ପ୍ରମୁଖ ଖବର
  • ଆଉ ୫ଟି ଲୋକସଭା ଆସନ ଲାଗି ଆପ୍‌ର ପ୍ରାର୍ଥୀ ଘୋଷଣା
  • ||
  • ବଲାଙ୍ଗିର ଭୀମଭୋଇ ମେଡିକାଲରେ ମୃତ ଶବ ଛାଡି ଫେରାର ସମ୍ପର୍କୀୟ,ଟାଉନ ଥାନା ପୋଲିସର ତଦନ୍ତ ଆଇମ୍ଭ
  • ||
  • ମିଶନ ଶକ୍ତି ମହିଳାଙ୍କ ଆକାଉଣ୍ଟକୁ ଗଲା ଟଙ୍କା,୭୩୦ କୋଟିର ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ସୁନ୍ଦରଗଡ଼: ବାଇକ ଚାଳକ ଙ୍କ ଉପରେ ଚଢ଼ିଗଲା ପାଉଁଶ ବୋଝେଇ ଟ୍ରକ,ବାଇକ ଚାଳକର ମୃତ୍ୟୁ
  • ||
  • ପାଲଲହଡ଼ା ଯାଉଥିଲା ରାଧାମାଧବ, ଅଧାରସ୍ତାରେ ଓଲଟିଲା ବସ୍‌
  • ||
  • କୋରାପୁଟ: ନାଲକୋ ଦାମନଯୋଡ଼ିରେ ରଡ଼ ପଶି ଦୁଇ ଶ୍ରମିକ ମୃତ, ଜଣେ ଗୁରୁତର
  • ||
  • ଗଗନ ଯାନ ମିଶନ ପାଇଁ ୪ ମହାକଶଚାରୀଙ୍କ ନାଁ ଘୋଷଣା କଲା ଇସ୍ରୋ, ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ନାଁ ଘୋଷଣା ହୋଇଛି
  • ||
  • ମିଶନ ଶକ୍ତି ବଜାର ଶୁଭାରମ୍ଭ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ
  • ||
  • ବିନିକାରୁ ଅପହୃତ ବ୍ୟବସାୟୀ ବୁର୍ଲାରୁ ଉଦ୍ଧାର, ପୁଲିସର ବ୍ଲକିଂ ଦେଖି ଗୋଲଗୁଣ୍ଡା ପାଖରେ ଛାଡ଼ି ଅପହର୍ତ୍ତା ଫେରାର
  • ||

ବେଆଇନ୍ ମଦ୍ରାସା ଭାଙ୍ଗିବାକୁ ନେଇ ହଲ୍ଦୱାନୀରେ ଦଙ୍ଗା, ଦେଖିବା ମାତ୍ରେ ଗୁଳି କରିବାକୁ ନିର୍ଦ୍ଦେଶ, କର୍ଫ୍ୟୁ ଲାଗୁ

ଡେରାଡୁନ୍, ୦୮/୦୨: ସମାନ ନାଗରିକ ସଂହିତା (UCC) ବିଲ୍ ଉତ୍ତରାଖଣ୍ଡ ବିଧାନସଭାରେ ପାରିତ ହେବାର ଦିନକ ପରେ ହଲ୍ଦୱାନୀରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି । ମଳିକା ବଗିଚା ସ୍ଥିତ ମଦ୍ରାସା ଓ ମସଜିଦ୍ ଉପରେ ପ୍ରଶାସନ ବୁଲଡୋଜର ଚଲାଇବା ପରେ ହିଂସା ବ୍ୟାପିଛି । ଢେଲାମାଡ଼ ସହ ବିଭିନ୍ନ ସ୍ଥାନରେ ବିକ୍ଷୋଭକାରୀ ଲଗାଇଛନ୍ତି ନିଆଁ ।

ବିକ୍ଷୋଭକାରୀଙ୍କୁ ରୋକିବା ଲାଗି ଅତିରିକ୍ତ ପୋଲିସ ଫୋର୍ସ ମଗା ଯାଇଛି । ପ୍ରଦର୍ଶନକାରୀଙ୍କୁ ଘଉଡ଼ାଇବାକୁ ପୋଲିସ ଆକାଶକୁ ଫାଙ୍କା ଗୁଳି ଚାଳନା ସହ ଲୁହ ବୁହା ଗ୍ୟାସ୍ ପ୍ରୟୋଗ କରିଛି । ସ୍ଥିତି ନିୟନ୍ତ୍ରଣ ବାହାରକ ବାହାରକୁ ଯାଉଥିବା ଦେଖି ହଲ୍ଦୱାନୀରେ ଲାଗୁ ହୋଇଛ କର୍ଫ୍ୟୁ ।

ପ୍ରଶାସନର ନିର୍ଦ୍ଦେଶନାମା ଅନୁସାରେ, ଗୁରୁବାର ରାତି ୯ଟାରୁ କର୍ଫ୍ୟୁ ଜାରି ହୋଇଛି । ଯାହାକି ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ବଳବତ୍ତର ରହିବ । ସହରରେ ଆଇନ୍ ଶୃଙ୍ଖଳା ରକ୍ଷା ଲାଗି ଅର୍ଦ୍ଧ ସାମରିକ ବଳ ମଗା ଯାଇଛି । ମାମଲାରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ର ପୁଷ୍କର ସିଂ ଧାମି କହିଛନ୍ତି, କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ବେଆଇନ୍ ନିର୍ମାଣ ଭାଙ୍ଗିବା ଲାଗି ପ୍ରଶାସନ ଯାଇଥିଲା । ସେଠାରେ କିଛି ଅସାମାଜିକ ଲୋକଙ୍କ ସହ ପୋଲିସ ମୁହାଁମୁହିଁ ହୋଇଥିଲା ।

ବିକ୍ଷୋଭକାରୀଙ୍କ ସହ ମୁହାଁମୁହିଁ ବେଳେ ପୋଲିସ ଓ ପ୍ରଶାସନ ଅଧିକାରୀ ଆହତ ହୋଇଛନ୍ତି । ହଲ୍ଦୱାନୀକୁ ଅଧିକ ପୋଲିସ ଫୋର୍ସ ପଠା ଯାଉଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ଶାନ୍ତି ରକ୍ଷା କରିବା ଲାଗି ନିବେଦନ କରିଛନ୍ତି ପୁଷ୍କର ସିଂ ଧାମି । କର୍ଫ୍ୟୁ ଲାଗୁ ହୋଇଥିବା ବେଳେ ବିଭିନ୍ନ ସ୍ଥାନରେ ପ୍ରଦର୍ଶନକାରୀ ଭଙ୍ଗାରୁଜା କରିବା ସହ ପୋଡ଼ାଜଳା କରିଛନ୍ତି । ଦଙ୍ଗାକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି । ଦଙ୍ଗାକାରୀଙ୍କୁ ଦେଖିବା ମାତ୍ରେ ଗୁଳି କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.