ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶର ୩ ଖେଳାଳିଙ୍କୁ ଚୀନ୍ ଦେଲାନି ଏସିଆନ୍ ଗେମ୍ସରେ ଏଣ୍ଟ୍ରି
  • ||
  • କଟକ: କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଗୁରୁତର, ଘରୋଇ ହସ୍ପିଟାଲରେ ଭର୍ତ୍ତି
  • ||
  • ଏବେ ସୁଦ୍ଧା ବାତ୍ୟା ସୂଚନା ନାହିଁଁ, ଅକ୍ଟୋବର ପ୍ରଥମ ସପ୍ତାହରେ ଲଘୁଚାପ ସମ୍ଭାବନା:IMD ଡିଜି
  • ||
  • ରିଆମାଳ: ସାତକିଆରୀ ଡ୍ୟାମ୍‌ର ହ୍ୟୁମ ପାଇପ୍‌ରୁ ବାହାରୁଛି ଅସହ୍ୟ ଦୁର୍ଗନ୍ଧ, ପଚା ଶବ ଥିବା ସନ୍ଦେହ
  • ||
  • ଚଣ୍ଡୀଗଡ଼: ଟସ୍ ଜିତି ଭାରତ ବୋଲିଂ ନିଷ୍ପତ୍ତି, ବ୍ୟାଟିଂ କରିବ ଅଷ୍ଟ୍ରେଲିଆ
  • ||
  • ଭୁବନେଶ୍ୱର: ରାଜଧାନୀରେ ଗର୍ଜିଲେ ଆଙ୍ଗନବାଡ଼ି ଦିନ, ୧୦ ଦଫା ଦାବି ନେଇ ଆନ୍ଦୋଳନ
  • ||
  • କଟକ: ଭିଜିଲାନ୍ସ ଜାଲରେ ଜିଆର୍‌ଏସ୍ ଯଦୁମଣି ମାଝୀ, ୪ହଜାର ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଲା ଟିମ୍
  • ||
  • ପୁରୀ: ୨୪ରୁ ଗଡ଼ିବ ପୁରୀ-ରାଉରକେଲା ବନ୍ଦେ ଭାରତ, କଟକ ଦେଇ ଚାଲିବ ଟ୍ରେନ୍‌
  • ||
  • ଭୁବନେଶ୍ୱର; ଓଡ଼ିଶାର ପ୍ରଥମ ମହିଳା ବାଚସ୍ପତି ଭାବେ ଶପଥ ନେଲେ ପ୍ରମିଳା ମଲ୍ଲିକ
  • ||
  • ଭୁବନେଶ୍ୱର: ମାୟାବିନୀ ଇରାନୀର ହନିଟ୍ରାପ୍‌ ମାମଲା: ବାପିର ରିମାଣ୍ଡ ସରିଲା, ଏଥର ଇରାନୀ ପାଳି, ବ୍ୟାଙ୍କ ଆକାଉଣ୍ଟ ତଥ୍ୟ ମାଗିଲା ପୁଲିସ
  • ||
  • ସୁନ୍ଦରଗଡ଼ : ସୁନ୍ଦରଗଡ଼ରୁ ପୁଣି ୫ ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତ ଚିହ୍ନଟ, ୨୧୧ରେ ପହଞ୍ଚିଲା ପଜିଟିଭ୍ ସଂଖ୍ୟା
  • ||
  • କଣାସ : ଡ଼ଙ୍ଗା ନେଇ ଚିଲିକାକୁ ଯିବାବେଳେ ଅଘଟଣ, ମତ୍ସ୍ୟଜୀବୀ ନିଖୋଜ
  • ||
  • ଚନ୍ଦ୍ରର ଦକ୍ଷିଣ ମେରୁରେ ଉଇଁଲା ସୂର୍ଯ୍ୟ: ଆଜି ବିକ୍ରମ, ପ୍ରଜ୍ଞାନର ନିଦ ଭାଙ୍ଗିବ !ଯୋଗାଯୋଗ ପାଇଁ ଚେଷ୍ଟା କରିବ ଇସ୍ରୋ
  • ||
  • ଭୁବନେଶ୍ୱର:ଆଜିଠୁ ବିଧାନସଭା ଅଧିବେଶନ, ଅକ୍ଟୋବର ୪ ପର୍ଯ୍ୟନ୍ତ ଚାଲିବ: ପ୍ରଥମ ଦିନରେ ଆସିବ ଅତିରିକ୍ତ ବଜେଟ୍
  • ||
  • ଭୁବନେଶ୍ୱର: ଅକ୍ଟୋବର ପ୍ରଥମ ସପ୍ତାହରେ ବାତ୍ୟା! ଓଡ଼ିଶା-ଆନ୍ଧ୍ର ଉପକୂଳ ମୁହାଁଇପାରେ, ଆଣିପାରେ ପ୍ରବଳ ବର୍ଷା
  • ||

୯ କୋଟି ଟଙ୍କାରେ ବିକ୍ରି ହେଲା ରାଜକୁମାରୀ ଡାଏନାଙ୍କ ସ୍ୱେଟର, ନିଲାମରେ ଭାଙ୍ଗିଲା ସବୁ ରେକର୍ଡ

