ପ୍ରମୁଖ ଖବର
  • ମୁମ୍ବାଇ: ମଝି ସମୁଦ୍ରରେ ହୁତୁହୁତୁ ହୋଇ ଜଳିଗଲା ବିଳାସପୂର୍ଣ୍ଣ ବୋଟ, ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ
  • ||
  • ପାରାଦୀପ: ବିଦେଶୀ ଜାହାଜରେ ୨୨୦ କୋଟିର କୋକେନ୍‌ ଜବତ ମାମଲା, କ୍ରୁ ମେମ୍ବରଙ୍କୁ ଜେରା କରୁଛି ଏନ୍‌ସିବି ଟିମ୍‌
  • ||
  • ଭୁବନେଶ୍ୱର: ଚାକିରୀରୁ ବିଦା ହେଲେ ବୈପାରୀଗୁଡ଼ା ଥାନା IIC, ୩୭ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଜବତ କରିଥିଲା ଭିଜିଲାନ୍ସ
  • ||
  • ଆଜି ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ: ପ୍ରଦୂଷଣ କମାନ୍ତୁ, ପ୍ରକୃତି ବଞ୍ଚାନ୍ତୁ
  • ||
  • ଭୁବନେଶ୍ୱର: ପାହାଳରେ ଟ୍ରକ୍‌କୁ ପିଟିଲା କାର୍, ଡ୍ରାଇଭରଙ୍କ ସହ ୩ ମୃତ
  • ||
  • ଭୁବନେଶ୍ୱର: ଆଜିଠୁ ଏମ୍‌ଆର୍‌ଏଫ୍‌ଟି ଆବେଦନ ଆରମ୍ଭ, ୩୦୦ ପିଲାଙ୍କୁ ମିଳିବ ଗବେଷଣା ପାଇଁ ଛାତ୍ରବୃତ୍ତି
  • ||
  • ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଭୀର ଅବପାତ, ୩ରେ ନେବ ବାତ୍ୟା ରୂପ: ୫ରୁ ପ୍ରବଳ ବର୍ଷା ସମ୍ଭାବନା, ଫସଲ ନଷ୍ଟ ଆଶଙ୍କା
  • ||
  • ଭୁବନେଶ୍ୱର: ୱାଟ୍‌କୋ ଦାଦାଗିରି: ରାତିଅଧିଆ ବନ୍ଦ କରିଦେଲେ ଗଣ୍ଡମୁଣ୍ଡା-ଜାଗମରା ରାସ୍ତା, ଇଟାଲୀରେ ମଉଜ କରୁଛନ୍ତି ଯନ୍ତ୍ରୀ
  • ||
  • ଭୁବନେଶ୍ୱର: ଏଲ୍‌-ନିନୋ ପ୍ରଭାବ: ଏ ବର୍ଷ ଶୀତ ପ୍ରକୋପ ପୂରା କମ୍‌, ଫେବ୍ରୁଆରୀରୁ ମାଡ଼ି ଆସିବ ତାତି
  • ||

ବଜାଜ୍ ଫାଇନାନ୍ସକୁ ଝଟ୍‌କା, ଇଏମ୍ଆଇ କାର୍ଡରେ ଋଣ ଉପରେ ରୋକ୍ ଲଗାଇଲା RBI

ମୁମ୍ବାଇ, ୧୫/୧୧: ଇଏମ୍ଆଇ କାର୍ଡରେ ଋଣ ଦେଇ ପାରିବନି ବଜାଜ୍ ଫାଇନାନ୍ସ । ଡିଜିଟାଲ୍ ଲେଣ୍ଡିଂ ରୁଲ୍ସର ଉଲ୍ଲଂଘନ ଅଭିଯୋଗରେ ଆରବିଆଇ ଏହି ନିର୍ଦ୍ଦେଶନାମା ଜାରି କରିଛି । ଜାରି ନିର୍ଦ୍ଦେଶନାମାରେ ଆରବିଆଇ ପକ୍ଷରୁ କୁହାଯାଇଛି, ବଜାଜ ଫିନସର୍ଭ ଲିମିଟେଡର ଅଂଶ ବଜାଜ ଫାଇନାନ୍ସ ଇକମର୍ସ ଓ ଇନଷ୍ଟା ଇଏମ୍ଆଇ କାର୍ଡରେ ଋଣ ଦେଇ ପାରିବ ନାହିଁ । ଏହା ତତ୍କାଳ ଲାଗୁ ପାଇଁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ନିର୍ଦ୍ଦେଶ ଦେଇଛନ୍ତି ।

