ପ୍ରମୁଖ ଖବର
  • ଖୋର୍ଦ୍ଧା: ବେଗୁନିଆ ଥାନା ଅନ୍ତର୍ଗତ ଧଳାପଥର ବଜାରରେ ବାଇକକୁ ପିଟିଲା କାର, ଜଣେ ମୃତ ଓ ୫ ଗୁରୁତର
  • ||
  • କଟକରେ ବେଆଇନ ଗୁଟ୍‌ଖା କାରଖାନା ଠାବ: ଲକ୍ଷାଧିକ ଟଙ୍କାର କଞ୍ଚାମାଲ୍‌ ଜବତ, ମାଲିକ ସହ କର୍ମଚାରୀ ଗିରଫ
  • ||
  • ବରେଲି: ହାଇୱେରେ ଟ୍ରକକୁ ଧକ୍କା ଦେବା ପରେ ଜଳିଗଲା କାର୍, ଜିଅନ୍ତା ଜଳିଗଲେ ୮ ବରଯାତ୍ରୀ
  • ||
  • ମଦ ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ଉ ଘଟଣା: ୪ ଦିନର ଚଢ଼ାଉରେ ଗଣା ସରିଲା ୧୮୮ କୋଟି, ବଳକା ଟଙ୍କା ଗଣିବାକୁ ଲାଗିବ ଆଉ ୨ ଦିନ
  • ||
  • ଆଜି ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା, ବିସ୍ଫୋରକ ବ୍ୟାଟିଂ ଉପରେ ଟିମ୍‌ ଇଣ୍ଡିଆର ଫୋକସ୍‌
  • ||
  • ଭୁବନେଶ୍ୱର: ରାଜ୍ୟରେ ବଦଳିଲା ପାଗ, ଖସିଲା ତାପମାତ୍ରା: ଆସନ୍ତା ୨ ଦିନରେ ୨ ଡିଗ୍ରୀ ଖସିବ ରାତି ପାରଦ
  • ||

ରିଲିଜ୍ ପୂର୍ବରୁ ରେକର୍ଡ କଲା ରଣବୀରଙ୍କ ‘ଆନିମଲ୍’, ଆମେରିକାରେ ୮୮୮ ପରଦାରେ ମୁକ୍ତିଲାଭ କରିବ ଫିଲ୍ମ

ନୂଆଦିଲ୍ଲୀ ୦୯/୧୧: ଏବେଠୁ ରେକର୍ଡ କଲାଣି ରଣବୀର କପୁରଙ୍କ ଅପ୍କମିଙ୍ଗ ଫିଲ୍ମ ‘ଆନିମଲ୍’ । ଫିଲ୍ମଟି ଆମେରିକାରେ ୮୮୮ ପରଦାରେ ମୁକ୍ତିଲାଭ କରିବ । ଶାହରୁଖ ଖାନ୍ଙ୍କ ‘ଯୱାନ’କୁ ଆମେରିକାରେ ୮୫୦ ପରଦା ମିଳିଥିଲା । ରଣବୀରଙ୍କ ପୂର୍ବ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ୮୧୦ ପରଦାରେ ମୁକ୍ତିଲାଭ କରିଥିଲା । ଏହି କ୍ରମରେ ସର୍ବାଧିକ ପରଦାରେ ମୁକ୍ତିଲାଭ କରିବାକୁ ଯାଉଥିବା ପ୍ରଥମ ହିନ୍ଦୀ ଫିଲ୍ମ ହେବାକୁ ଯାଉଛି ‘ଆନିମଲ୍’ । 

ଫିଲ୍ମରେ ରଣବୀରଙ୍କ ଭୟଙ୍କର ଲୁକ୍ ଦେଖିବାକୁ ପାଇବେ ସିନେପ୍ରେମୀ । ଏହି ଗ୍ୟାଙ୍ଗଷ୍ଟର୍ ଡ୍ରାମା ଫିଲ୍ମ ବାପା-ପୁଅ ସମ୍ପର୍କର ପୃଷ୍ଠଭୂମି ଉପରେ ପର୍ଯ୍ୟବସିତ । ଫିଲ୍ମର ଟିଜର୍ରେ ବବି ଦେଓଲ ମଧ୍ୟ ଭୟଙ୍କର ଲୁକ୍ରେ ନଜର ଆସିଛନ୍ତି । ଫିଲ୍ମରେ ରଣବୀର ଓ ସାଉଥ୍ ଷ୍ଟାର୍ ରଶ୍ମିକା ମନ୍ଦନାଙ୍କୁ ପ୍ରଥମ ଥର ଏକାଠି ଦେଖିବେ ଦର୍ଶକ । ସନ୍ଦୀପ ରେଡ୍ଡୀ ଭାଙ୍ଗାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ୫ ଭାଷାରେ ଆସନ୍ତା ଡିସେମ୍ବର ୧ ତାରିଖରେ ମୁକ୍ତିଲାଭ କରିବ । 

କିଛି ଦିନ ତଳେ ନ୍ୟୁୟର୍କର ଟାଇମ୍ସ ସ୍କେ୍ୱୟାର ବିଲ୍ବୋର୍ଡରେ ‘ଆନିମଲ୍’ର ଟିଜର୍ ପ୍ରଦର୍ଶିତ ହୋଇଥିଲା । ଟାଇମ୍ସ ସ୍କେ୍ୱୟାର ଆମେରିକାର ନ୍ୟୁୟର୍କ ସହରର ମିଡ୍ଟାଉନ୍ ମ୍ୟାନ୍ହାଟନ ଅଞ୍ଚଳର ସବୁଠୁ ବ୍ୟସ୍ତବହୁଳ ଓ ଲୋକପ୍ରିୟ ଛକ । ଆମେରିକାରେ ଏହାକୁ ସେଣ୍ଟର୍ ଅଫ୍ ଦ ୟୁନିଭର୍ସ ମଧ୍ୟ କୁହାଯାଏ । ଏହା ବିଶ୍ୱର ମନୋରଞ୍ଜନ ଇଣ୍ଡଷ୍ଟ୍ରିର ପ୍ରମୁଖ କେନ୍ଦ୍ର ଭାବେ ପରିଚିତ । ବିଦେଶରେ ‘ଆନିମଲ୍’ କି କମାଲ୍ କରିବ, ତାହା ଦେଖିବାକୁ ବାକି ରହିଲା ।


Copyright © 2022 - Summa Real Media Private Limited. All Rights Reserved.