ପ୍ରମୁଖ ଖବର
  • ଧର୍ମଗଡ଼ : ଏସଡିଓଙ୍କ ସନ୍ଦେହଜନକ ମୃତ୍ୟୁ, ସରକାରୀ କ୍ଵାର୍ଟର୍ସରୁ ମିଳିଲା ମୃତଦେହ
  • ||
  • ଭୁବନେଶ୍ଵର : ୧୪ରେ ବିଜେଡି କାର୍ଯ୍ୟକାରିଣୀ ବୈଠକ, ପ୍ରସ୍ତୁତ ହେବ ଆଗାମୀ ରାଜନୈତିକ ଖସଡ଼ା
  • ||
  • ବାଙ୍କୀ : ମହାନଦୀକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ, ଉଦ୍ଧାର କଲେ ଅଗ୍ନିଶମ ବାହିନୀ
  • ||
  • ଅନୁଗୁଳ: ପବିତ୍ର ମୋହନ ପ୍ରଧାନ ସରକାରୀ ହସ୍ପିଟାଲ୍‌ର ଭିଡିଓ କନ୍‌ଫରେନ୍‌ସିଂରେ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ନୂଆଦିଲ୍ଲୀ: ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଲୋଗୋ ଉନ୍ମୋଚିତ କଲା ଆଇସିସି, ଆମେରିକା ଓ ୱେଷ୍ଟ ଇଣ୍ଡିଜ ମିଳିତ ଭାବେ କରିବେ ଆୟୋଜନ
  • ||
  • ଭୁବନେଶ୍ୱର: ୧୯ ପ୍ରକଳ୍ପକୁ ସିଙ୍ଗିଲ୍‌ ୱିଣ୍ଡୋ ମଞ୍ଜୁରି କଲେ ରାଜ୍ୟ ସରକାର: ୪୮୦୦ କୋଟି ନିବେଶ, ୧୭୫୫୩ ନିଯୁକ୍ତି ସମ୍ଭାବନା
  • ||
  • ଭୁବନେଶ୍ୱର: ବର୍ଷା ପରେ ବଦଳିଲା ପାଗର ମିଜାଜ: ୩ରୁ ୫ ଡିଗ୍ରୀ ଯାଏଁ ତଳକୁ ଖସିବ ରାତିର ପାରଦ,୧୦ରୁ ବଢିବ ଶୀତ
  • ||

ମହିଳା କର୍ମୀଙ୍କୁ ବରିଷ୍ଠ ବିଜେପି ନେତାଙ୍କ ମାଡ଼! ଦୁଇଗୋଷ୍ଠୀ ମଧ୍ୟରେ ଛକାପଞ୍ଛା..

ରାଉରକେଲା,୦୫/୧୧: ରାଉରକେଲା ଗସ୍ତରେ ଆସି ଟ୍ରେନ୍‌ରୁ ଓହ୍ଲାଉଥିବା ବେଳେ ଜଣେ ବରିଷ୍ଠ ବିଜେପି ନେତା ଦଳୀୟ ମହିଳା କର୍ମୀଙ୍କୁ ମାଡ଼ ମାରିଥିବା ନେଇ ଅଭିଯୋଗ ଉଠିଛି । ଏନେଇ ଥାନାରେ କୌଣସି ଏତଲା ହୋଇନାହିଁ । 

ଏକ ଅସମର୍ଥିତ ସୂତ୍ରର ସୂଚନା ମୁତାବକ, ରାଉରକେଲା ଗସ୍ତରେ ଆସି ରେଳଷ୍ଟେସନରେ ଏହି ନେତା ଶୁକ୍ରବାର ଓହ୍ଲାଇଥିଲେ । ସେହି ସମୟରେ ରାଉରକେଲା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଜଣେ ମହିଳା କର୍ମୀ କୌଣସି ପ୍ରସଙ୍ଗକୁ ନେଇ ନେତାଙ୍କ ସହ ଆଲୋଚନା  କରିବାକୁ ଚାହିଁଥିଲେ । କୌଣସି କାରଣରୁ ନେତାଜଣକ ଉତ୍‌କ୍ଷିପ୍ତ ହୋଇ ମହିଳାଙ୍କ ଉପରେ ବିରକ୍ତ ହେବା ସହ କୁଆଡ଼େ ଚାପୁଡ଼ା ମାରିଥିଲେ! ଏହାକୁ ନେଇ ସମ୍ପୃକ୍ତ ମହିଳା ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ । ସମ୍ପୃକ୍ତ ମହିଳା କର୍ମୀଙ୍କୁ ଅନ୍ୟ ବରିଷ୍ଠ ନେତାମାନେ ବୁଝାସୁଝା କରିଥିଲେ । ପରେ  ଏହି ଖବର ପ୍ରଚାର ହେବାରୁ ବିଜେପିର ଦୁଇଗୋଷ୍ଠୀ ମଧ୍ୟରେ ଛକାପଞ୍ଛା ଆରମ୍ଭ ହୋଇଛି । କେତେକ କର୍ମକର୍ତ୍ତା ଗଣମାଧ୍ୟମ ପ୍ରତିନିଧିଙ୍କୁ ଫୋନ୍‌  କରିବା ସହ ଏହି ଖବର ବାବଦରେ ଖୋଲାଖୋଲି ଆଲୋଚନା କରୁଛନ୍ତି । 

ଅପରପକ୍ଷେ ଏନେଇ ସମ୍ପୃକ୍ତ ନେତାଙ୍କ ମତାମତ ନେବାକୁ ଯୋଗାଯୋଗ  ଉଦ୍ୟମ କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇପାରିନାହିଁ । ତାଙ୍କର ଜଣେ ଦୃଢ଼ ସମର୍ଥକ କହିଛନ୍ତି, ଆମ ଦଳ ଗୋଟେ ପରିବାର ଭଳି ।ଦଳ ଭିତରେ  ବିଭିନ୍ନ ସମୟରେ ଛୋଟବଡ଼ ଘଟଣା ଘଟୁଥାଏ । ପ୍ରଚାରର ମାତ୍ରା ତୁଳନାରେ ଏହି ଘଟଣାର ସେମିତି କିଛି ସତ୍ୟତା ବା ଗୁରୁତ୍ୱ ନାହିଁ । ରାଜନୈତିକ ଅଭିସନ୍ଧି ରଖି ଆମ ନେତାଙ୍କୁ ବଦନାମ କରିବାକୁ ତିଳକୁ ତାଳ କରି କିଏ ଯଦି କିଛି ପ୍ରଚାର କରୁଥାଏ, ଏହାର ବାସ୍ତବତା ଜନସାଧାରଣ ବିଚାର କରିବେ

Copyright © 2022 - Summa Real Media Private Limited. All Rights Reserved.