ପ୍ରମୂଖ ଖବର
  • ସିଙ୍ଗାପୁର ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ୱାଗତ କଲେ ମୁଖ୍ୟମନ୍ତ୍ରୀ: କହିଲେ ଓଡ଼ିଶା ସହ ବଢିବ ସମ୍ପର୍କ, ବଢିବ ପୁଞ୍ଜି ନିବେଶ
  • ||
  • ଶ୍ରୀମନ୍ଦିରରେ ଲାଗୁ ହେଲା ୫ ସୂତ୍ରୀ ମାର୍ଗଦର୍ଶିକା, ଡିଜିଟାଇଜେସନ୍‌ ହେବ ସମସ୍ତ ଫାଇଲ୍‌ ଏବଂ ରେକର୍ଡ
  • ||
  • ଅଲକାଦିର ଟ୍ରଷ୍ଟ ଭ୍ରଷ୍ଟାଚାର ମାମଲା : ଇମରାନଙ୍କୁ ୧୪ ଏବଂ ପତ୍ନୀଙ୍କୁ ୭ ବର୍ଷ ଜେଲ୍‌ଦଣ୍ଡ
  • ||
  • ଶିମିଳିପାଳ ଜଗିବେ ୧ ପ୍ଳାଟୁନ୍‌ ପୁଲିସ, ଶିକାରୀ ପ୍ରବଣ ଗ୍ରାମରେ ହେବ ପାଟ୍ରୋଲିଂ
  • ||
  • କଟକ : ନବ ଦାସ ହତ୍ୟା ମାମଲା: ସିବିଆଇ ତଦନ୍ତ ପାଇଁ ହାଇକୋର୍ଟରେ ମାମଲା ରୁଜୁ
  • ||
  • ଭୁବନେଶ୍ୱର : ଭଙ୍ଗାହେଲା ବୈକୁଣ୍ଠ ଧାମ, ଆଶ୍ରମ ପରିସରରେ କଡ଼ା ସୁରକ୍ଷା ବ୍ୟବସ୍ଥା
  • ||
  • ରାୟଗଡ଼ା : ଧୁମାଗୁଡ଼ା ଗାଁରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ
  • ||
  • ଶନିବାର ଦିନିକିଆ ରାୟଗଡ଼ା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ସମ୍ୱଲପୁର : ନବଦାସଙ୍କ ଭାଇଙ୍କ ଘରେ ବଡ଼ ଧରଣର ରେଡ୍‌, ତନାଘନା କରୁଛି ଆୟକର ଟିମ୍‌
  • ||
  • ଗଞ୍ଜାମ : କେନାଲରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ସ୍କିମାଟିକ୍ କନିଷ୍ଠ ଶିକ୍ଷକଙ୍କ ବଢିଲା ପାରିଶ୍ରମିକ, ଏବେ ମିଳିବ ୧୬ ହଜାର
  • ||
  • ଚାନ୍ଦବାଲି : ଗ୍ରାହକଙ୍କ ଆକାଉଣ୍ଟରୁ ଆପେ ଆପେ ଗୋଲ୍ ହେଉଛି ଟଙ୍କା, ଚିନ୍ତାରେ ଗ୍ରାହକ
  • ||
  • ଦିଗପହଣ୍ଡି : ଦ୍ରୁତଗତିରେ ଆସି ଓଲଟିଲା କଣ୍ଟେନର: ଅଳ୍ପକେ ବର୍ତ୍ତିଲେ ଲୋକେ, ଡ୍ରାଇଭର ଗିରଫ
  • ||
  • ଜମ୍ମୁ-କାଶ୍ମୀରରେ ରହସ୍ୟମୟ ରୋଗରେ ୧୫ ଶିଶୁ ମୃତ, ତଦନ୍ତ ଲାଗି ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ ଗଠନ
  • ||
  • ରାଜଧାନୀରେ ପହଞ୍ଚିଲେ ସିଙ୍ଗାପୁର ରାଷ୍ଟ୍ରପତି,ଏୟାରପୋର୍ଟରେ ଭବ୍ୟ ସ୍ବାଗତ କଲେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ
  • ||

ସୁଡ଼ଙ୍ଗରେ ଫସି ଥିବା ୪୧ ଲୋକଙ୍କୁ କେଉଁ ଜିନିଷ ବଞ୍ଚାଇ ରଖିଲା ? ଘରେ ପହଞ୍ଚି ଗୋଟି ଗୋଟି କରି କହିଲେ ସୁଖରାମ

Published By : Prameya | December 2, 2023 10:16 PM

ରାଞ୍ଚି : ଉତ୍ତରକାଶୀର ସିଲକ୍ୟାରା ଟନେଲରେ ୧୭ ଦିନ ଯାଏ ଫସି ରହିବା ପରେ ସୁରକ୍ଷିତ ବାହାରି ଆସିଛନ୍ତି। ବାହାରକୁ ଆସିବା ପରେ ଝାଡ଼ଖଣ୍ଡରେ ନିଜ ଗାଁରେ ପହଞ୍ଚି ସୁଖରାମ ଗତ ଦିନର କଥା ଗୋଟି ଗୋଟି କରି ପରିବାର ଓ ସଂପର୍କୀୟଙ୍କୁ ଶୁଣାଇଛନ୍ତି। ଚୋର-ପୁଲିସ ଭଳି ଖେଳ ତାଙ୍କୁ ସୁଡ଼ଙ୍ଗରେ ଦୀର୍ଘ ସମୟ ଧରି ଜୀବିତ ରଖିଥିଲା। ରାଞ୍ଚି ବାହାର ଅଞ୍ଚଳରେ ଥିବା ଖିରାବେଡା ଗାଁରେ ରହୁଥିବା ସୁଖରାମ ଘଟଣାକୁ ମନେପକାଇ କହିଛନ୍ତି , ହଠାତ୍‌ ତାଙ୍କୁ କଣ ଖସି ପଡିବାର ଜୋରରେ ଶବ୍ଦ ଶୁଣାଗଲା, କିନ୍ତୁ ସେ ଏସବୁକୁ ବୁଝିବା ଆଗରୁ ଆତଙ୍କ ବାଟ ଜଗି ସାରିଥିଲା। 

