ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଗତିହୀନ ଜୀବନଶୈଳୀ ଟାଣିଆଣୁଛି ମୃତ୍ୟୁ, ସଦ୍ୟ ଅଧ୍ୟୟନରୁ ସ୍ପଷ୍ଟ

ନୂଆଦିଲ୍ଲୀ ୦୧/୦୨: ଗତିହୀନ ଜୀବନଶୈଳୀ ସିଗାରେଟ୍‌ ଟାଣିବା ଭଳି ହାନିକାରକ । ଅଧିକ ସମୟ ଅଫିସ୍‌ ଡେସ୍କରେ ବସି ରହିବା ଦ୍ୱାରା ମୁଖ୍ୟତଃ ହୃଦ୍‌ଘାତ ଜନିତ ଅକାଳ ମୃତ୍ୟୁ ଆଶଙ୍କା ବଢ଼େ । ଦିନରେ କିଛି ସମୟ ଲେଖାଏଁ ଚଲାବୁଲା କରିବା ଦ୍ୱାରା ଗତିହୀନ ଜୀବନଶୈଳୀର ଘାତକ ପ୍ରଭାବକୁ ପ୍ରତିହତ କରାଯାଇ ପାରିବ ବୋଲି ସଦ୍ୟ ଅଧ୍ୟୟନ ସ୍ପଷ୍ଟ କରିଛି । କର୍ମକ୍ଷେତ୍ରରେ ବସି ରହିବା ଅକାଳ ମୃତ୍ୟୁ ଆଶଙ୍କାକୁ ବଢ଼ାଉଥିବା ଅଧ୍ୟୟନରୁ ଜଣାପଡ଼ିଛି । 

‘ଅକୁପେସ୍‌ନାଲ ସିଟିଂ ଟାଇମ୍‌, ଲିଜର ଫିଜିକାଲ ଆକ୍ଟିଭିଟି ଆଣ୍ଡ ଅଲ୍‌-କଜ୍‌ ଆଣ୍ଡ କାର୍ଡିଓଭାସ୍କୁଲାର ଡିଜିଜ୍‌ ମୋର୍ଟାଲିଟି’ ଶୀର୍ଷକ ଏହି ଅଧ୍ୟୟନ ଜାମା ପତ୍ରିକାରେ ପ୍ରକାଶ ପାଇଛି । ଯେଉଁମାନେ କର୍ମକ୍ଷେତ୍ରରେ ଅଧିକ ସମୟ ବସିଥିଲେ, ସେମାନଙ୍କୁ ଅକାଳ ମୃତ୍ୟୁ ଆଶଙ୍କା ଅଧିକ ଥିଲା । ଅଧ୍ୟୟନ ଅନୁସାରେ, ସେମାନେ ସମସ୍ତ କାରଣ ଜନିତ ୧୬ ପ୍ରତିଶତ ମୃତ୍ୟୁ ଆଶଙ୍କାର ସମ୍ମୁଖୀନ ହୋଇଥିଲେ । କର୍ମକ୍ଷେତ୍ରରେ ଶାରୀରିକ ସକ୍ରିୟ ଥିବା ବ୍ୟକ୍ତିଙ୍କ ତୁଳନାରେ ହୃଦ୍‌ରୋଗ ଜନିତ ମୃତ୍ୟୁ ଆଶଙ୍କା ଏମାନଙ୍କଠାରେ ୩୪ ପ୍ରତିଶତ ଅଧିକ ଥିଲା । କର୍ମକ୍ଷେତ୍ରରେ ଦୀର୍ଘ ସମୟ ଧରି ବସି ରହିବା ସ୍ୱାସ୍ଥ୍ୟ ପାଇଁ ହାନିକାରକ ବୋଲି ଜାଣି ସୁଦ୍ଧା ବର୍ତ୍ତମାନର ଜୀବନଶୈଳୀରେ ଏହା ସାଧାରଣ କଥା ହୋଇଛି । କାମ ସମୟରେ ବସିବା ଓ ଠିଆ ହେବାରେ ସନ୍ତୁଳନ ରଖିବା ସହିତ ବିରତି ସମୟରେ ପ୍ରତିଦିନ ୧୫-୩୦ ମିନିଟ୍‌ ଶାରୀରିକ ଗତିବିଧି ଲାଗି ସମୟ ବାହାର କଲେ ଉପରୋକ୍ତ ଆଶଙ୍କାଗୁଡ଼ିକୁ ଏଡ଼ାଯାଇ ପାରିବ ବୋଲି ଅଧ୍ୟୟନ ସ୍ପଷ୍ଟ କରିଛି । 

ବିଶ୍ୱବାସୀ ବର୍ତ୍ତମାନ ମେଟାବଲିଜମ୍‌ ରୋଗ ଓ ହୃଦ୍‌ ସମସ୍ୟା ବୃଦ୍ଧି ଜନିତ ଆହ୍ୱାନର ସମ୍ମୁଖୀନ ହେଉଥିବାବେଳେ ବସି ରହିବା ଜୀବନଶୈଳୀ ଉପରେ ବିଶେଷଜ୍ଞମାନେ ଅଧିକ ଫୋକସ୍‌ କରୁଛନ୍ତି । ସେଥିପାଇଁ ପ୍ରଥମ ଥର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଗତିହୀନ ଜୀବନଶୈଳୀକୁ ହ୍ରାସ କରି ଶାରୀରିକ ଗତିବିଧି ଉପରେ ମାର୍ଗଦର୍ଶିକା ଜାରି କରିଛି । ଗତିହୀନ ଜୀବନଶୈଳୀର ହାନିକାରକ ପ୍ରଭାବକୁ ପ୍ରଥମ ଥର ଅଧ୍ୟୟନ କରାଯାଇ ନାହିଁ । ଅତୀତରେ ଅନେକ ଅଧ୍ୟୟନ ବସି ରହିବା ଯୋଗୁ ପୃଥୁଳତା, ଉଚ୍ଚ ରକ୍ତଚାପ, ଉଚ୍ଚ ରକ୍ତ ଶର୍କରା, ଅଣ୍ଟାରେ ଅଧିକ ଚର୍ବି ଜମିବା ଏବଂ କୋଲେଷ୍ଟରଲ ସ୍ତର ବୃଦ୍ଧି ଭଳି ସମସ୍ୟାର କାରଣ ବୋଲି ଦର୍ଶାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.