ବର୍ତ୍ତମାନ କେନ୍ଦ୍ରୀୟ ବ୍ୟାଙ୍କ ଜାରି କରିଥିବା ଡିଜିଟାଲ୍ ଲେଣ୍ଡିଂ ଗାଇଡଲାଇନର ଉଲ୍ଲଂଘନ ବଜାଜ ଫାଇନାନ୍ସ କରୁଥିବା ଆରବିଆଇ କହିଛି । ଇକମ୍ ଓ ଇନଷ୍ଟା ଇଏମ୍ଆଇ କାର୍ଡରେ ତତ୍କାଳ ଋଣ ଦେବା ବନ୍ଦ କରିବାକୁ କୁହାଯାଇଛି । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଆକ୍ଟ ୧୯୩୪ର ଧାରା ୪୫ଏଲ୍(୧)(ବି) ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

ଉତ୍ତରକାଶୀ ଟନେଲରେ ୫୦ ମିଟର ପାଇପ୍ ଭରସାରେ ୪୦ ଶ୍ରମିକଙ୍କ ଜୀବନ, ଧାରଣାରେ ସାଥୀ ଶ୍ରମିକ

ଏବେ ବଜାଜର ଇକମ୍ ଓ ଇନଷ୍ଟା ଇଏମ୍ଆଇ କାର୍ଡ ଋଣ ଉପରେ ରୋକ୍ ଲାଗିଥିବା ବେଳେ କମ୍ପାନୀ ଏଥିରେ ସଂଶୋଧନ କରିବାକୁ ଆରବିଆଇ କହିଛି । କମ୍ପାନୀର ସଂଶୋଧନରେ ଆରବିଆଇ ସନ୍ତୁଷ୍ଟ ହେଲେ ପୁଣି ଇକମ୍ ଓ ଇନଷ୍ଟା ଇଏମ୍ଆଇ କାର୍ଡରେ ଋଣ ଦେଇ ପାରିବ ବଜାଜ ଫାଇନାନ୍ସ ।

ଗତବର୍ଷ ଅଗଷ୍ଟରେ ଡିଜିଟାଲ୍ ଲେଣ୍ଡିଂ ଗାଇଡଲାଇନ୍ସ ଆଣିଥିଲା ଆରବିଆଇ । ଡିଜିଟାଲ୍ ଲୋନ୍ ଏଗ୍ରିମେଣ୍ଟ୍ସରେ ହେଉଥିବା ଠକାମୀ ରୋକିବା ଲାଗି ଗାଇଡଲାଇନ୍ସ ଆସିଥିଲା । ଋଣ ଗ୍ରହୀତାଙ୍କ ସ୍ୱାର୍ଥ ରକ୍ଷାକୁ ଗୁରୁତ୍ୱ ଦିଆ ଯାଇଥିଲା । ଅଣବ୍ୟାଙ୍କିଂ ସହ ବ୍ୟାଙ୍କିଂ ସଂସ୍ଥାକୁ ନୂଆ ଗାଇଡଲାଇନ୍ସ ପାଳନ ପାଇଁ ଆରବିଆଇ ନିର୍ଦ୍ଦେଶ ଦେଇଥିଲା । 

ବିଶ୍ବକପ୍‌ ଇତିହାସରେ ହୋଇନଥିଲା ଏଭଳି ରେକର୍ଡ, ଶୀର୍ଷରେ ବିରାଟ କୋହଲି

Copyright © 2022 - Summa Real Media Private Limited. All Rights Reserved.