ସୁଖରାମ ଶୁକ୍ରବାର ବିଳମ୍ୱିତ ରାତିରେ ନିଜ ଘରେ ପହଞ୍ଚି ଥିଲେ। ଏଠାରେ ପହଞ୍ଚିବା ପରେ ତାଙ୍କର ଜୋରଦାର ସ୍ୱାଗତ କରାଯାଇ ଥିଲା। ନିଜର ପସନ୍ଦର ଭୋଜନ ମୁର୍ଗା-ଭାତର ଆନନ୍ଦ ନେବା ପରେ ସୁଖରାମ କହିଥିଲେ , ରାଜା-ରାଣୀ ଓ ଚୋର-ପୁଲିସ ଭଳି ପିଲାଦିନର ଖେଳ ଆମକୁ ଜୀବିତ ରଖିଥିଲା ଏବଂ ପ୍ରାରମ୍ଭିକ ଦିନରେ ହତାଶା ଓ ନିରାଶାକୁ ପଛରେ ପକାଇବାରେ ସାହାଯ୍ୟ କରିଥିଲା। ସେ କହିଛନ୍ତି କି , ଆମେ ସୁଡ଼ଙ୍ଗ ଭିତରେ କଂକ୍ରିଟର କାମ କରୁଥିଲୁ। ସେତେବେଳେ ହଠାତ୍‌  ଭାଙ୍ଗି ପଡ଼ିବାର ଶବ୍ଦ ଶୁଣାଗଲା ଏବଂ ଆମେ ବହୁତ ଡ଼ରିଗଲୁ। ଆମେ ଚିନ୍ତିତ ହୋଇ ଓ ଧୈର୍ଯ୍ୟର ସହ ଠିଆ ହୋଇ ଥିଲୁ। ଏହା ଆମକୁ ସ୍ତବ୍ଧ କରି ଦେଲା ଏବଂ ଆମ ଭିତରୁ ଅନେକ ଭାବିନେଲେ କି ଏହା ଶେଷ ସମୟ ।

ସୁଖରାମ କହିଛନ୍ତି କି , ସେ ବାହାରୁ ପାଣି ବାହାର କରୁଥିବା ପାଇପକୁ ଗ୍ୟାସ କଟରରେ କାଟି ଭିତରେ ଫସି ଥିବାର ସଙ୍କେତ ଦେଲେ। ସେ କହିଛନ୍ତି , ଯେମିତି ବାହାର ସଂପର୍କ ସ୍ଥାପିତ ହେଲା ଆଶା ଜାଗି ଉଠିଲା ଏବଂ ଖୁବ୍‌ ଶୀଘ୍ର ଆମେ ଏକ ପାଇପ୍‌ ମାଧ୍ୟମରେ ମୁଢି , କାଜୁ ଓ କିସମିସ ଭଳି ଖାଦ୍ୟ ସାମଗ୍ରୀ ମିଳିବା ଆରମ୍ଭ ହୋଇଗଲା। 

ସୁଖରାମ କହିଛନ୍ତି , ଯାହାବି ବାହାରୁ ଭିତରକୁ ପଠାଯାଏ ଆମେ ୪୧ ଜଣ ଯାକ ବାଣ୍ଟି ଖାଇଥା । ପାଣି ପାଇଁ ସେମାନେ ପ୍ରାରମ୍ଭିକ ଦିନରେ ଚଟାଣରେ ଥିବା ପାଣିକୁ ପିଉ ଥିଲେ। କେବେ କେବେ ଖେଳ ଖେଳୁ ଥିଲେ। ଆଉ ମଧ୍ୟ ପରସ୍ପର ଭିତରେ ନିଜ ପରିବାର କଥା ମନେପକାଇ କଥାବାର୍ତ୍ତା ହେଉଥିଲେ। ନିଜ ନିଜର ଭବିଷ୍ୟତ ବିଷୟରେ ବି କଥା ହେଉଥିଲେ।

ସୁଖରାମ କହିଛନ୍ତି ଶୌଚ କରିବାକୁ ଆମ ପାଖରେ ସୁଡ଼ଙ୍ଗରେ  କୌଣସି ଅନ୍ୟ ବିକଳ୍ପ ନଥିଲା। ଏଠାରେ ସବୁଠୁ ଦୂର ସ୍ଥାନରେ ଯାଇ ଶୌଚ ହେଉଥିଲୁ ଏବଂ ପରେ ଏହାକୁ ମାଟିରେ ଢାଙ୍କି ଦେଉଥିଲୁ। ଭାବୁକ ସୁଖରାମ କହିଛନ୍ତି ,ପ୍ରାର୍ଥନା କିରିବା ଆମ ପାଇଁ ଦିନଚର୍ଯ୍ୟା ପାଲଟି ଯାଇଥିଲା। ଶେଷରେ ଭଗବାନ ଆମ କଥା ଶୁଣିଲେ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.