ପ୍ରମୂଖ ଖବର
  • କଟକ : ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ରରେ ରହିବ ୱାଟର ମାର୍କ
  • ||
  • ଇସ୍ରୋକୁ ମିଳିଲେ ନୂଆ ମୁଖ୍ୟ, ଦାୟିତ୍ବ ନେଲେ ଭି. ନାରାୟଣନ
  • ||
  • ତିନି ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବୈତରଣୀରେ ପକାଇବେ ମକର ବୁଡ଼
  • ||
  • ଶ୍ରୀଲିଙ୍ଗରାଜ ମନ୍ଦିରରେ ବଡ଼ୁ ସେବାୟତ ଓ ମହାସୁଆରଙ୍କ ବିବାଦ, ରାତି ୮ଟାରୁ ପ୍ରଭୁଙ୍କ ନୀତିକାନ୍ତି ବନ୍ଦ
  • ||
  • ଶ୍ରୀମନ୍ଦିରରେ ପବିତ୍ର ମକର ସଂକ୍ରାନ୍ତି, ଶ୍ରୀବିଗ୍ରହଙ୍କୁ ମକରଚୂଳ ଓ ମାଳ ଲାଗି କରାଯାଇ ହେବ ସ୍ୱତନ୍ତ୍ର ବେଶ
  • ||
  • ରାଜ୍ୟରେ ସାମାନ୍ୟ କମିଲା ଶୀତ, ୪ ଦିନ ଯାଏ ପାଗରେ କୌଣସି ପରିବର୍ତ୍ତନ ନାହିଁ
  • ||

ବରଫପାତ ପରେ ଚମକିଲା କାଶ୍ମୀରର ଚେହେରା, ବଢ଼ୁଛି ପର୍ଯ୍ୟଟକଙ୍କ ସଂଖ୍ୟା

Published By : Tapas Panda | January 31, 2024 8:22 PM

ଶ୍ରୀନଗର: ଦୀର୍ଘ ଦୁଇ ମାସ ଶୁଖିଲା ପଡ଼ିବା ପରେ ଏବେ କାଶ୍ମୀରରେ ବରଫପାତ ହୋଇଥିବା ଜଣାପଡ଼ିଛି । ବରଫ ଚାଦରରେ ଘୋଡ଼ାଇ ହୋଇଛି ଜାମ୍ମୁକାଶ୍ମୀର । ଆଉ ତାସହ ପର୍ଯ୍ୟଟକଙ୍କ ମୁହଁରେ ଖୁସି ଫେରିଆସିଛି । ଦୀର୍ଘ ଦିନ ଧରି ବରଫ ଉଭାନ ହୋଇଯିବା ଫଳରେ କାଶ୍ମୀର ପ୍ରତି ପର୍ଯ୍ୟଟକମାନେ ବିମୁଖ ହୋଇପଡ଼ିଥିଲେ । ହେଲେ ଏବେ କାଶ୍ମୀରର ପ୍ରମୁଖ ପର୍ଯ୍ୟଟନ ସ୍ଥଳଗୁଡ଼ିକ ବରଫରେ ଢ଼ାଙ୍କି ହୋଇଯାଇଛି । 

ଏହା ସହ ସ୍ଥାନୀୟ ପାଣିପାଗ ବିଭାଗ ମଧ୍ୟ ଭଲ ଖବର ଦେଇଛି । ଜାନୁଆରୀ ୩୧ ଏବଂ ଫେବୃଆରୀ ୧ରେ ପ୍ରବଳ ତୁଷାରପାତ ହେବାକୁ ଥିବା ବେଳେ ସ୍ଥାନେ ସ୍ଥାନେ ବର୍ଷା ମଧ୍ୟ ହୋଇପାରେ । ଦୀର୍ଘଦିନର ଶୁଖିଲା ସ୍ଥିତି ଯୋଗୁଁ ଚାଷୀମାନେ ମଧ୍ୟ ଚିନ୍ତାରେ ପଡ଼ିଯାଇଥିଲେ । ଏବେ ପୁଣି ଥରେ ବରଫପାତ ଆରମ୍ଭ ହୋଇଥିବା ବେଳେ ରବି ଫସଲ ପାଇଁ ଉପଯୋଗୀ ସାବ୍ୟସ୍ତ ହେବ ବୋଲି କୁହାଯାଉଛି ।

ବରଫ ଉଭାନ ହୋଇଯିବା ଫଳରେ ବିଶେଷ କରି ପର୍ଯ୍ୟଟନ ଶିଳ୍ପକୁ ପ୍ରଭାବିତ ହୋଇଥିଲା । ହେଲେ ଏବେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ଜଣାପଡ଼ିଛି । ଜାମ୍ମୁ, କାଶ୍ମୀର, ହିମାଚଳପ୍ରଦେଶ ଏବଂ ହିମାଳୟରେ ବରଫପାତ ହେବା ନେଇ ଖବର ଆସିବା ପରେ ଅଧିକରୁ ଅଧିକ ପର୍ଯ୍ୟଟକ ଏସବୁ ସ୍ଥାନକୁ ବୁଲିବାକୁ ଆସିବେ । 

ସେପଟେ ମନାଲି, ଡାଲହାଉସି, ସାଙ୍ଗଲା, ନର୍କନ୍ଦା ଏବଂ କୁଫ୍ରିରେ ମଧ୍ୟମ ଧରଣର ତୁଷାରପାତ ସାଙ୍ଗକୁ ବର୍ଷା ହୋଇଛି । ଏଥର ଶୀତଋୁତୁରେ ତୁଷାରପାତ ହୋଇନଥିବାରୁ ସ୍ଥାନୀୟ ପରିସଂସ୍ଥାନ ପ୍ରତି ବିପଦ ସୃଷ୍ଟି ହୋଇଥିଲା । ଜୀବନ ଜୀବିକା ବାଧାପ୍ରାପ୍ତ ହୋଇଥିଲା । ହେଲେ ଏବେ ସଦ୍ୟତମ ତୁଷାରପାତ ପୁଣି ଥରେ ସେଠାକର ଲୋକମାନଙ୍କ ଓଠରେ ହସ ଆଣିଦେଇଛି ।

 

 

  • Jammu Kashmir
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.