ନୂଆଦିଲ୍ଲୀ ୧୭/୦୯: ବ୍ରିଟେନର ଦିବଂଗତ ରାଜକୁମାରୀ ଡାଏନା ପିନ୍ଧିଥିବା ଏକ ଲାଲ୍‌ ରଙ୍ଗର ସ୍ୱେଟର ହାରାହାରି ୯ କୋଟି ଟଙ୍କାରେ ନିଲାମ ହୋଇଛି । ବିଶ୍ୱର ବହୁ ପରିଚିତ ନିଲାମ ସଂସ୍ଥା ସୋଥ୍‌ବାଏଜ୍‌ ଦ୍ୱାରା ଆୟୋଜିତ ଏହି ନିଲାମ ଅନ୍‌ଲାଇନ୍‌ ଅନୁଷ୍ଠିତ ହୋଇଥିଲା । ଡାଏନାଙ୍କ ସ୍ୱେଟରରେ ଥିବା ଧଳା ମେଣ୍ଢାମାନଙ୍କର ଧାଡ଼ିରେ ଏକମାତ୍ର କଳା ମେଣ୍ଢାର ଡିଜାଇନ୍‌ ହୋଇଛି । ସ୍ୱେଟର୍‌ର ନିଲାମ ଲାଗି ଗତ ୨ ସପ୍ତାହ ଧରି ଲୋକେ ବୋଲି ଲଗାଉଥିଲେ । ଏହାର ମୂଲ୍ୟ ୪୧ ଲକ୍ଷରୁ ୬୬ ଲକ୍ଷ ଟଙ୍କା ହେବ ବୋଲି କମ୍ପାନି ଅନୁମାନ କରୁଥିଲା । ବୋଲି ବନ୍ଦ ହେବା ପୂର୍ବରୁ ସ୍ୱେଟର୍‌ ୧ କୋଟି ଟଙ୍କାରୁ ଅଧିକ ମୂଲ୍ୟରେ ନିଲାମ ହୋଇଥାନ୍ତା । କିନ୍ତୁ ଜଣେ ଅପରିଚିତ ବିଡର୍‌ ୯ କୋଟି ଟଙ୍କାର ବୋଲି ଲଗାଇ ସ୍ୱେଟର୍‌କୁ କିଣିଲେ, ଯାହା ଆଶା କରାଯାଉଥିବା ମୂଲ୍ୟଠାରୁ ୧୦ ଗୁଣ ଅଧିକ । 

୧୯୮୧ ମସିହାରେ ପ୍ରିନ୍ସ ଚାର୍ଲସଙ୍କ ସହ ନିବର୍ନ୍ଧର କିଛି ଦିନ ପରେ ଡାଏନା ଏକ ପୋଲୋ ମ୍ୟାଚ୍‌ରେ ଯୋଗ ଦେଇଥିଲେ । ସେତେବେଳେ ସେ ୧୯ ବର୍ଷ ବୟସର ଥିଲେ । ଏହି ସମୟରେ ସେ ଏହି ସ୍ୱେଟର୍‌ ପିନ୍ଧିଥିଲେ । ସେତେବେଳେ ଲୋକେ ଅନୁମାନ କରୁଥିଲେ, ଡାଏନା ଏହି ସ୍ୱେଟର୍‌ ଜରିଆରେ ସଙ୍କେତ ଦେଉଛନ୍ତି ଯେ ରାଜ ପରିବାରରେ ସେ କଳା ମେଣ୍ଢା ଭଳି ।

୧୯୯୬ ମସିହାରେ ସେ ଚାର୍ଲସଙ୍କୁ ଛାଡ଼ପତ୍ର ଦେଇଥିଲେ । ୩୬ ବର୍ଷ ବୟସରେ ପ୍ୟାରିସ୍‌ରେ ଏକ କାର୍‌ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିଲା । ଡାଏନାଙ୍କର ଏହି ସ୍ୱେଟର୍‌କୁ ୱାର୍ମ ଆଣ୍ଡ ୱଣ୍ଡର୍‌ଫୁଲ କମ୍ପାନିର କମ୍‌ ଜଣାଶୁଣା ଡିଜାଇନର୍‌ ସାଲି ମୁଇର ଓ ଜୋଆନା ଓସ୍‌ବର୍ନ ପ୍ରସ୍ତୁତ କରିଥିଲେ । ଡାଏନାଙ୍କର ଏହି ସ୍ୱେଟର୍‌ ଚୟନ ଯୋଗୁ କମ୍ପାନି ଓ ସ୍ୱେଟର୍‌ ନିର୍ମାତା ବିପୁଳ ଖ୍ୟାତି ଅର୍ଜନ କରିଥିଲେ । ସବୁଠୁ ମହଙ୍ଗା ସ୍ୱେଟର୍‌ର ରେକର୍ଡ ଏବେ ଡାଏନାଙ୍କ ସ୍ୱେଟର୍‌ ଭାଙ୍ଗିଛି । ଏହା ପୂର୍ବରୁ ଆମେରିକୀୟ ଗାୟକ-ସଙ୍ଗୀତଜ୍ଞ କର୍ଟ କୋବେନଙ୍କ ସ୍ୱେଟର୍‌ ୨ କୋଟି ଟଙ୍କାରେ ବିକ୍ରି ହୋଇଥିଲା । ତେବେ ଡାଏନାଙ୍କର ଏହା ପ୍ରଥମ ସାମଗ୍ରୀ ନୁହେଁ, ଯାହା ଏତେ ଦାମ୍‌ରେ ବିକ୍ରି ହୋଇଛି । ଏହା ପୂର୍ବରୁ ତାଙ୍କର ଏକ ବଲ୍‌ଗାଉନ୍‌ ୫ କୋଟି ଟଙ୍କାରେ ବିକ୍ରି ହୋଇଥିଲା ।

Princess Diana

Copyright © 2022 - Summa Real Media Private Limited. All Rights Reserved.