ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସକାଳ ୭ରୁ ରାତି ୯ ଟା ପର୍ଯ୍ୟନ୍ତ ବାଲି ପରିବହନ ହୋଇପାରିବନି : ହାଇକୋର୍ଟ

 

କଟକ, ୬।୨ : ବାଲିଘାଟରୁ ମେସିନ ଜରିଆରେ ଆଉ ବାଲି ଉଠାଇ ହେବନାହିଁ  ଏବଂ ଦିନ ବେଳା ସର୍ବସାଧାରଣରେ ବାଲି ପରିବହନ କରାଯାଇ ପାରିବ ନାହିଁ ବୋଲି ଆଜି ନିର୍ଦେଶ ଦେଇଛନ୍ତି ହାଇକୋର୍ଟ। ବେଆଇନ ବାଲି ଉଠାଣ ଓ ବେଆଇନ ଭାବେ ହେଉଥିବା ବାଲି ପରିବହନକୁ ଚ୍ୟାଲେଞ୍ଜ କରି  ଦାୟର ହୋଇଥିବା ମାମଲା ଉପରେ ରାୟ ଶୁଣାଇଛନ୍ତି ହାଇକୋର୍ଟ। ରାଜ୍ୟର ସମସ୍ତ ବାଲିଘାଟରୁ ଏଣିକି ମାନୁଆଲ ପ୍ରୋସେସରେ ବାଲି ଉଠାଯାଇପାରିବ। କେନ୍ଦ୍ର ସରକାର ଜାରି କରିଥିବା ଗାଇଡଲାଇନ ମୁତାବକ ବାଲି ଉଠାଇ ହେବ। କିନ୍ତୁ ଯଦି କୌଣସି ସ୍ଥାନରେ ମାନୁଆଲ ପ୍ରୋସେସରେ ବାଲି ଉତ୍ତୋଳନ କରିବା ସମ୍ଭବ ନୁହେଁ, ସେହି ସ୍ଥାନରେ ମେସିନ ଜରିଆରେ ବାଲି ଖୋଳାଯାଇ ପାରିବ। କିନ୍ତୁ ସେଥିପାଇଁ ପରିବେଶ ମଞ୍ଜୁରୀକୁ ବାଧ୍ୟତା ମୂଳକ କରିଛନ୍ତି ହାଇକୋର୍ଟ। ସେହିପରି  ସକାଳ ୭ ଟା ରୁ ରାତି ୯ ଟା ଭିତରେ ରାଜ୍ୟର କୌଣସି ସ୍ଥାନରେ ବାଲି ପରିବହନ ହୋଇପାରିବ ନାହିଁ ବୋଲି ହାଇକୋର୍ଟ ଆଜି ତାଙ୍କ ରାୟରେ ସ୍ପଷ୍ଟ କରିଛନ୍ତି। 

ବେଆଇନ ବାଲି ଉଠା ହେଉଥିବା କାରଣରୁ ରାଜ୍ୟ ସରକାର ୨୪୦ କୋଟି ଟଙ୍କାର ରାଜସ୍ବ ହରାଇଛନ୍ତି ଏବଂ ଏହାଦ୍ୱାରା ପରିବେଶ ପ୍ରଦୂଷଣ ହେଉଛି, ଲୋକଙ୍କ ଧନ ଜୀବନ ଅସୁରକ୍ଷିତ ହୋଇପଡୁଛି ବୋଲି ଅଭିଯୋଗ କରି ସାମାଜିକ କର୍ମୀ ପ୍ରଶାନ୍ତ ଦାସ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର କରିଥିଲେ। ମାମଲାର ପ୍ରାରମ୍ଭିକ ଶୁଣାଣି କରି ହାଇକୋର୍ଟ ମେସିନ ଜରିଆରେ ବାଲି ଉଠାଇବା ନେଇ ଅଙ୍କୁଶ ଜାରି କରିଥିଲେ । ପରେ ଅବଶ୍ୟ କେବଳ କଟକ ଜିଲ୍ଲାର ୧୪ ଟି ବାଲିଘାଟକୁ ବନ୍ଦ କରିଥିଲା ପ୍ରଶାସନ। 

ପରେ ରାଜ୍ୟ ଖଣି ଓ ଇସ୍ପାତ ବିଭାଗ ପକ୍ଷରୁ ଏକ ସଂଶୋଧିତ ବିଜ୍ଞପ୍ତି ପ୍ରକାଶ କରାଗଲା । ଗତ ଡିସେମ୍ବର ୨୬ ତାରିଖରେ ପ୍ରକାଶ ପାଇଥିବା ଏହି ବିଜ୍ଞପ୍ତିବଳରେ ପୁଣି ବାଲି ଖୋଳା ଆରମ୍ଭ ହୋଇଥିଲା। ତେବେ ମାମଲା ବିଚରାଧୀନ ଥିବା ବେଳେ କେମିତି ମେସିନ ଜରିଆରେ ବାଲି ଉଠୁଛି ବୋଲି ହାଇକୋର୍ଟ ପ୍ରଶ୍ନ କରିବା ସହିତ ଗତ ଜାନୁୟାରୀ ୧୦ ତାରିଖ ଦିନ ବାଲି ଉତ୍ତୋଳନ ଉପରେ ସମ୍ପୂର୍ଣ୍ଣ ନିଷେଦ୍ଧାଦେଶ ଜାରି କରିଥିଲେ । ତେବେ କେନ୍ଦ୍ର ସରକାର ୨୦୧୬ ମସିହାରେ ଜାରି କରିଥିବା ଗାଇଡଲାଇନ ମୁତାବକ ବାଲିଘାଟ ପରିଚାଳନା କରିବାକୁ ରାଜ୍ୟ ସରକାର ପ୍ରସ୍ତୁତ ବୋଲି ସରକାରୀ ପକ୍ଷ କୋର୍ଟଙ୍କୁ ଅବଗତ କରାଇଥିଲେ, ଏବଂ ଗତକାଲି ଏହି ମାମଲା ଉପରେ ଆବେଦନକାରୀ ପ୍ରସ୍ତାବ ରଖନ୍ତୁ ବୋଲି କୋର୍ଟ ନିର୍ଦେଶ ଦେଇଥିଲେ। ଆଜି ଶୁଣାଣି ପରେ ଏହି ମାମଲାର  ରାୟ  ପ୍ରକାଶ ପାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.