ୍ତ ଟ୍ରେନରେ ଯାତ୍ରା କରିବେ । ଏହା ବ୍ୟତୀତ ରାଇରଙ୍ଗପୁର ଡାକଡିଭିଜନକୁ ମଧ୍ୟ ରାଷ୍ଟ୍ରପତି ମହୋଦୟା ଶୁଭ ଉଦଘାଟନ କରିବେ । ଏହା ପରେ ମଙ୍ଗଳବାର ଦିନ ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ରସାଏ ବୈଷୟିକ ବିଶ୍ୱ ବିଦ୍ୟାଳୟର ୧୫ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବାକୁ ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟରରେ ପ୍ରସ୍ଥାନ କରିବେ।

  • prameyanews
  • PrameyaOdia
  • prameya
  • Copyright © 2022 - Summa Real Media Private Limited. All Rights Reserved.