ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସୋଆ ପ୍ରଫେସରଙ୍କ ଦ୍ୱାରା ଅନୁବାଦିତ ପୁସ୍ତକର ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରି

ଭୁବନେଶ୍ୱର, ୩୧/୦୧: ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର ପ୍ରଫେସର ଡକ୍ଟର ନଚିକେତା ଖମାରୀ ଶର୍ମାଙ୍କ ଦ୍ୱାରା ପ୍ରଖ୍ୟାତ ସମାଜବାଦୀ ବିଚାରଧାରାର ଚିନ୍ତକ ଶ୍ରୀ ରଘୁ ଠାକୁରଙ୍କ ରଚିତ ହିନ୍ଦୀ ପୁସ୍ତକ ‘ଗାନ୍ଧୀ - ଆମ୍ବେଦକର –କିତନେ ଦୁର କିତନେ ପାସ୍‌’ ର ଓଡିଆ ଅନୁବାଦିତ ପୁସ୍ତକ ଶନିବାର  ନାଗପୁର ଠାରେ ଉନ୍ମୋଚିତ ହୋଇଯାଇଛି । ନାଗପୁର ପ୍ରେସ୍‌ କ୍ଲବ୍‌ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରି ଏହି ପୁସ୍ତକର ଉନ୍ମୋଚନ କରିଥିଲେ ।

କେନ୍ଦ୍ରମନ୍ତ୍ରୀ ଗଡକରି ଏହି ସଭାରେ ବକ୍ତୃତା ଦେଇ କହିଥିଲେ ଯେ, ସମାଜର ହିତ ନିମନ୍ତେ ସମସ୍ତେ ଏକମତ ହେବା ଆବଶ୍ୟକ   । ବିଚାରମତ ଦ୍ୱାରା ଦେଶର ପ୍ରଗତି ହେଲେ ଗାନ୍ଧୀ ଆମ୍ବେଦକରଙ୍କ ସ୍ୱପ୍ନ ସାକାର ହେବ ବୋଲି ସେ ମତ ରଖିଥିଲେ । ଗାନ୍ଧୀ ଆମ୍ବେଦକରଙ୍କ ବିଚାରଧାରାରେ କଣ ମତ ପାର୍ଥକ୍ୟ ରହିଥିଲା ତାକୁ ଗୁରୁତ୍ୱ ନ ଦେଇ ସେମାନଙ୍କ ଚିନ୍ତାରେ କଣ ଐକ୍ୟତା ଥିଲା ସେ ବିଷୟକୁ  ଗୁରୁତ୍ୱ ଦେବା ଦରକାର ବୋଲି ସେ କହିଥିଲେ । ଆଜି ବିଚାର ଭିନ୍ନତା ନୁହେଁ ମାତ୍ର ବିଚାର ଶୂନ୍ୟତା ହିଁ ସମାଜ ପାଇଁ ସମସ୍ୟାର କାରଣ ବୋଲି ସେ କହିଥିଲେ ।  

 କାର୍ଯ୍ୟକ୍ରମରେ ଏହି ପୁସ୍ତକର ମରାଠୀ ଅନୁବାଦ ମଧ୍ୟ ଲୋକାର୍ପିତ ହୋଇଥିଲା । ପ୍ରଫେସର ଶର୍ମା ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ସେ ବର୍ତ୍ତମାନ ବିଶ୍ୱବିଦ୍ୟାଳୟର ୟୁନିଭର୍ସିଟି ଆଉଟରିଚ୍‌  ପ୍ରୋଗ୍ରାମର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି । 

 

  • SOA-
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.