କୋଲକାତା,୧୭/୧୧: ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ୱିକେଟ୍ କିପର-ବ୍ୟାଟର କ୍ୱିଣ୍ଟନ ଡି କକ୍ଙ୍କୁ ଆଉ ଦିନିକିଆ କ୍ରିକେଟ୍ରେ ଦେଖିବାକୁ ମିଳିବ ନାହିଁ । ଅଷ୍ଟ୍ରେଲିଆ ବିପକ୍ଷ ସେମି ଫାଇନାଲ୍ ମୁକାବିଲା ଖେଳି ସେ ଦିନିକିଆ କ୍ରିକେଟ୍କୁ ଅଲ୍ବିଦା କହିଛନ୍ତି । ମାତ୍ର ୩୦ବର୍ଷ ବୟସରେ ସେ ଦିନିକିଆ କ୍ରିକେଟ୍ରୁ ଅପସର ନେଇଛନ୍ତି । କ୍ୟାରିୟର୍ର ଶ୍ରେଷ୍ଠ ଫର୍ମରେ ରହିଥିଲେ ହେଁ ଡି କକ୍ ନିଜ ପୂର୍ବ ନିଷ୍ପତ୍ତିରେ ଅଟଳ ରହିଛନ୍ତି ।
ଚଳିତ ବିଶ୍ୱକପ୍ରେ ତାଙ୍କ ପ୍ରଦର୍ଶନ ବେଶ୍ ଚମତ୍କାର ରହିଥିଲା । ସେ ୧୦ଟି ମ୍ୟାଚ୍ରୁ ୬୫.୬୭ ହାରରେ ମୋଟ୍ ୫୯୧ ରନ୍ ସଂଗ୍ରହ କରିଥିଲେ । ଏଥର ବିଶ୍ୱକପ୍ରେ ସେ ୪ଟି ଶତକ ଅର୍ଜନ କରିଥିଲେ । ୨୦୧୩ରେ ମାତ୍ର ୨୦ ବର୍ଷ ବୟସରେ ଡି କକ୍ ଦିନିକିଆ ପଦାର୍ପଣ କରିଥିଲେ । ୧୦ବର୍ଷର କ୍ୟାରିୟର ମଧ୍ୟରେ ସେ ୧୫୪ଟି ଦିନିକିଆ ଖେଳି ୪୬.୦୩ ହାରରେ ମୋଟ୍ ୬୯୯୧ ରନ୍ ସଂଗ୍ରହ କରିଛନ୍ତି । ଏଥିରେ ୨୧ଟି ଶତକ ଓ ୩୦ଟି ଅର୍ଦ୍ଧଶତକ ରହିଛି । ସୂଚନାଯୋଗ୍ୟ, ଡି କକ୍ ୨ବର୍ଷ ତଳୁ ଟେଷ୍ଟ କ୍ରିକେଟ୍ରୁ ଅବସର ଘୋଷଣା କରିସାରିଛନ୍ତି ।