ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଶାହରୁଖ ଖାନ ଥରେ ନୁହେଁ ଅନେକ ଥର ଗୌରୀଙ୍କୁ କରିଛନ୍ତି ବିବାହ , ଅନେକ ବର୍ଷ ପରେ ଖୁଲାସା

ମୁମ୍ୱାଇ : ବଲିଉଡ୍‌ର ସୁପରଷ୍ଟାର ଶାହରୁଖ ଖାନ ନିଜର ଦମ୍‌ରେ ଇଣ୍ଡଷ୍ଟ୍ରୀରେ ଏକ ସ୍ୱତନ୍ତ୍ର ପରିଚୟ ତିଆରି କରିଛନ୍ତି। କିଙ୍ଗ ଖାନ୍‌ ନିଜର କ୍ୟାରିୟରରେ ଅନେକ ରୋମାଣ୍ଟିକ୍‌ ଫିଲ୍ମ ଦେଇଛନ୍ତି। ଏହି କାରଣରୁ ତାଙ୍କୁ ରୋମାନ୍ସର ବାଦଶାହ କୁହାଯାଏ। କେବଳ ଫିଲ୍ମରେ ନୁହେଁ , ରିୟଲ ଲାଇଫ୍‌ରେ ମଧ୍ୟ ଶାହରୁଖ ଖୁବ୍‌ ରୋମାଣ୍ଟିକ୍‌। କିଙ୍ଗ୍‌ ଖାନ୍ ଅନେକ ସମୟରେ କପଲ୍‌ ଗୋଲ୍ସ ଦେବାର ନଜର ଆସିଥାନ୍ତି। 

ଶାହରୁଖ-ଗୌରୀଙ୍କ ଲଭଷ୍ଟୋରୀରେ ସମସ୍ତେ ଫିଦା। ଅଭିନେତା ୨୫ ଅକ୍ଟୋବର ୧୯୯୧ରେ ଗୌରୀ ଖାନଙ୍କୁ ବିବାହ କରି ଥିଲେ। କିନ୍ତୁ ଆପଣ ଜାଣନ୍ତି କି, ଶାହରୁଖ ଗୌରୀ ଖାନଙ୍କୁ ଥରେ ନୁହେଁ ତିନି ଥର ବିବାହ କରିଛନ୍ତି। ଏହି କଥାର ଖୁଲାସା ନିକଟରେ ପ୍ରଡ୍ୟୁସର ବିବେକ ଭାଶ୍ୱାନ କରିଛନ୍ତି। ଏହାସହ ସେ ଅନେକ ଏମିତି କଥା କହିଛନ୍ତି , ଯାହା ବିଷୟରେ ବୋଧହୁଏ ଆପଣ ଜାଣି ନଥିବେ। ବିବେକ, ଶାହରୁଖଙ୍କ ଖୁବ୍‌ ନିକଟତମ ବନ୍ଧୁଙ୍କ ମଧ୍ୟରୁ ଜଣେ ଏବଂ ସେ ଶାହରୁଖ ଖାନଙ୍କ ବିବାହରେ ମଧ୍ୟ ସାମିଲ ହୋଇଥିଲେ। 

ସିଦ୍ଧାର୍ଥ କନ୍ନନଙ୍କ ସହ ଏକ ସାକ୍ଷାତ୍‌କାରରେ ବିବେକ ଭାଶ୍ୱାନ ଶାହରୁଖ ଖାନଙ୍କ ବିବାହ କଥା ଦର୍ଶାଇ କହିଛନ୍ତି , ଯେବେ ଶାହରୁଖଙ୍କର ବିବାହ ହୋଇଥିଲା ତ ସେ ମୋ ସହ ମୋ ଘରେ ରହୁଥିଲେ। ବିବାହ ପରେ ଆମେ ଗୌରୀଙ୍କୁ ଦାର୍ଜିଲିଂ ନେଇ ଗଲୁ , କାରଣ ଆମେ ରାଜୁ ବନଗୟା ଜେଣ୍ଟଲମ୍ୟାନ୍‌ ର ଟାଇଟଲ ସଙ୍ଗ୍‌ ସୁଟ୍‌ କରିବାକୁ ଥିଲା। ଯେବେ ସେ ମୁମ୍ୱାଇ ଫେରିଲେ ,ତ ନିଶ୍ଚିତ ରୂପେ ମୋ ଘରେ ରହିପାରି ନଥିଲେ, ମୁଁ ଏଥିପାଇଁ ଏହି କପଲଙ୍କୁ ଉପହାର ଭାବେ ୫ଷ୍ଟାର ହୋଟେଲ୍‌ ସନ ଏନ ସ୍ୟାଣ୍ଡରେ ୫ଦିନର ସମୟ ଦେଲି। ଏହାପରେ ସେମାନେ ଅଜିଜଙ୍କ ଘରକୁ ଚାଲିଗଲେ। 

ସେଠାରେ ଯେବେ ବିବେକଙ୍କୁ ଅଭିନେତାଙ୍କ ବିବାହ ବିଷୟରେ ପଚରା ଗଲା ତ ସେ କହିଥିଲେ କି, ଶାହରୁଖଙ୍କର ଏକ ଆକର୍ଷଣୀୟ ବିବାହ ଥିଲା , ଯେଉଁଥିରେ ସବୁ କିଛି ଭଲ ଥିଲା ଏବଂ ଖୁବ୍‌ ମଉଜ ମସ୍ତି ଥିଲା। ଏହି କପଲ ଗୋଟିଏ ହିଁ ଦିନରେ ରେଜିଷ୍ଟର୍ଡ ୱେଣ୍ଡିଂର ସହ ହିନ୍ଦୁ ଓ ମୁସଲିମ୍‌ ରୀତିନୀତିରେ ବିବାହ କରିଥିଲେ। 

ବିବେକ ଆହୁରି କହିଥିଲେ କି ଗୌରୀ କେବେ ତାଙ୍କ ସହ ଅଧିକ କଥାବାର୍ତ୍ତା କରୁ ନଥିଲେ। କିନ୍ତୁ ସେ ଭଲ ଲୋକ ଥିଲେ । ସେ ସର୍ବଦା ତାଙ୍କ ସହ ଭଲରେ ରହୁଥିଲେ। ବିବେକ ପ୍ରାରମ୍ଭିକ ଦିନ ଗୁଡ଼ିକରେ ଶାହରୁଖଙ୍କୁ ବହୁତ ସାହାଯ୍ୟ କରିଛନ୍ତି। କିନ୍ତୁ ସେ ଏହା ବି କହିଛନ୍ତି କି ସେ କିଙ୍ଗ ଖାନଙ୍କ ସଫଳତା ପଛର କାରଣ ନୁହେଁ । ଶାହୁରଖ ଖାନ ଓ ଗୌରୀ ଖାନଙ୍କ ବିବାହକୁ ଏବେ ୩୨ ବର୍ଷ ହୋଇ ସାରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.